ETV Bharat / bharat

ଧାର୍ମିକ ନୀତିର ଶେଷ ଦିନ, ଆଜି 125 କଳସ ଜଳରେ ସ୍ନାନ କରିବେ ରାମଲାଲା

Ram Mandir Pran Pratishtha: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ମନ୍ଦିରରେ ଜାରି ରହିଛି ଧାର୍ମିକ ନୀତି । ଆଦି ରାମଲାଲାଙ୍କୁ ସ୍ନାନ କରାଯାଇ ଗୀତ ଗାନ କରି ସୁଆଇ ଦେବାର ନୀତି ରହିଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 21, 2024, 3:01 PM IST

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା
Pran Pratishtha

ଅଯୋଧ୍ୟା: ରାତି ପାହିଲେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଉତ୍ସବମୁଖର ପୁରା ଦେଶ । ରାମ ନାମରେ ପ୍ରକମ୍ପିତ ହେଉଛି ଗଗନ ପବନ । ଏହି ପବିତ୍ର ସମାରୋହ ଅବସରରେ ରାମ ମନ୍ଦିରକୁ ରଙ୍ଗୀନ ଫୁଲରେ ସାଜସଜ୍ଜା କରାଯାଇଛି । ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଧାର୍ମିକ ରୀତିନୀତିର ଆଜି ଶେଷ ଦିନ । ପଞ୍ଚମ ଦିନରେ ରାମଲାଲାଙ୍କ ବିଗ୍ରହକୁ ସର୍କାରଧିବାସ ଓ ଫଳାଧିବାସରେ ରଖାଯାଇଥିଲା । ଆଜିର ରୀତିନୀତି ବହୁତ ଖାସ ରହିଛି । ଆଜି (ରବିବାର) ରାମଲାଲାଙ୍କୁ ସ୍ନାନ କରାଯିବା । 125 କଳସ ପବିତ୍ର ଜଳରେ ରାମଲାଲାଙ୍କ ବିଗ୍ରହକୁ ସ୍ନାନ କରାଯିବ । ଏହାପରେ ସୋମବାର ସକାଳେ ମନ୍ତ୍ରପାଠ ଓ ଗୀତ ଗାନ କରାଯାଇ ପ୍ରଭୁ ରାମଚନ୍ଦ୍ରଙ୍କୁ ନିଦରୁ ଉଠାଯିବ । ପରେ ପ୍ରାଣ ପ୍ରତିଷ୍ଠା ପାଇଁ ପୂଜାର୍ଚ୍ଚନା ଆରମ୍ଭ ହେବ ।

125 କଳସ ପବିତ୍ର ଜଳରେ ସ୍ନାନ କରିବେ ପ୍ରଭୁ ରାମଚନ୍ଦ୍ର: ଆଜି ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇ 125 କଳସ ପବିତ୍ର ଜଳରେ ରାମଲାଲାଙ୍କୁ ସ୍ନାନ କରାଯିବ । ଏହି ସମୟ ଶୋୟାଧିବାସ ରୀତିନୀତି ମଧ୍ୟ ଅନୁଷ୍ଠିତ ହେବ । ରୀତିନୀତିର ନେତୃତ୍ୱ ନେଉଥିବା କାଶୀର ବିଦ୍ବାନ ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ପୁତ୍ର ସୁନୀଲ ଲକ୍ଷ୍ମୀକାନ୍ତ ଦୀକ୍ଷିତ କହିଛନ୍ତି ଯେ, ଶୋୟାଧିବାସ ରୀତିନୀତି ଅନୁଯାୟୀ ପ୍ରଭୁଙ୍କୁ ପିଲାଙ୍କ ପରି ଏକ ଗୀତ ଗାଇ ଶୁଆଇ ଦିଆଯିବ । ସୋମବାର ସକାଳେ, କରତାଳି ସାଙ୍ଗରେ ଗୀତ ଗାନ କରାଯାଇ ରାମଲାଲାଙ୍କୁ ନିଦରୁ ଉଠାଯିବ ।

ଏହା ମଧ୍ୟ ପଢନ୍ତୁ-ଅଯୋଧ୍ୟା ରାମମୟ: ପହଞ୍ଚିଲା ବିଶାଳ ଲଡୁ ଓ ତାଲା, ପାକିସ୍ତାନରୁ ଆସୁଛି ପବିତ୍ର ଜଳ

ଶୁଭ ମୁହୂର୍ତ୍ତରେ ଅନୁଷ୍ଠିତ ହେବ ପ୍ରାଣ ପ୍ରତିଷ୍ଠା ଉତ୍ସବ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଶୁଭ ମୁହୂର୍ତ୍ତ ହେଉଛି ସୋମବାର 12ଟା 29 ମନିଟ 8 ସେକେଣ୍ଡରୁ 12ଟା 30 ମିନିଟ 32 ସେକେଣ୍ଡ । ଏହାର ଅର୍ଥ ପ୍ରାଣ ପ୍ରତିଷ୍ଠା ପାଇଁ ଶୁଭ ମୁହୂର୍ତ୍ତ 84 ସେକେଣ୍ଡ । ଏହି ଶୁଭ ମୁହୂର୍ତ୍ତକୁ କାଶୀ ପଣ୍ଡିତ ସ୍ଥିର କରିଛନ୍ତି । ପୌଷ ମାସର ଦ୍ବାଦଶ ତିଥିରେ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରାଣପ୍ରତିଷ୍ଠା ହେବ ।

ରାତି ପାହିଲେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଥିବାରୁ ଉତ୍ସବମୁଖର ପୁରା ଦେଶ । ରଙ୍ଗ ବେରଙ୍ଗ ଫୁଲରେ ମନ୍ଦିରର ଭିତର ଓ ବାହାରପଟକୁ ଫୁଲରେ ସାଜସଜ୍ଜା କରାଯାଇଛି । ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କିଛି ଫଟୋ ସୋସିଆଲ ମିଡିଆରେ ଶନିବାର ସେୟାର କରାଯାଇଥିଲା । ପ୍ରାଣ ପ୍ରତିଷ୍ଠା ସମାରୋହରେ ମୁଖ୍ୟ ଅତିଥି ଭାବେ ପ୍ରଧାନମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ନିମନ୍ତ୍ରିତ ଅତିଥି ଅଯୋଧ୍ୟାକୁ ସମାଗମ ହେଲାଣି । କଡା ସୁରକ୍ଷା ମଧ୍ୟରେ ରହିଛି ରାମ ଜନ୍ମଭୂମୀ ଅଯୋଧ୍ୟା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.