ETV Bharat / bharat

NEET ପେପର ଲିକ୍‌ ପ୍ରସଙ୍ଗରେ ବର୍ଷିଲେ ରାହୁଲ; କହିଲେ ମୋଦି ‘ୟୁକ୍ରେନ୍ ଯୁଦ୍ଧ’ ରୋକିଦେଲେ, ହେଲେ ପେପର ଲିକ୍‌ ନୁହେଁ - Rahul gandhi on NEET paper leak

author img

By ETV Bharat Odisha Team

Published : Jun 20, 2024, 5:30 PM IST

NEET paper leak case: ପ୍ରେସମିଟ କରି ରାହୁଲ ବର୍ଷିଲେ । କହିଲେ ବିଜେପି ଭୟ ଦେଖାଇ ରାଜନୀତି କରୁଥିଲା । ଏବେ ନିର୍ବାଚନ ଫଳାଫଳ ପରେ ସେ ଭୟ ଦୂର ହୋଇଛି । ଦେଶ ଏକ ଶକ୍ତିଶାଳୀ ବିରୋଧୀ ପାଇଛି । ଅଧିକ ପଢନ୍ତୁ

NEET ପେପରଲିକ ପ୍ରସଙ୍ଗରେ ବର୍ଷିଲେ ରାହୁଲ, କହିଲେ ଶିକ୍ଷା ବ୍ୟବସ୍ଥା ବିଜେପି କବଜାରେ
NEET ପେପରଲିକ ପ୍ରସଙ୍ଗରେ ବର୍ଷିଲେ ରାହୁଲ, କହିଲେ ଶିକ୍ଷା ବ୍ୟବସ୍ଥା ବିଜେପି କବଜାରେ (ETV Bharat Odisha)

ନୂଆଦିଲ୍ଲୀ: NEET ପରୀକ୍ଷା ପେପର ଲିକ୍‌ ମାମଲାରେ ଏବେ ଦେଶରେ ରାଜନୀତି ଉଷ୍ଣ ହେବାରେ ଲାଗିଛି । ଆଜି ଏହି ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ଏହି ଅବ୍ୟବସ୍ଥା ପାଇଁ ବିଜେପି ସରକାରକୁ ଦାୟୀ କରିଛନ୍ତି ରାହୁଲ । ନିର୍ଦ୍ଦିଷ୍ଟ ସଂଗଠନ ଭାରତୀୟ ଶିକ୍ଷା ବ୍ୟବସ୍ଥା ଉପରେ କବଜା କରିସାରିଲାଣି, ଏହାକୁ ପରିବର୍ତ୍ତନ କରିବାକୁ ହେବ ବୋଲି ରାହୁଲ କହିଛନ୍ତି । ଏହାସହିତ କଟାକ୍ଷରେ କହିଛନ୍ତି କି, ମୋଦି ୟୁକ୍ରେନ ଯୁଦ୍ଧ ରୋକିଦେଲେ ହେଲେ ପେପର ଲିକ୍ କୁ ରୋକି ପାରିଲେ ନାହିଁ ।

ଆଜି ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ରାହୁଲ ପ୍ରସମିଟ୍‌ କରି ବିଭିନ୍ନ ପ୍ରସଙ୍ଗରେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କି ଟାର୍ଗେଟ କରିଥିଲେ । ପେପର ଲିକ ପ୍ରସଙ୍ଗରେ ରାହୁଲ କହିଛନ୍ତି, ବିଶ୍ବବିଦ୍ୟାଳୟରେ ପରୀକ୍ଷା ପରିଚାଳନା ପ୍ରକ୍ରିୟାର ପୁନଃଡିଜାଇନ ପ୍ରସ୍ତୁତ କରିବାକୁ ପଡିବ । ଏକଥା କଂଗ୍ରେସ ନିର୍ବାଚନୀ ଇସ୍ତାହାରରେ ମଧ୍ୟ ଘୋଷଣା କରିଥିଲେ । ଏବେ ବିରୋଧୀ ସରକାରଙ୍କ ଉପରେ ଚାପ ସୃଷ୍ଟି କରି କାର୍ଯ୍ୟକାରୀ କରିବାକୁ ନିଶ୍ଚିୟ ଚେଷ୍ଟା କରିବ । ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ‘ଏନଟିଏ’କୁ ପେପର ଲିକ୍‌ ମାମଲାରେ କ୍ଲିନଚିଟ ଦେବାକୁ ମଧ୍ୟ ରାହୁଲ ନାପସନ୍ଦ କରିଛନ୍ତି । ଏଥିରେ କୌଣସି ବିଶ୍ବସନୀତା ନାହିଁ ବୋଲି ସମସ୍ତେ ଜାଣିସାରିଥିବା କହିଛନ୍ତି ରାହୁଲ । ବର୍ତ୍ତମାନ ସରକାରଙ୍କର ନିଟ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ ପ୍ରସଙ୍ଗରେ କୌଣସି ଧ୍ୟାନ ନାହିଁ । ସେମାନେ ଲୋକସଭାରେ ବାଚସ୍ପତି ନିର୍ବାଚନ କିପରି ହେବ, ସେଥିରେ ଲାଗିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ସୁରମା ପାଢ଼ୀ ବାଚସ୍ପତି ନିର୍ବାଚିତ, ଓଡ଼ିଶା ବିଧାନସଭାରେ ଦ୍ବିତୀୟ ମହିଳା ବାଚସ୍ପତି - SURAMA PADHY NEW SPEAKER

ରାହୁଲ ଆହୁରି ମଧ୍ୟ କହିଛନ୍ତି, ନିର୍ବାଚନ ପରେ ସାରା ଦେଶରେ ନରେନ୍ଦ୍ର ମୋଦିଙ୍କ ପ୍ରତି ଲୋକଙ୍କର ଥିବା ଭୟ ଦୂର ହୋଇଛି । ଲୋକଙ୍କୁ ଭୟଭୀତ କରି ରାଜନୀତି କରିବା ବିଜେପିର କାମ । ପ୍ରଧାନମନ୍ତ୍ରୀ ମୋଦି ଅନ୍ୟ କାହା କଥା ଶୁଣନ୍ତି ନାହିଁ । ସେ ଯାହା ସଠିକ ଭାବନ୍ତି ତାହା ହିଁ କରନ୍ତି । ହେଲେ ଏବେ ନିର୍ବାଚନୀ ଫଳାଫଳ ଆସିବା ପରେ ବିଜେପି ଆଉ ସେହି ସ୍ଥିତିରେ ନାହିଁ । 56 ଇଞ୍ଚର ଛାତି ଆଉ ନାହିଁ । କେବଳ କଂଗ୍ରେସ ଓ ବିଭିନ୍ନ ବିରୋଧୀ ଦଳ କାହିଁକି, ସାଧାରଣ ଲୋକ ମଧ୍ୟ ବିଜେପିକୁ ଭୟ କରିବା ଛାଡି ଦେଇଛନ୍ତି । ଦେଶକୁ ଏବେ ଏକ ଶକ୍ତିଶାଳୀ ବିରୋଧୀ ଦଳ ମିଳି ସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.