ETV Bharat / bharat

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା; ଏହି ସମୟରେ ବାନ୍ଧନ୍ତୁ ରାକ୍ଷୀ, ବଦଳି ଯିବ ଭାଇର ଭାଗ୍ୟ - RAKHI 2024 - RAKHI 2024

Rakhi 2024 Shubh Muhrat Time: ଶ୍ରାବଣ ମାସର ପୂର୍ଣ୍ଣମୀ ତିଥିରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଏ । ତେବେ ଚଳିତ ଥର ରାକ୍ଷୀ ପୂର୍ଣ୍ଣମୀ ୨୦୨୪ ଅଗଷ୍ଟ ୧୯, ସୋମବାର ଦିନ ପଡୁଛି । ଭାଇ-ଭଉଣୀ ପ୍ରେମର ଏହି ପର୍ବରେ ଅନେକ ନିୟମ ମନେ ରଖିବା ଜରୁରୀ । ଏହାଦ୍ୱାରା ଜଣେ ବ୍ୟକ୍ତିଙ୍କ ଜୀବନରେ ଭଲ ଫଳାଫଳ ଦେଖିପାରେ । ତେବେ ଜାଣନ୍ତୁ ରାକ୍ଷୀ ବାନ୍ଧିବାର ଶୁଭ ମୁହୂର୍ତ୍ତ କ'ଣ ଏବଂ କ'ଣ ରହିଛି ନିୟମ ?

raksha bandhan 2024
ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା (Getty, ETV Bharat Odisha)
author img

By ETV Bharat Odisha Team

Published : Aug 19, 2024, 6:01 AM IST

ହାଇଦ୍ରାବାଦ: ହିନ୍ଦୁ ଧର୍ମର ଏକ ପ୍ରମୁଖ ପର୍ବ ଭାବରେ ରାକ୍ଷୀ ପୂର୍ଣ୍ଣିମା ବିବେଚନା କରାଯାଏ । ଯାହା ଭାଇ-ଭଉଣୀ ସମ୍ପର୍କକୁ ମଜବୁତ କରିବା ପାଇଁ ପାଳନ କରାଯାଏ । ଚଳିତ ଥର ଶ୍ରାବଣ ମାସର ଶେଷ ସୋମବାର ଅଗଷ୍ଟ ୧୯,ରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଉଛି । ଏନେଇ ଚଳଚଞ୍ଚଳ ପୁର ପଲ୍ଲୀ । ରାକ୍ଷୀ ଭାଇ ଭଉଣୀ ସମ୍ପର୍କର ସାକ୍ଷୀ । ଏହି ବିଶେଷ ଦିନରେ ଭଉଣୀମାନେ ନିଜ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧି ସେମାନଙ୍କ ଦୀର୍ଘାୟୁ କାମନା କରନ୍ତି । ସେହିପରି ଭାଇମାନେ ମଧ୍ୟ ନିଜ ଭଉଣୀମାନଙ୍କୁ ଉପହାର ଦିଅନ୍ତି ଏବଂ ସେମାନଙ୍କୁ ସେମାନଙ୍କର ସୁରକ୍ଷା ଦେବାକୁ ଆଶ୍ୱସନା ଦିଅନ୍ତି । ତେବେ ଏହି ଖାସ୍ ଅବସରରେ ଏହି ଶୁଭ ସମୟରେ ଭାଇ ହାତରେ ରାକ୍ଷୀ ବାନ୍ଧିଲେ ସେ ନିଜ କାମରେ ସଫଳତା ପାଇବ ବୋଲି କୁହାଯାଉଛି । ତେବେ ଜାଣନ୍ତୁ କେତେବେଳେ ଭାଇ ହାତରେ ବାନ୍ଧିବେ ରାକ୍ଷୀ ? ଜାଣନ୍ତୁ,

raksha bandhan 2024
ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା (ETV Bharat Odisha)

ରାକ୍ଷୀ ବାନ୍ଧିବାର ଶୁଭ ସମୟ:-

ଏହି ବର୍ଷ ରାକ୍ଷୀ ପୂର୍ଣ୍ଣମୀରେ ଭଦ୍ରା କାଳର ପ୍ରଭାବ ରହିଛି । ଏଣୁ ରାକ୍ଷୀ ବାନ୍ଧିବାର ସର୍ବୋତ୍ତମ ସମୟ ଅପରାହ୍ନ ବୋଲି ବିବେଚନା କରାଯାଉଛି । ଭଦ୍ର କାଳ ପାଇଁ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବା ଶୁଭ ବୋଲି ଧରାଯାଏ ନାହିଁ । ରାକ୍ଷୀ ବାନ୍ଧିବାର ଶୁଭ ସମୟ ୧୯ ଅଗଷ୍ଟ ଦିନ ରାତି ୧.୩୦ରୁ ୯.୦୭ ପର୍ଯ୍ୟନ୍ତ ଅର୍ଥାତ୍ ଶୁଭ ସମୟ ରହିବ । ବିଶ୍ୱାସ କରାଯାଏ ଯେ ଶୁଭ ସମୟରେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବା ଦ୍ୱାରା ତାଙ୍କର ଭାଗ୍ୟ ବଦଳିଥାଏ ଏବଂ ସେ ସମସ୍ତ କାମରେ ବିଜୟର ସଫଳତା ହାସଲ କରେ ।

raksha bandhan 2024
ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା (Getty)

ରାକ୍ଷୀ ବାନ୍ଧିବାର ନିୟମ କ’ଣ?

ଧାର୍ମିକ ବିଶ୍ୱାସ ଅନୁଯାୟୀ, ରାକ୍ଷୀ ପୂର୍ଣ୍ଣିମା ଦିନ ଉଭୟ ଭାଇ ଓ ଭଉଣୀ ସକାଳୁ ଉଠି ଗାଧୋଇବା ଏବଂ ପରିଷ୍କାର ସହ ନୂଆ ପୋଷାକ ପିନ୍ଧିବା ଉଚିତ୍। ଏହା ପରେ, ରାକ୍ଷୀକୁ ଥାଳିରେ ସଜାନ୍ତୁ, ଘର ମନ୍ଦିରରେ ଦୀପ ଜାଳନ୍ତୁ ଏବଂ ରାକ୍ଷୀ ଥାଳିକୁ ପୂଜା ଘରେ ରଖନ୍ତୁ । ରାକ୍ଷୀ ଉପରେ ତିଲକ ଲଗାନ୍ତୁ, ପ୍ରଥମେ ଭଗବାନଙ୍କୁ ରାକ୍ଷୀ ପ୍ଲେଟ ଅର୍ପଣ କରନ୍ତୁ, ମିଠା ଅର୍ପଣ କରନ୍ତୁ ଏବଂ ତାପରେ ସୂର୍ଯ୍ୟ ଭଗବାନଙ୍କୁ ଜଳ ଅର୍ପଣ କରିବା ପରେ ଭାଇ ହାତରେ ରାକ୍ଷୀ ବାନ୍ଧନ୍ତୁ ।

ଏହି ଜିନିଷ ଗୁଡ଼ିକୁ ଥାଳିରେ ସଜାନ୍ତୁ

ରାକ୍ଷୀ ପୂର୍ଣ୍ଣମୀ ପାଳନ କରିବା ସମୟରେ ଥାଳିରେ ଦୀପ, ମିଠା, ରାକ୍ଷୀ, ହଳଦୀ ଚାଉଳ, ସିନ୍ଦୂର, ଚନ୍ଦନ ଏବଂ ଆଳତୀ କପୂର ଇତ୍ୟାଦି ଜିନିଷ ଅନ୍ତର୍ଭୂକ୍ତ କରନ୍ତୁ । କୁହାଯାଏ ଯେ ଏଗୁଡ଼ିକ ବିନା ପୂଜା ଅସମ୍ପୂର୍ଣ୍ଣ ଅଟେ । ଥାଳିରେ ଏହି ସବୁ ଜିନିଷ ରହିବା ଆବଶ୍ୟକ, କାରଣ ପୂଜା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱାସ କରାଯାଏ ଯେ ଏହି ଜିନିଷଗୁଡ଼ିକ ସମୃଦ୍ଧି ଏବଂ ଶୁଭତାର ପ୍ରତୀକ, ଯାହା ଭାଇଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ଆଣିଥାଏ ।

ରାକ୍ଷୀ ପୂର୍ଣ୍ଣମୀର ମହତ୍ତ୍ୱ କ’ଣ?

ରାକ୍ଷୀ ନେଇ ପୁରାଣରେ ଅନେକ ଭିନ୍ନ କାହାଣୀ ଅଛି । ତେବେ ଏଥିମଧ୍ୟରୁ ଭଗବାନ ଶ୍ରୀକୃଷ୍ଣ-ଦ୍ରୌପଦୀ ଏବଂ ମାଆ ଳକ୍ଷ୍ମୀ ଏବଂ ରାଜା ବଳିଙ୍କ କାହାଣୀ ସବୁଠାରୁ ପ୍ରସିଦ୍ଧ ଅଟେ । ଭଗବାନ କୃଷ୍ଣଙ୍କ ଆଙ୍ଗୁଠି ସୁଦର୍ଶନ ଚକ୍ର ଦ୍ୱାରା କଟିଯାଇଥିଲା, ଯାହା ଦେଖି ଦ୍ରୌପଦୀ ତାଙ୍କ ଶାଢୀରୁ କପଡା ଚିରି ପ୍ରଭୁଙ୍କ ଆଘାତରେ ବାନ୍ଧିଥିଲେ। ସେତେବେଳେ ଭଗବାନ କୃଷ୍ଣ ଦ୍ରୌପଦୀଙ୍କୁ ସର୍ବଦା ସୁରକ୍ଷା ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଏଥି ସହିତ, ଯେତେବେଳେ ଦ୍ରୌପଦୀଙ୍କୁ ହସ୍ତିନାପୁରର ରାଜ ଦରବାରରେ ସର୍ବସାଧାରଣରେ ଅପମାନିତ କରାଯାଉଥିଲା, ସେତେବେଳେ ଶ୍ରୀକୃଷ୍ଣ ତାଙ୍କ ପ୍ରତିଜ୍ଞା ପୂରଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: କମଳା ମାଉସୀଙ୍କ ହାତ ତିଆରି ରାକ୍ଷୀ ପିନ୍ଧିବେ ପ୍ରଧାନମନ୍ତ୍ରୀ ମୋଦି

raksha bandhan 2024
ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା (Getty)

ମାଆ ଲକ୍ଷ୍ମୀ ଏବଂ ରାଜା ବଳିଙ୍କ ଯୋଡି ମଧ୍ୟ ସାମିଲ

ରାଜା ବଳି ଭଗବାନ ବିଷ୍ଣୁଙ୍କର ଜଣେ ମହାନ ଭକ୍ତ ଥିଲେ ଏବଂ ଭଗବାନ ବଳିଙ୍କୁ ସୁରକ୍ଷା ଦେବେ ବୋଲି ପ୍ରତିଶୃତି ଦେଇଥିଲେ। ଏଥିପାଇଁ ସେ ରାଜାଙ୍କ ଦ୍ୱାରପାଳ ଭାବରେ କାର୍ଯ୍ୟ କରୁଥିଲେ। ଏହି କାରଣରୁ ଦେବୀ ଲକ୍ଷ୍ମୀ ଏକାକୀ ବୈକୁଣ୍ଠରେ ରହୁଥିଲେ। ସ୍ୱାମୀଙ୍କୁ ଫେରାଇ ଆଣିବା ପାଇଁ ସେ ଜଣେ ସାଧାରଣ ମହିଳାଙ୍କ ରୂପ ନେଇ ରାଜା ବଳିଙ୍କ ଆଶ୍ରୟ ନେଇଥିଲେ । ଦେବୀ ଲକ୍ଷ୍ମୀଙ୍କ ଆଗମନରେ ରାଜାଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇବାରେ ଲାଗିଲା। ଥରେ ଶ୍ରାବଣ ମାସରେ ପୂର୍ଣ୍ଣମୀ ତିଥିରେ ରାଜା ବଳିଙ୍କୁ ରାକ୍ଷୀ ବାନ୍ଧିଥିଲେ ଏବଂ ତାଙ୍କ ମଙ୍ଗଳ କାମନା କରିଥିଲେ । ଏଥିରେ ଖୁସି ହୋଇ ରାକ୍ଷୀ ବଦଳରେ ରାଜା କିଛି ମାଗିବାକୁ କହିଥିଲେ । ଏହା ଉପରେ ଦେବୀ ଲକ୍ଷ୍ମୀ ତାଙ୍କର ପ୍ରକୃତ ରୂପରେ ଉପସ୍ଥିତ ହେଲେ ଏବଂ ଭଗବାନ ବିଷ୍ଣୁଙ୍କୁ ତାଙ୍କ ବାସସ୍ଥାନକୁ ଫେରାଇ ନେବା ବର ମାଗିଥିଲେ। ରାକ୍ଷୀ ସମ୍ମାନ ରକ୍ଷା କରି ରାଜା ଭଗବାନ ବିଷ୍ଣୁଙ୍କୁ ମାତା ଲକ୍ଷ୍ମୀଙ୍କ ସହ ତାଙ୍କ ବାସଭବନକୁ ପଠାଇଲେ । ସେବେ ଠାରୁ ଭାଇ ଭଉଣୀର ଏହି ଅତୁଟ ସମ୍ପର୍କକୁ ନେଇ ରାକ୍ଷୀ ପୂର୍ଣ୍ଣମୀ ପାଳନ ହୋଇଆସୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା; ଏହି ସମୟରେ ବାନ୍ଧନ୍ତୁ ରାକ୍ଷୀ, ବଦଳି ଯିବ ଭାଇର ଭାଗ୍ୟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.