ETV Bharat / bharat

ନିର୍ବାଚନ ରାଲିରେ ମିଠା ଦୋକାନରେ ରାହୁଲ, କିଣିଲେ ଗୁଲାବ ଜାମୁନ - Rahul Visits Sweet Shop

author img

By ETV Bharat Odisha Team

Published : Apr 13, 2024, 10:31 AM IST

Updated : Apr 13, 2024, 1:12 PM IST

Rahul Visits Sweet Shop: ତାମିଲନାଡୁରେ ନିର୍ବାଚନ ରାଲି ପରେ ରାହୁଲ ଗାନ୍ଧୀ ବିଳମ୍ବିତ ରାତିରେ ଏକ ମିଠା ଦୋକାନରେ ପହଞ୍ଚିଥିଲେ । 25ରୁ 30 ମିନିଟ ରହିବା ସହିତ ଏକ କିଲୋ ମିଠା କିଣିଥିଲେ । ଅଧିକ ପଢନ୍ତୁ

Rahul Visits Sweet Shop
Rahul Visits Sweet Shop

ଚେନ୍ନାଇ: ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଦଳର ହୃଦସ୍ପନ୍ଦନ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସମସ୍ତ ଦଳ ସମଗ୍ର ଦେଶରେ ବିଶାଳ ସମାବେଶ କରୁଛନ୍ତି । ଏହାରି ଭିତରେ ଶୁକ୍ରବାର ରାତିରେ ତାମିଲନାଡୁର ସିଙ୍ଗନଲୁରର ଏକ ମିଠା ଦୋକାନରେ ହଠାତ ପହଞ୍ଚିଥିସେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ତେବେ ଦୋକାନରେ ଉପସ୍ଥିତ ଲୋକେ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଦୋକାନୀ ଏବଂ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ସହ ବାର୍ତ୍ତାଳପ କରିଥିଲେ ରାହୁଲ । ଏହାସହ ନିଜର ମନପସନ୍ଦ ଗୁଲାବ ଜାମୁନ ମଧ୍ୟ ଏକ କିଲୋ କିଣିଥିଲେ ।

ଏନେଇ ଦୋକାନ ମାଲିକ କହିଛନ୍ତି, "ଯେତେବେଳେ ରାହୁଲ ଗାନ୍ଧୀ ଆସିଲେ ଆମକୁ ଆଶ୍ଚର୍ଯ୍ୟ ଲାଗିଲା । ତାଙ୍କୁ ଗୁଲାବ ଜାମୁନ ପସନ୍ଦ ହୋଇଥିବାରୁ ସେ ଏକ କିଲୋ କିଣିଲେ । ଏହାସହ ଅନ୍ୟ ମିଠା ମଧ୍ୟ ଚାଖିଥିଲେ । ମୁଁ ଖୁସି ଯେ ସେ ଆମ ଦୋକନକୁ ଆସିଥିଲେ । ଦୋକାନରେ ସେ 25-30 ମିନିଟ ଧରି ରହିଲେ । ଆମେ କେବେ ଭାବିନଥିଲୁ ସେ ଏତେ ସମୟ ଆମ ସଙ୍ଗେ ରହିବେ । ଆମେ ତାଙ୍କୁ ଟଙ୍କା ନଦେବାକୁ କହିଲୁ କିନ୍ତୁ ସେ ଜିଦ୍ କରିଲେ । ନଗଦ ଟଙ୍କା ଦେଇ ମିଠା କିଣିଛନ୍ତି ।"

ଏହା ମଧ୍ୟ ପଢନ୍ତୁ: ରାହୁଲ, ଲାଲୁଙ୍କୁ ମୋଗଲ ବିଚାରଧାରୀ କହିଲେ ମୋଦି; ଜବାବ ରଖିଲେ ତେଜସ୍ବୀ - PM Modi Mughal Mindset statement

ଏହା ପୂର୍ବରୁ ରାହୁଲ ତାମିଲନାଡୁରେ ଏକ ନର୍ବାଚନ ରାଲିକୁ ସମ୍ବୋଧିତ କରିଥିଲେ । ଏହି ସମୟରେ ସେ ତାମିଲ ସଂସ୍କୃତି, ଭାଷା ଏବଂ ଇତିହାସକୁ ପ୍ରଶଂସା କରିଥିଲେ ଏବଂ ଏଥିରୁ ଅନେକ କିଛି ଶିଖାଯାଇପାରିବ ବୋଲି କହିଥିଲେ । ଏହି କାରଣ ପାଇଁ ହିଁ କଂଗ୍ରେସ ତାମିଲନାଡୁରେ ଭାରତଯୋଡ ଯାତ୍ରା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଥିବା ନେଇ ସେ କହିଛନ୍ତି । ମୋଦି କେବଳ ଗୋଟିଏ ଦେଶ, ଜଣେ ନେତା ଏବଂ ଗୋଟିଏ ଭାଷା ବିଷୟରେ କହୁଛନ୍ତି । କିନ୍ତୁ ଆମ ପାଇଁ ସମସ୍ତେ ସମାନ ଏବଂ ଗୁରୁତ୍ୱପୂର୍ଣ୍ଣ । ତାମିଲ, ବଙ୍ଗାଳୀ ଏବଂ ଅନ୍ୟାନ୍ୟ ଭାଷା ବିନା ଭାରତ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ ।

ରାହୁଲ ଗାନ୍ଧୀ ତାଙ୍କ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦି, ବିଜେପି ଏବଂ ଆରଏସଏସ ଉପରେ ବର୍ଷିଥିଲେ । ସେ କହିଥିଲେ, "ଭାରତକୁ ଗଣତନ୍ତ୍ରର ପ୍ରତୀକ ଭାବରେ ବିବେଚନା କରାଯାଉଥିଲା । କିନ୍ତୁ ବର୍ତ୍ତମାନ ସମଗ୍ର ବିଶ୍ୱ କହୁଛି ଯେ ଭାରତରେ ଆଉ ଲୋକତନ୍ତ୍ର ନାହିଁ । ଦେଶ ଆଜି ଆଦର୍ଶର ଯୁଦ୍ଧ ସହିତ ସଂଘର୍ଷ କରୁଛି । ଦେଶରେ ଚାଲିଥିବା ଆଦର୍ଶଗତ ଯୁଦ୍ଧରେ ଗୋଟିଏ ପଟେ ନ୍ୟାୟ, ସ୍ୱାଧୀନତା ଏବଂ ସମାନତା ରହିଛି । ଅନ୍ୟପକ୍ଷରେ ଆରଏସଏସ, ପିଏମ ମୋଦି ଏବଂ ତାଙ୍କ ସରକାରଙ୍କ ଆଦର୍ଶ ରହିଛି । ବିଜେପି ନେତାମାନେ ଖୋଲାଖୋଲି ଭାବେ କହିଛନ୍ତି ଯେ, ଯଦି ସେମାନେ ପୁନର୍ବାର କ୍ଷମତାକୁ ଆସନ୍ତି ତେବେ ସେମାନେ ସମ୍ବିଧାନରେ ପରିବର୍ତ୍ତନ କରିବେ ।" ନିର୍ବାଚନରେ ଯଦି ବିରୋଧୀ ମେଣ୍ଟ ଇଣ୍ଡିଆ କ୍ଷମତାକୁ ଆସେ ତାହେଲେ ରୋଜଗାର ଦେବା ଗ୍ୟାରେଣ୍ଟି ଅଟେ । ସରକାରୀ ଚାକିରିର 30 ଲକ୍ଷ ପଦବୀ ଖାଲି ପଡ଼ିଛି, ଯେଉଁଥିରେ ଯୁବକମାନଙ୍କୁ ନିଯୁକ୍ତି ଦିଆଯିବ ।

Last Updated : Apr 13, 2024, 1:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.