ETV Bharat / bharat

ଏଇଠି ରାମଙ୍କ ଫେରିବା ବାଟକୁ ଚାହିଁ ବସିଥିଲେ ଭରତ, 14 ବର୍ଷ ଶ୍ରୀରାମଙ୍କ ପାଦୁକା ରଖି ଚଲାଇଥିଲେ ରାଜକାର୍ଯ୍ୟ - ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା

Ram Mandir 2024: ଉତ୍ସବମୁଖର ପୌରାଣିକ ନଗରୀ ଅଯୋଧ୍ୟା । ମନ୍ଦିରରେ ବିରାଜମାନ କରିଛନ୍ତି ରାମଲାଲା । ଏନେଇ ଉତ୍ସବମୁଖର ଅଯୋଧ୍ୟା । ସେହିପରି ତ୍ରେତୟା ଯୁଗରେ ଯେତେବେଳେ ବନବାସ ଯାଇଥିଲେ ରାମଙ୍କ ଫେରିବା ଅପେକ୍ଷାରେ ଅଯୋଧ୍ୟାର ଏହି ସ୍ଥାନରେ ପ୍ରଭୁ ଶ୍ରୀରାମଙ୍କ ପାଦୁକା ରଖି ରାଜ କାର୍ଯ୍ୟ ସମ୍ଭାଳୁଥିଲେ ।

Ram Mandir 2024
Ram Mandir 2024
author img

By ETV Bharat Odisha Team

Published : Jan 22, 2024, 10:10 AM IST

Updated : Jan 22, 2024, 11:00 AM IST

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା

ଅଯୋଧ୍ୟା: ଦୀର୍ଘ ୫୦୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି । ଆଜି(ସୋମବାର) ଭବ୍ୟ ଦିବ୍ୟ ମନ୍ଦିରରେ ବିରାଜିବେ ରାମଲାଲା । ଏନେଇ ଉତ୍ସବମୁଖର ଅଯୋଧ୍ୟା ସମେତ ସମଗ୍ର ଦେଶ । ରାମ ନାମରେ ପ୍ରକମ୍ପିତ ହେଉଛି ଗଗନ ପବନ । ମନ୍ତ୍ର ଧ୍ବନୀରେ କମ୍ପୁଛି ଅଯୋଧ୍ୟା ନଗରୀ । ସମସ୍ତେ ସେହି ଦିବ୍ୟ ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି । ସେହିପରି ତ୍ରେତୟା ଯୁଗରେ ଶ୍ରୀରାମ ବନବାସ ଯାଇଥିବା ବେଳେ ପ୍ରଭୁଙ୍କ ଫେରିବା ଅପେକ୍ଷାରେ ତମସା ତଟରେ ଶ୍ରୀରାମଙ୍କ ପାଦୁକା ରଖି ୧୪ ବର୍ଷ ରାଜତନ୍ତ୍ର ଚଲାଇଥିସେ । ତେବେ ଆସନ୍ତୁ ଜାଣିବା ଏହାର କିମ୍ବଦନ୍ତୀ ।

ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଅବସ୍ଥିତ ନନ୍ଦୀ ଗ୍ରାମ । ଏଠାରେ ଭରତକୁଣ୍ଡ ଅବସ୍ଥିତ । ଯେଉଁଠାରେ ପ୍ରଭୁ ରାମଙ୍କ ସାନଭାଇ ଭରତ 14 ବର୍ଷ ପର୍ଯ୍ୟନ୍ତ ଭଗବାନଙ୍କ ପାଦୁକା ରଖି ଅଯୋଧ୍ୟା ଶାସନ କରିଥିଲେ । ତାଙ୍କ ଅପେକ୍ଷାରେ ସେ ମଧ୍ୟ ସିଂହାସନକୁ ତ୍ୟାଗ କରିଥିଲେ । ଯେତେବେଳେ ଭଗବାନ ରାମ ଜଙ୍ଗଲରେ ରହୁଥିଲେ ଭରତ ମଧ୍ୟ ବିଶ୍ରାମ ପାଇଁ ଏକ ଗାତ ତିଆରି କରି ସେଥିରେ ବିଶ୍ରାମ ନେଉଥିଲେ । ନନ୍ଦୀ ଗ୍ରାମରେ ହିଁ ଭଗବାନ ହନୁମାନଙ୍କୁ ଭରତ ତୀର ମାରିଥିଲେ ।

ବର୍ତ୍ତମାନ ପୌରାଣିକ ନଗରୀ ଅଯୋଧ୍ୟାରେ ଉତ୍ସବମୁଖର । ମନ୍ଦିରରେ ବିରାଜମାନ କରିଛନ୍ତି ରାମଲାଲା । ରାମଙ୍କ ପ୍ରତ୍ୟାବର୍ତ୍ତନ ଦୃଶ୍ୟକୁ ସମଗ୍ର ବିଶ୍ୱ ଦେଖୁଛି । କିନ୍ତୁ ଏପରି ଏକ ଦୃଶ୍ୟ ମଧ୍ୟ ଥିଲା ଯେଉଁଥିରେ ପ୍ରଭୁ ରାମ ତ୍ରେତୟା ଯୁଗରେ ବନବାସ ପାଇଁ ଯାଇଥିଲେ । ଭଗବାନ ରାମ, ମାତା ସୀତା ଏବଂ ତାଙ୍କ ଭାଇ ଲକ୍ଷ୍ମଣଙ୍କ ସହ ରାଜ୍ୟ ଛାଡି ଯାଇଥିଲେ । ସେତେବେଳେ ଭରତଙ୍କ ସହିତ ସମଗ୍ର ଅଯୋଧ୍ୟାବାସୀ ଦୁଃଖୀ ଥିଲେ । ଗୋଟିଏ ପଟେ ରାମଙ୍କୁ ଭରତଙ୍କ ମାଆଙ୍କ ପାଇଁ ବନବାସ ଯିବାକୁ ପଡିଥିବା ବେଳେ ଅନ୍ୟପଟେ ତାଙ୍କୁ ରାଜ୍ୟ ସମ୍ଭାଳିବାକୁ ଦାୟିତ୍ବ ମିଳିଥିଲା । ଏଭଳି ପରିସ୍ଥିତିରେ ସେ ଏହାକୁ ପ୍ରତ୍ୟାଖ୍ୟାନ କରି ଭଗବାନ ରାମଙ୍କ ଫେରିବା ପାଇଁ ଅପେକ୍ଷାରେ ତମସା କୂଳରେ 14 ବର୍ଷ ପର୍ଯ୍ୟନ୍ତ ତପସ୍ୟା କରିଥିଲେ ।

୧୪ ବର୍ଷ ଚରଣ ପାଦୁକା ରଖି ଅପେକ୍ଷା କରିଥିଲେ ଭରତ: ଭରତକୁଣ୍ଡରେ ଅବସ୍ଥିତ ରାମଜାନକୀ ମନ୍ଦିରର ରାମନାରାୟଣ ଦାସ କହିଛନ୍ତି ଯେ, ଏଠାରେ ହନୁମାନ, ରାମଜାନକୀ, ଗୁରୁ ବୈଷ୍ଣବ, ଭରତ ଏବଂ ଭଗବାନ ଶିବଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇଛି । ଯେତେବେଳେ ପ୍ରଭୁ ରାମ ଚିତ୍ରକୋଟରୁ ଫେରିଥିଲେ, ସେ ଏଠାରେ ବିଶ୍ରାମ ନେଇଥିଲେ । ସେହିପରି ଯେତେବେଳେ ଭରତ ଭଗବାନ ରାମଙ୍କୁ ଅଯୋଧ୍ୟାକୁ ଫେରାଇ ଆଣିବାରେ ବିଫଳ ହେଲେ, ସେ ଏଠାରେ ବସି ପ୍ରଭୁ ରାମଙ୍କୁ 14 ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। 13 ବର୍ଷ, 11 ମାସ ଏବଂ 29 ଦିନ ସମାପ୍ତ ହେବା ମାତ୍ରେ ଭଗବାନ ଶ୍ରୀ ରାମ ଫେରି ଆସିଥିଲେ । ଏହି ଅପେକ୍ଷା ଦିନରେ ପ୍ରଭୁ ରାମଙ୍କ ଭାଇ ଭରତ ସିଂହାସନରେ ରାମଙ୍କ ପାଦ ରଖି ଅଯୋଧ୍ୟାକୁ ଶାସନ କରିଥିଲେ । ସେହିପରି ଭରତ ଯେତେବେଳେ ତପସ୍ୟା କରୁଥିଲେ ସେହି ସମୟରେ ହନୁମାନ ପର୍ବତକୁ ନେଇକି ଯାଉଥିଲେ । ସେହି ସମୟରେ ଭରତ ହନୁମାନଙ୍କୁ ତୀର ମାରିଥିଲେ । ସେତେବେଳେ ହନୁମାନ ରାମ ରାମ କହି ତଳକୁ ପଡିଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ- ରାମମୟ ଅଯୋଧ୍ୟା ନଗରୀ, ଆଜି ଭବ୍ୟ ମନ୍ଦିରରେ ବିରାଜିବେ ରାମଲାଲା

ଭରତଙ୍କ ବିଶ୍ରାମସ୍ଥଳୀ: ରାମନାରାୟଣ ଦାସ କହିଛନ୍ତି ଯେ, ଏଠାରେ ଅବସ୍ଥିତ ବଟବୃକ୍ଷ ଏହି ଜ୍ଞାନ ଦେଉଛି ଯେ ଏଠାରେ ଯିଏ ପଡିଯାଉଛି ତାଙ୍କୁ ଉଠାଇବା ଉଚିତ । ତାଙ୍କୁ ସାହାଯ୍ୟ କରିବା ଉଚିତ୍‌ । ଏଠାରେ ଏକ ତପସ୍ୟାସ୍ଥାନ ଏବଂ ଏକ ବିଶ୍ରାମ ସ୍ଥାନ ମଧ୍ୟ ଅଛି । ବିଶ୍ରାମସ୍ଥାନକୁ ନେଇ ପୌରାଣିକ କାହାଣୀ ହେଉଛି ଯେ, ଯେତେବେଳେ ପ୍ରଭୁ ରାମ ଚିତ୍ରକୋଟକୁ ଯାଇଥିଲେ, ଭରତ ପ୍ରଭୁଙ୍କୁ ଘାସ ଉପରେ ଶୋଇଥିବାର ଦେଖିଲେ । ଏହାପରେ ଏଠାରେ ଏକ ଗାତ ଖୋଳି ସେଠାରେ ବିଶ୍ରାମ ନେଇଥିଲେ । କୁଣ୍ଡର ନାମ ଭରତକୁଣ୍ଡ ଏଥିପାଇଁ ରହିଛି କାରଣ ଭରତ ସେଠାରେ ଚିତା ଲଗାଇ ସେଠାରେ ବସିଥିଲେ । ପ୍ରଭୁ ରାମ ଫେରିବା ପରେ ଏହାକୁ ଏକ କୁଣ୍ଡରେ ପରିଣତ କରାଯାଇଥିଲା । ତେବେ ଭରତକୁଣ୍ଡ ଓ ରାମଜାନକୀ ମନ୍ଦିରରେ ଚୈତ୍ର ରାମନବମୀ ଏବଂ ବିଶେଷ ପୂଜା କାର୍ଯ୍ୟକ୍ରମ ପାଇଁ ଶ୍ରଦ୍ଧାଳୁ ଆସିଥାନ୍ତି । ଏଠାରେ ଏକ କୂଅ ଅଛି । ଯେଉଁଠାରେ ୨୭ଟି ତୀର୍ଥସ୍ଥାନର ଜଳ ରହିଛି । ଏହି ଜଳ ଭଗବାନ ରାମଙ୍କ ରାଜ୍ୟଭିଷେକ ପାଇଁ ଆସିଥିଲା । ଏହି ଜଳକୁ ଶ୍ରଦ୍ଧାଳୁ ଭଗବାନ ଶିବଙ୍କୁ ମଧ୍ୟ ଚଢାନ୍ତି । ସେହିପରି ଏଠାରେ ନନ୍ଦୀ ଗ୍ରାମ ମଧ୍ୟ ରହିଛି । କିମ୍ବଦନ୍ତୀ ଅନୁଯାୟୀ ଯେତେବେଳେ ଦେବତାମାନେ ଭଗବାନ ଶିବଙ୍କୁ ଭଗବାନ ରାମଙ୍କୁ ଦେଖିବା ପାଇଁ କହିଥିଲେ । ସେତେବେଳ ଭଗବାନ ଶିବ ଏଠାରେ ରହିଥିଲେ । ଏଠାରେ ସେ ନନ୍ଦୀଙ୍କୁ ପ୍ରାୟ ୬ମାସ ରହିବାକୁ କହିଥିଲେ, ଯାହା ପରେ ଏହାର ନାମ ନନ୍ଦୀ ଗ୍ରାମ ରଖାଯାଇଥିଲା ।

Last Updated : Jan 22, 2024, 11:00 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.