ETV Bharat / bharat

‘ରାମୋଜି ଏକାଡେମୀ ଅଫ ଫିଲ୍ମ’ ଆଣିଲା ଦେୟମୁକ୍ତ ଚଳଚ୍ଚିତ୍ର ନିର୍ମାଣ ପାଠ୍ୟକ୍ରମ, ବିଭିନ୍ନ ଭାଷାରେ ହେବ ଉପଲବ୍ଧ - Ramoji Academy of Movies

author img

By ETV Bharat Odisha Team

Published : Apr 2, 2024, 6:01 AM IST

Updated : Apr 6, 2024, 4:55 PM IST

Ramoji Academy of Movies Announces Free Filmmaking Courses In Prominent Indian Languages : ରାମୋଜି ଏକାଡେମୀ ଅଫ୍ ଫିଲ୍ମ ଆଣିବାକୁ ଯାଉଛି ନୂଆ ଅବସର । ଫିଲ୍ମ ଇଣ୍ଡଷ୍ଟ୍ରୀରେ କ୍ୟାରିୟର କରିବା ହେବ ସହଜ । ଏକାଧିକ ଭାରତୀୟ ଭାଷାରେ ମାଗଣା ମୁଭି ମେକିଂ ପାଠ୍ୟକ୍ରମ ଘୋଷଣା କଲା ସଂସ୍ଥା । ଅଧିକ ପଢନ୍ତୁ

ରାମୋଜି ଏକାଡେମୀ ଅଫ ଫିଲ୍ମ ଆଣିଲା ଦେୟ ଚଳଚ୍ଚିତ୍ର ନିର୍ମାଣ ପାଠ୍ୟକ୍ରମ, ବିଭିନ୍ନ ଭାଷାରେ ହେବ ଉପଲବ୍ଧ

ହାଇଦ୍ରାବାଦ: ଆପଣ ଚଳଚ୍ଚିତ୍ର ନିର୍ମାତା ହେବାର ସ୍ୱପ୍ନ ଦେଖୁଛନ୍ତି ଏବଂ ସିନେ ଇଣ୍ଡଷ୍ଟ୍ରିରେ କାମ କରିବା ପାଇଁ ଶିକ୍ଷାଗ୍ରହଣ କରିବାକୁ ଚାହୁଁଛନ୍ତି କି? ଯଦି କେହି ଏପରି ଇଚ୍ଛା ସହ ଅବସର ଅପେକ୍ଷାରେ ଥାଏ, ତେବେ ଏହା ପାଇଁ ଏବେ ଏକ ବଡ ପ୍ଲାଟଫର୍ମ ସାମ୍ନାକୁ ଆସିବାକୁ ଯାଉଛି । ହାଇଦ୍ରାବାଦରେ ଅବସ୍ଥିତ ବିଶ୍ବର ସର୍ବବୃହତ୍ତ ଫିଲ୍ମସିଟି ରାମୋଜୀ ଫିଲ୍ମ ସିଟିରେ ରାମୋଜୀ ଏକାଡେମୀ ଅଫ୍ ଫିଲ୍ମ (RAM) ଏବେ ଏହି ସୁଯୋଗ ସହ ଏକ ବଡ ଘୋଷଣା କରିଛି । ସଂସ୍ଥା ଦେୟମୁକ୍ତ ଭାବେ ଫିଲ୍ମ ମେକିଂ କୋର୍ସ ବା ପାଠ୍ୟକ୍ରମ ଆରମ୍ଭ କରିବାକୁ ଘୋଷଣା କରିଛି । ତାହା ପୁଣି ଇଂରାଜୀ କିମ୍ବା ହିନ୍ଦୀ ଭାଷାରେ ନୁହେଁ ବରଂ ଏକାଧିକ ଭାରତୀୟ ଭାଷାରେ । ଇଂରାଜୀ ବ୍ୟତୀତ ହିନ୍ଦୀ, ମରାଠୀ, ତେଲୁଗୁ, ମାଲାୟାଲମ୍, ତାମିଲ, କନ୍ନଡ ଏବଂ ବଙ୍ଗଳା ସମେତ ସାତୋଟି ଭାରତୀୟ ଭାଷାରେ ଅନଲାଇନ ଚଳଚ୍ଚିତ୍ର ନିର୍ମାଣ ପାଠ୍ୟକ୍ରମ ଘୋଷଣା କରିଛି ସଂସ୍ଥା । ପାଠ୍ୟକ୍ରମ ମଧ୍ୟରେ ସିନେମା ନିର୍ମାଣ ସହ ଜଡିତ ସମସ୍ତ ଦିଗ ଯେପରି କାହାଣୀ ଓ ସ୍କ୍ରିନ-ପ୍ଲେ, ପ୍ରଡକସନ, ଡିଜିଟାଲ୍ ଫିଲ୍ମ ପ୍ରଡକସନ ଆଦି ବିଭିନ୍ନ ବିଭାଗ ରହିବ ।

ଦେୟମୁକ୍ତ ପାଠ୍ୟକ୍ରମ:-

ବିସ୍ତୃତ ପାଠ୍ୟକ୍ରମଗୁଡିକ ବିଭିନ୍ନ ଭାଷାରେ ସ୍ପେଶାଲାଇଜଡ କୋର୍ସ ପ୍ରଦାନ କରିବ । ଫିଲ୍ମ ପ୍ରଡକସନରେ କ୍ୟାରିୟର କରିବାକୁ ଉତ୍ସାହୀ ବ୍ୟକ୍ତିବିଶେଷଙ୍କ ପାଇଁ ଏହା ଏକ ବଡ ଅବସର ସୃଷ୍ଟି କରିବାକୁ ଯାଉଛି । ଏହି ପାଠ୍ୟକ୍ରମଗୁଡ଼ିକ ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ରଖାଯାଇନଥିବାରୁ ଏହା ଅଧିକ ମାତ୍ରାରେ ଆଶାୟୀଙ୍କ ନିକଟରେ ଉଲପବ୍ଧ ହୋଇପାରିବ ।

ଅଭିନବ ଏବଂ ଉପାଦେୟ କାର୍ଯ୍ୟକ୍ରମ:-

ଚଳଚ୍ଚିତ୍ର ସାଧାରଣତଃ ସଂସ୍କୃତି ସହ ଗଭୀର ଭାବରେ ଜଡିତ ଥାଏ । ଏକାଧିକ ଭାଷାରେ ଚଳଚ୍ଚିତ୍ର ନିର୍ମାଣ ପାଠ୍ୟକ୍ରମ ମାଧ୍ୟମର ଏକ ଅଧିକ ସାସ୍କୃତିକ ଅନୁସନ୍ଧାନର ସୁଯୋଗ ମିଳିପାରିବ । ଶିକ୍ଷାର୍ଥୀମାନଙ୍କୁ ସାଂସ୍କୃତିକ ପ୍ରସଙ୍ଗରେ ଷ୍ଟୋରୀ ଟେଲିଂ ଓ ଏହି ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଗଭୀର ଭାବରେ ଅନୁଧ୍ୟାନ କରିବାକୁ ଅବସର ସୃଷ୍ଟି କରିବ । ଆରମ୍ଭ ହେବାକୁ ଯାଉଥିବା ପାଠ୍ୟକ୍ରମଗୁଡ଼ିକ ଛାତ୍ରମାନଙ୍କୁ ଦକ୍ଷତାର ସହିତ ସୂଚନା ଗ୍ରହଣ କରିବା, ଶିକ୍ଷଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଓ ସେମାନଙ୍କ ଠାରେ ଏହି କ୍ଷେତ୍ରରେ କ୍ୟାରିୟର କରିବା ପାଇଁ ଏକ ଆତ୍ମବିଶ୍ବାସ ସୃଷ୍ଟି କରିବାକୁ ସୁଯୋଗ ଦେବ ।

ଏଥିପାଇଁ ଆବଶ୍ୟକ ଯୋଗ୍ୟତା:-

ରମୋଜୀ ଫିଲ୍ମ ଏକାଡେମୀ ଆରମ୍ଭ କରିବାକୁ ଯାଉଥିବା ଏହି ପାଠ୍ୟକ୍ରମ ପାଇଁ ପଞ୍ଜୀକରଣ କରିବାକୁ ପଡିବ । ମାତ୍ର ଏହି ପଞ୍ଜୀକରଣ ଅନ୍ୟ କୌଣସି ପାଠ୍ୟକ୍ରମ ପରି ଜଟିଳ ପ୍ରକ୍ରିୟା ନୁହେଁ । ଏଥିପାଇଁ କୌଣସି ବୟସ ସୀମା କିମ୍ବା ସର୍ବନିମ୍ନ ଯୋଗ୍ୟତାର ମାନଦଣ୍ଡ ରଖାଯାଇନି । ଏହି ପାଠ୍ଯକ୍ରମରେ ଅଂଶଗ୍ରହଣ ସର୍ବନିମ୍ନ ବୟସ ସୀମା ହେଉଛି 15 ବର୍ଷ । ସେହିପରି ଅଧ୍ୟୟନ ପାଇଁ ମନୋନୀତ ଭାଷାରେ ବିଦ୍ୟାର୍ଥୀଙ୍କର ପାରଦର୍ଶିତା ବାଧ୍ୟତାମୂଳକ ରଖାଯାଇଛି । ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କର ଏକ ବୈଧ ଫୋନ ନମ୍ବର ଏବଂ ଇ-ମେଲ୍ ଆଡ୍ରେସ ଦେବାକୁ ହେବ । ସେହି ମାଧ୍ୟମରେ ସେ ପରବର୍ତ୍ତୀ ସୂଚନା ଗ୍ରହଣ କରିବେ ।

ନିରାପଦ ଏବଂ ସହଜ ଶିକ୍ଷଣୀୟ ପରିବେଶ:-

ସିକ୍ୟୁଏର ଏକଜାମ ବ୍ରାଉଜର (SEB) ଦ୍ୱାରା ଏହି ପାଠ୍ୟକ୍ରମକୁ କାର୍ଯ୍ୟକାରୀ କରାଯିବ । ଏହି ବ୍ରାଉଜର ଛାତ୍ରମାନଙ୍କୁ ପର୍ଯ୍ୟାୟକ୍ରମେ ପାଠ୍ୟକ୍ରମ ଅଧ୍ୟୟନ କରିବାକୁ ସକ୍ଷମ କରିଥାଏ । ଥରେ SEB ବ୍ରାଉଜର୍ ଡାଉନଲୋଡ୍ ହୋଇଗଲେ, ଛାତ୍ରଙ୍କୁ ଏକ ବିସ୍ତୃତ ଅଧ୍ୟାୟ ଏବଂ ଆନୁଷଙ୍ଗିକ ପରୀକ୍ଷା ସମ୍ପର୍କରେ ଏକ ଇଣ୍ଟରଫେସ ବା ଢାଞ୍ଚା ଉପଲବ୍ଧ ହେବ । ଛାତ୍ରଛାତ୍ରୀ ଅଧ୍ୟାୟକୁ ସମ୍ପୂର୍ଣ୍ଣ କରିବା ପରେ ପରବର୍ତ୍ତୀ ସୋପାନରୁ ଯିବା ପୂର୍ବରୁ ପରୀକ୍ଷା ଦେବାର ଆବଶ୍ୟକତା ମଧ୍ୟ ରହିଛି । ଏହିପରି ଏକ ଶୃଙ୍ଖଳିତ ଏବଂ ଫଳପ୍ରଦ ଶିକ୍ଷଣ ପ୍ରକ୍ରିୟାକୁ ସହଜ କରିବ ଏହି ବ୍ରାଉଜର । ରାମୋଜୀ ଫିଲ୍ମ ଏକାଡେମୀ ମଧ୍ୟ ପ୍ରତ୍ୟେକ ଛାତ୍ରଙ୍କ ପାଠ୍ୟକ୍ରମ ଅଗ୍ରଗତି ଉପରେ ନଜର ରଖିବ । ପାଠ୍ୟକ୍ରମର ପ୍ରତ୍ୟେକ ପର୍ଯ୍ୟାୟରେ କାର୍ଯ୍ୟଦକ୍ଷତାକୁ ମୂଲ୍ୟାଙ୍କନ କରିବା, ଛାତ୍ରମାନଙ୍କୁ ଏକାଡେମିକ୍ ଉତ୍କର୍ଷତା ହାସଲ କରିବାରେ ସାହାଯ୍ୟ କରିବା ସମ୍ପର୍କିତ ସମସ୍ତ ଦିଗକୁ ବିଶେଷ ଦୃଷ୍ଟି ଦିଆଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 6, 2024, 4:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.