ETV Bharat / bharat

ବିଶ୍ବବିଦ୍ୟାଳୟ ନାଟକରେ ଧୂମ୍ରପାନ କଲେ ସୀତା; ପ୍ରଫେସର ସହ ୫ ଛାତ୍ର ଗିରଫ

author img

By ETV Bharat Odisha Team

Published : Feb 4, 2024, 8:52 AM IST

Sita Shown Smoking In Ramleela Play: ବିଶ୍ବବିଦ୍ୟାଳୟରେ ରାମଲୀଳା ନାଟକରେ ଧାର୍ମିକ ଭାବନାକୁ ଆଘାତ । ପ୍ରଫେସର ସମେତ ବିଶ୍ବବିଦ୍ୟାଳୟର ୫ ଛାତ୍ର ଗିରଫ । ଅଧିକ ପଢନ୍ତୁ

ପୁଣେ ବିଶ୍ବବିଦ୍ୟାଳୟରେ ବିବାଦୀୟ ରାମଲୀଳା ନାଟକ

ମୁମ୍ବାଇ: ରାମଲୀଳା ନାଟକରେ ହିନ୍ଦୁ ସମ୍ପ୍ରଦାୟର ଧାର୍ମିକ ଭାବନାକୁ କୁଠାରଘାତ । ମଞ୍ଚରେ ଧୂମ୍ରପାନ କଲେ ମାତା ସୀତାଙ୍କ ଚରିତ୍ରରେ ଅଭିନୟ କରୁଥିବା କଳାକାର । ସିଗାରେଟ୍ ଟାଣିବା ସହ ନାନା ଅସଭ୍ୟ ଭାଷା ପ୍ରୟୋଗ କଲେ । ମହାରାଷ୍ଟ୍ରର ସାବିତ୍ରୀବାଇ ଫୁଲେ ପୁଣେ ବିଶ୍ବବିଦ୍ୟାଳୟରେ ଏହି ନାଟକ ଆୟୋଜିତ ହୋଇଥିଲା । ଏଥିରେ ମାତା ସୀତାଙ୍କ ଚରିତ୍ରରେ ଅଭିନୟ କରିଥିବା କଳାକାର ଧୂମ୍ରପାନ କରୁଥିବା ଦେଖିବାକୁ ମିଳିଥିଲା । ଏନେଇ ଥାନାରେ ଅଭିଯୋଗ ପରେ ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସରଙ୍କ ସମେତ ୬ ଜଣ ଛାତ୍ରଙ୍କୁ ଗିରଫ କରାଯାଇଛି । ନାଟକ ଜରିଆରେ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ସମସ୍ତେ ଗିରଫ ହୋଇଛନ୍ତି ।

ପୁଣେ ବିଶ୍ବବିଦ୍ୟାଳୟର ଏହି ରାମଲୀଲା ନାଟକର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ଏଥିରେ ଅନେକ ଆପତ୍ତିଜନକ ଦୃଶ୍ୟ ଓ ସଂଳାପ ଦେଖିବାକୁ ମିଳୁଛି । ଭିଡିଓରେ ଦେଖାଯାଇଛି, ମଞ୍ଚରେ ସୀତା ଚରିତ୍ରରେ ଜଣେ ପୁରୁଷ ଅଭିନୟ କରୁଛନ୍ତି । ସେ ସିଗାରେଟ୍ ଟାଣୁଛନ୍ତି ଏବଂ ନାନା ଆଶାଳୀନ ଭାଷାର ବ୍ୟବହାର କରୁଛନ୍ତି । ଗତ ଶୁକ୍ରବାର ରାତିରେ ଏହି ନାଟକ ପରିବେଷଣ ହୋଇଥିଲା । ନାଟକରେ ଏଭଳି ବିବାଦୀୟ ଦୃଶ୍ୟ ଦେଖି ଏବିଭିପି ଛାତ୍ରମାନେ ତାତି ଯାଇଥିଲେ । ଏହାକୁ ବିରୋଧ କରିବାରୁ ପୁଣେ ବିଶ୍ବବିଦ୍ୟାଳୟର ଲଳିତ କେନ୍ଦ୍ର ଛାତ୍ର ଏବଂ ଏବିଭିପି ଛାତ୍ରଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା ।

ଏହା ମଧ୍ୟ ପଢନ୍ତୁ: ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ, ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ଚରିତ୍ରର କଦର୍ଥ ପରିବେଷଣ

ଏହା ମଧ୍ୟ ପଢନ୍ତୁ: ହିନ୍ଦୁ ଦେବତାଙ୍କ ସମ୍ପର୍କରେ ବିବାଦୀୟ ଟିପ୍ପଣୀ: ଆହ୍ଲାବାଦ ବିଶ୍ବବିଦ୍ୟାଳୟର ପ୍ରଫେସରଙ୍କ ନାମରେ ମାମଲା

ଲଳିତ କଳା କେନ୍ଦ୍ର ପକ୍ଷରୁ ଏହି ନାଟକର ଆୟୋଜନ କରାଯାଇଥିଲା । ଏନେଇ ଏବିଭିପି କାର୍ଯ୍ୟକର୍ତ୍ତା ହର୍ଷବର୍ଦ୍ଧନ ହାରପୁଡେ ଥାନାରେ ଏକ ଏତଲା ଦାଏର କରିଛନ୍ତି । ନାଟକ ଜରିଆରେ ହିନ୍ଦୁ ସମୁଦାୟଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ସେ ଅଭିଯୋଗ ଆଣିଛନ୍ତି । ଏହି ଅଭିଯୋଗ କ୍ରମେ ପୋଲିସ ଲଲିଳ କଳା କେନ୍ଦ୍ରର ଡିପାର୍ଟମେଣ୍ଟ ହେଡ୍ ଡ. ପ୍ରବୀଣ ଭୋଲେ ଏବଂ ତାଙ୍କ ସହିତ ଅନ୍ୟ ୫ ଜଣ ଛାତ୍ରଙ୍କୁ ଗିରଫ କରିଛି । ଏହି ଘଟଣାରେ ଅଧିକ ଛାନଭିନ୍ କରାଯାଉଛି । ତେବେ ଏହିଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.