ETV Bharat / bharat

ରାୟବରେଲିର ସ୍ଥାନେ ସ୍ଥାନେ ସୂଚନା ଫଳକ, ଲେଖା ଅଛି 'ୱାୟନାଡ 2000 କିମି' - Rae Bareli to Wayanad 2000kms

Rae Bareli to Wayanad 2000 kms: ଆସନ୍ତାକାଲି (ମେ 20) ରାୟବରେଲିରେ ପଡ଼ିବ ଭୋଟ । ଏଠାରେ କଂଗ୍ରେସର ଚର୍ଚ୍ଚିତ ନେତା ରାହୁଲ ଗାନ୍ଧୀ ନିର୍ବାଚନ ଲଢୁଛନ୍ତି । ଏହାରି ମଧ୍ୟରେ ରାୟବରେଲିରେ ସ୍ଥାନେ ସ୍ଥାନେ ସୂଚନା ଫଳକ ଲାଗିଥିବା ବେଳେ ସେଥିରେ ଲେଖାଅଛି ୱାୟନାଡ 2000 କିମି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : May 19, 2024, 8:24 PM IST

Rae Bareli to Wayanad 2000 kms
Rae Bareli to Wayanad 2000 kms (ETV Bharat)

ଲକ୍ଷ୍ନୌ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚଳିତ ସାଧାରଣ ନିର୍ବାଚନରେ ଉଭୟ କେରଳର ୱାୟନାଡ ଓ ଉତ୍ତର ପ୍ରଦେଶର ରାୟବରେଲି ଆସନରୁ ନିର୍ବାଚନ ଲଢୁଛନ୍ତି । ଏହାରି ମଧ୍ୟରେ ରାୟବରେଲିର ସ୍ଥାନେ ସ୍ଥାନେ ଦେଖିବାକୁ ମିଳିଛି ସୂଚନା ଫଳକ । ଏଥିରେ ୱାୟନାଡ 2000 କିମି ଦୂରତା ବୋଲି ଲେଖାଯାଇଛି । ଟ୍ରୋଲର୍ସ ଏପରି ଢଙ୍ଗରେ ରାହୁଲ ଗାନ୍ଧୀଙ୍କୁ ଟ୍ରୋଲ କରୁଥିବା ଚର୍ଚ୍ଚା ହେଉଛି । ସୋସିଆଲ ମିଡିଆରେ ମଧ୍ୟ ଏହି ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଦେଖିବାକୁ ମିଳିଛି ଯେ ରାସ୍ତାକଡ଼ରେ ଏକ ମାଇଲଷ୍ଟୋନ ଲଗାଯାଇଛି । ଏହା ଉପରେ ଇଂରାଜୀରେ ୱାୟନାଡର ଦୂରତା 2000 କିଲୋ ମିଟର ବୋଲି ଲେଖାଯାଇଛି । ସେହିପରି ଅନ୍ୟ ଏକ ଫଟୋରେ ଏକ ପାଚେରୀ ଦେଖିବାକୁ ମିଳିଛି । ଏହାର ପାର୍ଶ୍ବରେ ମଧ୍ୟ ସମାନ ଢଙ୍ଗର ଏକ ମାଇଲଷ୍ଟୋନ ଲଗାଯାଇଛି । ଯେଉଁଥିରେ ୱାୟନାଡ 2000କିମି ବୋଲି ଲେଖାଯାଇଛି । ରାୟବରେଲିରୁ ୱାୟନାଡର ଦୂରତା 2082 କିଲୋମିଟର । ଏବେ ଏଠାରେ ସୋନିଆ ଗାନ୍ଧୀ ସାଂସଦ ଥିବା ବେଳେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଯାଇଛନ୍ତି । ଫଳରେ ଏହି ଆସନରୁ ରାହୁଲ ଗାନ୍ଧୀ ନିର୍ବାଚନ ଲଢୁଛନ୍ତି । ସେ ଉଭୟ ୱାୟନାଡ ଓ ରାୟବରେଲିରୁ ଲଢୁଥିବାରୁ ତାଙ୍କୁ ଟାର୍ଗେଟ କରାଯାଇ ଏହି ମାଇଲଷ୍ଟୋନ ଲଗାଯାଇଥିବା ଚର୍ଚ୍ଚା ହେଉଛି ।

ଏହା ବି ପଢନ୍ତୁ- କାହିଁକି ରାୟବରେଲିରୁ ନିର୍ବାଚନ ଲଢୁଛନ୍ତି ରାହୁଲ ? ଜାଣନ୍ତୁ

ରାଜନୈତିକ ସୂଚନା ରଖୁଥିବା ବ୍ୟକ୍ତି ଏହାକୁ ଖୁବ ଭଲ ଭାବରେ ବୁଝିପାରୁଥିବେ । ସୋସିଆଲ ମିଡିଆରେ ଶଶାଙ୍କ ସିଂ ରାଠୋର ନାମକ ଜଣେ ୟୁଜର୍ସ ମଧ୍ୟ ଏହି ଫଟୋକୁ ସେୟାର କରିଛନ୍ତି । କିଛି ୟୁଜର୍ସ ଏହା ପଛର ବାସ୍ତବତାକୁ ବୁଝିପାରୁନଥିବା ବେଳେ ରାୟବରେଲିରେ ୱାୟନାଡ ଫଳକ କାହିଁକି ଲଗାଯାଇଛି ବୋଲି ପ୍ରଶ୍ନ କରୁଥିବା ଦେଖିବାକୁ ମିଳିଛି । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଜିଲ୍ଲା ସଭାପତି ପଙ୍କଜ ତିୱାରି । ସେ କହିଛନ୍ତି, "ବିଜେପି ପକ୍ଷରୁ ଏପରି କରାଯାଇଛି । ସେମାନେ ଯଦି ଭାବୁଛନ୍ତି ରାହୁଲ ଗାନ୍ଧୀ ୱାୟନାଡ ପଳାଇବେ, ତେବେ ଏହା ତାଙ୍କ ଭ୍ରମ ଧାରଣା । ରାହୁଲ ଗାନ୍ଧୀ ରାୟବରେଲିରେ ନିର୍ବାଚନ ଜିତୁଥିବା ବେଳେ ସେ ଏଠାରେ ରହି ଲୋକଙ୍କ ପାଇଁ କାମ କରିବେ ।"

ସ୍ମୃତି ଇରାନୀଙ୍କ ଲାଗି ଦିଲ୍ଲୀ ଟିକଟ:- ଖାଲି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନୁହେଁ, ତାଙ୍କର ପୂର୍ବତନ ପ୍ରତିଦ୍ବନ୍ଦ୍ବୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ମଧ୍ୟ ଟ୍ରୋଲ କରାଯାଉଛି । ସେ ଏଥର ମଧ୍ୟ ଆମେଠୀରୁ ନିର୍ବାଚନ ଲଢୁଥିବା ବେଳେ ତାଙ୍କର ପରାଜୟକୁ ଇସାରା କରି ଏପରି ଟ୍ରେନ ଟିକଟ ଭାଇରାଲ ହେଉଛି । ଏଥିରେ ଦିଲ୍ଲୀରୁ ଆମେଠୀକୁ ଯାତ୍ରାର ଦିନ ମେ 20 ଲେଖାଯାଇଛି । ଆଉ ଏହି ଦିନ ଅର୍ଥାତ ଆସନ୍ତାକାଲି ଆମେଠୀରେ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.