ETV Bharat / bharat

ବିହାର କୃଷକଙ୍କୁ ରାହୁଲଙ୍କ ପ୍ରତିଶ୍ରୁତି, 'କଂଗ୍ରେସ ଆସିଲେ ଅନ୍ନଦାତାଙ୍କୁ ମିଳିବ ନ୍ୟାୟ' - Bharat Jodo Nyay Yatra

Bharat Jodo Nyay Yatra: ଭାରତ ଯୋଡ଼ ନ୍ୟାୟ ଯାତ୍ରା ପୁର୍ନିଆରେ ପହଞ୍ଚିଥିବା ବେଳେ କୃଷକଙ୍କୁ ସମ୍ବୋଧିତ କରିଛନ୍ତି ରାହୁଲ । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହିତ ଦେଶର ଅନ୍ନଦାତାଙ୍କ ପ୍ରତି ନ୍ୟାୟ ହେବା ଉଚିତ ବୋଲି କହିଲେ ରାହୁଲ । ଅଧିକ ପଢନ୍ତୁ

Bharat Jodo Nyay Yatra
ଭାରତ ଯୋଡ ନ୍ୟାୟ ଯାତ୍ରା
author img

By ETV Bharat Odisha Team

Published : Jan 30, 2024, 1:35 PM IST

ପାଟନା: ବିହାରରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଆଜି ଦ୍ବିତୀୟ ଦିନ । ବିହାରର ଅରରିଆରୁ ଆରମ୍ଭ ହୋଇଥିବା ଭାରତ ଯୋଡ ନ୍ୟାୟ ଯାତ୍ରା ପୁର୍ନିଆରେ ପହଞ୍ଚିଛି । ବିହାରରେ ରାଜନୈତିକ ହଟଚମଟ ଭିତରେ କୃଷକମାନଙ୍କ ସହିତ ବାର୍ତ୍ତାଳାପ କରି କେନ୍ଦ୍ର ସରକାରଙ୍କୁ ତେରଛା ବାଣ ମାରିଛନ୍ତି ରାହୁଲ । କୃଷକମାନଙ୍କୁ ଚାରି ଦିଗରୁ ଘେରି ଦିଆଯାଉଛି ଏବଂ ତାଙ୍କଠାରୁ ଜମି ଛଡ଼ାଇ ନିଆଯାଉଛି । ଉକ୍ତ ଜମିକୁ ନେଇ ବଡ଼ ବଡ଼ ଶିଳ୍ପପତିଙ୍କୁ ଉପହାର ସ୍ବରୂପ ଦିଆଯାଉଥିବା ନେଇ କୃଷକକୁ କହିବା ସହିତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅନ୍ୟପଟେ ଯେତେବେଳେ ସାର ଏବଂ ମଞ୍ଜି କଥା ଆସେ, ସେତେବେଳେ କୃଷକମାନଙ୍କ ଉପରେ ଚାପ ପକାଇ ଦିଆଯାଉଥିବା କଥା କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ।

  • #WATCH | Congress MP Rahul Gandhi addresses the farmers in Purnea, Bihar during his Bharat Jodo Nyay Yatra.

    He says, "...Any political leader who will speak about protecting the land of farmers will be attacked by media round the clock...Here, the Government of India is… pic.twitter.com/zOUSFBa2Bn

    — ANI (@ANI) January 30, 2024 " class="align-text-top noRightClick twitterSection" data=" ">

ଦେଶର ମେରୁଦଣ୍ଡ କୃଷକ: ରାହୁଲ ଗାନ୍ଧୀ କୃଷକମାନଙ୍କ ସହିତ ବାର୍ତ୍ତାଳାପ କରିବା ସମୟରେ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ବଡ଼ କାମ କରିବାକୁ ଚେଷ୍ଟା କରୁଛନ୍ତି । ସେ ତିନିଟି କଳା ନିୟମ ଆଣି କୃଷକମାନଙ୍କଠାରୁ ତାଙ୍କ ଅଧିକାର ଛଡ଼ାଇ ନେବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସମଗ୍ର ଦେଶର କୃଷକ ଏହା ବିରୋଧରେ ଛିଡ଼ା ହେବା ସହିତ ଲଢ଼େଇ କରିଥିଲେ । ତେଣୁ ସମସ୍ତଙ୍କ ଜୀବନ ଫେରି ଆସିଛି, ନଚେତ ସମସ୍ତ କୃଷକ ବର୍ବାଦ ହୋଇ ଯାଇଥାଆନ୍ତେ । ମୁଁ ଭାବୁଛି କୃଷକମାନେ ଆମ ଦେଶର ମେରୁଦଣ୍ଡ । ଆରବପତିମାନଙ୍କର 14 ଲକ୍ଷ କୋଟିକୁ ଛାଡ଼ କରା ଯାଇଥିଲା। କିନ୍ତୁ କୃଷକମାନଙ୍କର ଋଣ ଛାଡ଼ କରାଯାଇ ପାରିଲା ନାହିଁ । ଦେଶର ଅନ୍ନଦାତାଙ୍କ ପ୍ରତି ନ୍ଯାୟ ହେବା ଉଚିତ ।"

    He says, "Farmers are being gheraoed from all directions. Your land is being snatched away. Land is taken from you and given as a gift to big industrialists like Adani.… pic.twitter.com/zBtlFpy29R

ଏହା ମଧ୍ୟ ପଢନ୍ତୁ : ବିହାରରେ ପ୍ରବେଶ କଲା ଭାରତ ଯୋଡ ନ୍ୟାୟ ଯାତ୍ରା

କୃଷକଙ୍କ ପ୍ରସଙ୍ଗ ସଂସଦରେ ଉଠାଯିବ: ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି, "ଯେଉଁ ରାଜନେତା କୃଷକମାନଙ୍କର ଜମିର ସୁରକ୍ଷା ବିଷୟରେ କହିବେ ତାଙ୍କୁ ଗଣମାଧ୍ୟମ ଦିନ ତମାମ ଘେରି ରହୁଛି । କିନ୍ତୁ ଏଠାରେ ଭାରତ ସରକାର ଭୂମି ଅଧିଗ୍ରହଣ ଅଧିନିୟମର ଉଲ୍ଲଂଘନ କରୁଛନ୍ତି । ମୁଁ ଆପଣଙ୍କ ପାଇଁ(କୃଷକ) ଏହି ପ୍ରସଙ୍ଗକୁ ସଂସଦରେ ଉଠାଇ ପାରିବି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସଙ୍ଗ ନେଇ କିଛି କରିବେ ସେ ବିଷୟରେ ମୁଁ ଗ୍ୟାରେଣ୍ଟି ଦେଇପାରିବି ନାହିଁ । କିନ୍ତୁ ମୁଁ ଏହି ପ୍ରସଙ୍ଗକୁ ସଂସଦରେ ଉଠାଇବି । ଆମ ସରକାର କ୍ଷମତାକୁ ଆସିଲେ ଆମେ ସବୁ କିଛି କରିପାରିବୁ, ଏହା ମୁଁ ନିଶ୍ଚିତ କରିପାରେ ।"

ରାହୁଲ କୃଷକମାନଙ୍କୁ ସମ୍ବୋଧିତ କରି ଆହୁରି ମଧ୍ୟ କହିଛନ୍ତି, "ମୁଁ କେବଳ ଆପଣଙ୍କ ସହ ବାର୍ତ୍ତାଳପ କରୁନାହିଁ । ବରଂ କାର୍ଯ୍ୟରେ ମଧ୍ୟ କରି ଦେଖାଇଛୁ । ଆମେ କୃଷକମାନଙ୍କର 72000 କୋଟି ଟଙ୍କାର ଋଣ ଛାଡ଼ କରିଛୁ । ଆମେ ଜମି ଅଧିଗ୍ରହଣ ବିଲ୍ ମଧ୍ୟ ଆଣିଥିଲୁ । ଯେତେବେଳେ ଛତିଶଗଡ ଏବଂ ରାଜସ୍ଥାନରେ ଆମ ସରକାର ରହିଥିଲା, ତେବେ ଆମେ ଉତ୍ପାଦ ପାଇଁ ଉପଯୁକ୍ତ ମୂଲ୍ୟ ଦେଇଥିଲୁ । ଆମେ କାର୍ଯ୍ୟ କରିଛୁ ଏବଂ ଭବିଷ୍ୟତରେ ମଧ୍ୟ କାର୍ଯ୍ୟ କରିବୁ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.