ETV Bharat / bharat

ଲୋକସଭାରେ ବିରୋଧୀ ଦଳ ନେତା ହେଲେ ରାହୁଲ, ୧୦ବର୍ଷ ପରେ କଂଗ୍ରେସକୁ ମିଳିଲା ପଦ - Rahul Gandhi Leader of Opposition

author img

By ETV Bharat Odisha Team

Published : Jun 25, 2024, 10:24 PM IST

Updated : Jun 26, 2024, 7:05 AM IST

Rahul Gandhi Leader of Opposition: ୧୦ବର୍ଷ ପରେ ଲୋକସଭାରେ କଂଗ୍ରେସକୁ ମିଳିଲା ବିରୋଧୀ ଦଳ ନେତା ପଦ । ବିରୋଧୀ ଦଳ ନେତା ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅଧିକ ପଢ଼ନ୍ତୁ

Rahul Gandhi
Rahul Gandhi (ETV Bharat Odisha)

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ହେଲେ କଂଗ୍ରେସ ନେତା ତଥା ରାୟବରେଲି ସାଂସଦ ରାହୁଲ ଗାନ୍ଧୀ । ଏନେଇ ଗତକାଲି (ମଙ୍ଗଳବାର) କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି । 9 ତାରିଖରେ ବସିଥିବା କଂଗ୍ରେସ ସଂସଦୀୟ ଦଳ ବୈଠକରେ ରାହୁଲଙ୍କ ନାମରେ ବିଚାର ବିମର୍ଶ ଜାରି ରହିଥିଲା । ହେଲେ ଆନୁଷ୍ଠାନିକ ଘୋଷଣା କରାଯାଇନଥିଲା । ଗତକାଲି ଇଣ୍ଡିଆ ମେଣ୍ଟର ବୈଠକ ପରେ କଂଗ୍ରେସର ବରିଷ୍ଠ ନେତା ତଥା ସାଙ୍ଗଠନିକ ସମ୍ପାଦକ କେସି ବେଣୁଗୋପାଲ ଏହି ସୂଚନା ଦେଇଛନ୍ତି । କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବଙ୍କୁ ଚିଠି ଲେଖି ଏସମ୍ପର୍କରେ ଅବଗତ କରିଛନ୍ତି ।

10 ବର୍ଷ ଧରି ଖାଲି ପଡିଥିଲା ଏହି ପଦବୀ :-

ସଦନର ଏହି ପ୍ରତ୍ୟେକ୍ଷ ନିର୍ବାଚିତ ଗୃହରେ ମୋଦି ସରକାରର ପ୍ରଥମ ଦୁଇ ପାଳି ତଥା ଷୋଡଶ ଓ ସପ୍ତଦଶ (2014-2024) ଲୋକସଭାରେ ବିରୋଧୀ ଦଳ ନେତା ପଦବୀ ଖାଲି ପଡିଥିଲା । ସାମ୍ବିଧାନିକ ପରମ୍ପରା ଅନୁସାରେ, ଏହି ପଦବୀ ପାଇଁ ବିରୋଧୀ ଗୋଷ୍ଠୀରେ ଥିବା କୌଣସି ରାଜନୈତିକ ଦଳ ନିକଟରେ ଗୃହର ମୋଟ ସଂଖ୍ୟାର 10 ପ୍ରତିଶତ ପ୍ରତିନିଧିତ୍ବ ରହିବା ଜରୁରୀ । ମାତ୍ର କଂଗ୍ରେସ ସଦନରେ ଦ୍ବିତୀୟ ବୃହତ୍ତମ ଦଳ ହୋଇଥିଲେ ସୁଦ୍ଧା ଏହି ମାପଦଣ୍ଡ ପୂରଣ କରିବାରେ ବିଫଳ ହୋଇଥିଲା । ସେହି କାରଣରୁ ବିରୋଧୀ ଦଳ ପଦବୀ ଖାଲି ପଡିଥିଲା । କଂଗ୍ରେସ 2014ରେ 44 ଓ 2019ରେ 52 ଆସନ ଜିତିଥିଲା । ଏଥର ଦଳ ପାଖରେ 102 ଆସନ ରହିଛି ।

ବିରୋଧୀ ଦଳ ନେତା ହେବାରେ ଗାନ୍ଧୀ ପରିବାରର ତୃତୀୟ ସଦସ୍ୟ ହେଉଛନ୍ତି ରାହୁଲ ଗାନ୍ଧୀ । ଏହା ପୂର୍ବରୁ ରାହୁଲଙ୍କ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଓ ମା’ ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଲୋକସଭାରେ ଏହି ଭୂମିକା ଗ୍ରହଣ କରିସାରିଛନ୍ତି । ଏବେ ରାହୁଲ ବିରୋଧୀ ଦଳ ନେତା ହେବାରେ ଗାନ୍ଧୀ ପରିବାରର ତୃତୀୟ ସଦସ୍ୟ ।

ଏହା ମଧ୍ୟ ପଢନ୍ତୁ :- ସହମତି ନୁହେଁ ପ୍ରତିଦ୍ବନ୍ଦ୍ବିତା, ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ବିର୍ଲା-ସୁରେଶ - Lok Sabha Speaker election

2014ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିଜେପି କେନ୍ଦ୍ରରେ ସରକାର ଗଠନ କରିବା ପରେ ଅତି ଦୁର୍ବଳ ସ୍ଥିତିରେ ନଜର ଆସିଥିଲେ ବିରୋଧୀ । ଏହା ପୂର୍ବରୁ 2004ରେ ମନମୋହନ ସିଂଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାରରେ ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ବିରୋଧୀ ଦଳ ନେତା ଥିଲେ । ସେ ପ୍ରାୟ ସାଢେ ଚାରିବର୍ଷ ଧରି ଏହି ଦାୟିତ୍ବ ତୁଲାଇଥିଲେ । ‘ଉପା’ ଦ୍ବିତୀୟ ପାଳିରେ ଏହି ଦାୟିତ୍ବ ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କ କାନ୍ଧକୁ ଆସିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 26, 2024, 7:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.