ETV Bharat / bharat

ରାମେଶ୍ବରମ କାଫେ ବିସ୍ଫୋରଣର ସୁରାକ, ସିସିଟିଭିରେ କଏଦ ସନ୍ଦିଗ୍ଧ ଫଟୋ

author img

By ETV Bharat Odisha Team

Published : Mar 2, 2024, 1:50 PM IST

Updated : Mar 2, 2024, 2:13 PM IST

Rameshwar Cafe blast case: ରାମେଶ୍ବରମ କାଫେ ବିସ୍ଫୋରଣ ଘଟଣାରେ ତଦନ୍ତ ଜାରି ରଖିଛି ପୋଲିସ । ସନ୍ଦିଗ୍ଧ ବ୍ୟକ୍ତିକୁ ଚିହ୍ନଟ କଲା ପୋଲିସ । ଅଧିକ ପଢନ୍ତୁ

Rameshwar Cafe blast
Rameshwar Cafe blast
Rameshwar Cafe blast

ବେଙ୍ଗାଲୁରୁ: ରାମେଶ୍ବରମ କାଫେରେ ବିସ୍ଫୋରଣ ଘଟଣା । ବିସ୍ଫୋରଣ ଘଟାଇଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କଲା ପୋଲିସ । ମୁହଁରେ ମାସ୍କ , ଆଖିରେ କଳା ଚସମା ଓ ମୁଣ୍ଡରେ କ୍ୟାପ ପିନ୍ଧି କ୍ୟାଫେକୁ ଆସିଥିବା ବ୍ୟକ୍ତି ବ୍ୟାଗରେ ବିସ୍ଫୋରକ ସାମଗ୍ରୀ ରଖିଥିଲେ । ଅଭିଯୁକ୍ତ ଜଣଙ୍କ କାଫେରେ ଇଡିଲ ଖାଇବା ପରେ ବ୍ୟାଗ ଛାଡି ପଳାଇଥିଲା । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଥିଲା । ବର୍ତ୍ତମାନ ସନ୍ଦିଗ୍ଧକୁ ଚିହ୍ନଟ କରାଯାଇଥିବା ପୋଲିସ ସୂଚନା ଦେଇଛି । ସନ୍ଦିଗ୍ଧ ବ୍ୟକ୍ତିର ପରିଚୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରାଯାଇନାହିଁ ।

ବିସ୍ଫୋରଣର ଅଭିଯୁକ୍ତ ଏକ ବ୍ୟାଗ ରଖିଥିବା ସିସିଟିଭିରେ ରେକର୍ଡ ହୋଇଥିବା ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଥିଲେ । ଏହା ପରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି ସ୍ପଷ୍ଟ କରିଥିଲେ କିଛି ପ୍ରତ୍ୟକ୍ଷଦର୍ଶୀ । ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଥିଲା । ବିସ୍ଫୋରଣ ପରେ ଏବଂ ପୂର୍ବରୁ ଅଭିଯୁକ୍ତ ଜଣଙ୍କ ହ୍ବାଇଟ ଫିଲ୍ଡର ମରାଥା ଗ୍ରାମାଞ୍ଚଳରେ ବୁଲାବୁଲି କରିଥିଲା । ଭୋର 3ଟା ପର୍ଯ୍ୟନ୍ତ ପୋଲିସ ତାକୁ ଖୋଜାଖୋଜି କରିଥିଲା ।

ଏହା ମଧ୍ୟ ପଢନ୍ତୁ-ବେଙ୍ଗାଲୁରୁ ରାମେଶ୍ବରମ କାଫେରେ ବିସ୍ଫୋରଣ; 9 ଆହତ, ସନ୍ଦିଗ୍ଧ ବ୍ୟକ୍ତି ବ୍ୟାଗ ରଖିଥିବା ସିସିଟିଭିରେ ରେକର୍ଡ

ଏହି ମାମଲାରେ ଜଡିତ ଅନ୍ୟ ଅଭିଯୁକ୍ତଙ୍କୁ ଅନ୍ୟ ରାଜ୍ୟରେ ଖୋଜୁଛି ପୋଲିସ। କେରଳ ଏବଂ ତାମିଲନାଡୁକୁ ପୋଲିସ ଟିମ ଯାଇଥିବା ଜଣାପଡିଛି । ସିସିବି ସ୍ୱତନ୍ତ୍ର ଟିମ ଦ୍ୱାରା ଅଭିଯୁକ୍ତଙ୍କ ସନ୍ଧାନ ଜାରି ରହିଛି । କାଫେର ସିସିଟିଭି ଫୁଟେଜ ଆଧାରରେ କିଛି ସନ୍ଦିଗ୍ଧଙ୍କୁ ପୋଲିସ ଅଟକ ରଖି ପଚାରଉଚରା କରୁଛି । ଏହି ଘଟଣାରେ ଆଜି ଗୃହ ବିଭାଗ ସହ ଏକ ଉଚ୍ଚସ୍ତରୀୟ ବୌଠକ କରିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନରେ ବୈଠକ ବସିବ । ରାଜ୍ୟର ଗୃହମନ୍ତ୍ରୀ ଜି ପରମେଶ୍ୱର, ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଆଲୋକ ମୋହନ ଏବଂ ବେଙ୍ଗାଲୁରୁ ନଗର ପୋଲିସ କମିଶନର ଦୟାନନ୍ଦଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଯୋଗଦେବେ। ବିସ୍ଫୋରଣ ଘଟଣାର ତଦନ୍ତ ଦାୟିତ୍ବ ସିସିବିକୁ ଦିଆଯାଇଛି । 8ଟି ପୋଲିସ ଟିମ ତଦନ୍ତରେ ନିୟୋଜିତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବେଙ୍ଗାଲୁରୁ ବିସ୍ଫୋରଣକୁ ନେଇ ରାଜନୀତି କରନ୍ତୁ ନାହିଁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

ଶୁକ୍ରବାର କର୍ଣ୍ଣାଟକ ହ୍ବାଇଟଫିଲ୍ଡର କୁନ୍ଦାଲାହାଲି ନିକଟ ରାମେଶ୍ବରମ କାଫେରେ ଭୟାବହ ବିସ୍ଫୋରଣ ହୋଇଥିଲା । ଏହି ଅଘଟଣରେ 9 ଜଣ ଆହତ ହୋଇଥିଲେ । ଆହତଙ୍କ ଚିକିତ୍ସା ହସ୍ପିଟାଲରେ ଜାରି ରହିଛି । ଏହି ବିସ୍ଫୋରଣ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।

Last Updated : Mar 2, 2024, 2:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.