ETV Bharat / bharat

ମଧ୍ୟପ୍ରଦେଶରେ ମୋଦି, ଭେଟିଦେଲେ 7550 କୋଟିର ପ୍ରକଳ୍ପ

author img

By ETV Bharat Odisha Team

Published : Feb 11, 2024, 3:55 PM IST

Narendra Modi at Madhya Pradesh: ଆଜି (ରବିବାର) ପ୍ରଧାନମନ୍ତ୍ରୀ ମୋଦି ମଧ୍ୟପ୍ରଦେଶର ଝାପୁଆ ଜିଲ୍ଲା ଗସ୍ତ କରିବା ସହ ସେଠାରେ 7550କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପର ଭେଟି ଦେଇଛନ୍ତି । ଅଧିକ ପଢନ୍ତୁ

Narendra Modi at Madhya Pradesh
ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀ ମୋଦି

ଭୋପାଳ: ମଧ୍ୟପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି (ରବିବାର) ପ୍ରଧାନମନ୍ତ୍ରୀ ମୋଦି ମଧ୍ୟପ୍ରଦେଶର ଝାପୁଆ ଜିଲ୍ଲା ଗସ୍ତ କରିବା ସହ ସେଠାରେ 7550କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପର ଭେଟି ଦେଇଛନ୍ତି । ଏହାପରେ ଏକ ବିଶାଳ ରାଲିରେ ଯୋଗ ଦେଇ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି । ତେବେ ମଧ୍ୟପ୍ରଦେଶରେ ନୂତନ ସରକାର ହେବା ପରେ ଏହା ମୋଦିଙ୍କ ପ୍ରଥମ ଗସ୍ତ । ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ମୋଦିଙ୍କ ଗସ୍ତ ଆଦିବାସୀ ଭୋଟରଙ୍କ ଉପରେ ପ୍ରଭାବ ପକାଇପାରେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଇନ୍ଦୋର ବିମାନ ବନ୍ଦରରେ ପହଞ୍ଚିଥିଲେ । ସେଠାରେ ବିଜେପି ନେତାମାନଙ୍କ ଦ୍ୱାରା ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । ଏହାପରେ ହେଲିକପ୍ଟର ଯୋଗେ ସେ ଝାପୁଆରେ ପହଞ୍ଚିଥିଲେ । ଝାପୁଆରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ 7550 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଥିଲେ । ଏହାଛଡା ରେଳ, ସଡକ, ବିଦ୍ୟୁତ, ଶିକ୍ଷା, ସ୍ୱାସ୍ଥ୍ୟ ସହ ଜଡିତ ବିଭିନ୍ନ ଯୋଜନା ଗୁଡିକର ମଧ୍ୟ ଲୋକାର୍ପଣ କରିଥିଲେ । ଝାପୁଆଠାରେ ରତଲାମ ରେଳ ଷ୍ଟେସନ ଓ ମେଘନଗର ରେଳ ଷ୍ଟେସନର ପୁନଃବିକାଶ ନେଇ ଶିଳାନ୍ୟାସ କରିଥିଲେ । ଆଉମଧ୍ୟ ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀ 3275 କୋଟିରୁ ଅଧିକ ଟଙ୍କାର ସଡକ ବିକାଶ ପ୍ରକଳ୍ପର ମଧ୍ୟ ଲୋକାର୍ପଣ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଗୃହରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ‘ଗତ 5 ବର୍ଷରେ ରିଫର୍ମ, ପରଫର୍ମ ଓ ଟ୍ରାନ୍ସଫର୍ମ ଦେଖିଛି ଦେଶ’

ମଧ୍ୟପ୍ରଦେଶରେ ନୂତନ ସରକାର ଗଠନ ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ । ଲୋକସଭା ନିର୍ବାଚନ ଆଉ କିଛି ମାସ ବାକି ରହିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ରାଜନୈତିକ ମାହୋଲକୁ ଆହୁରୀ ସରଗରମ କରିଛି । ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ମୋଦିଙ୍କ ଗସ୍ତ ଆଦିବାସୀ ଭୋଟରଙ୍କ ଉପରେ ପ୍ରଭାବ ପକାଇପାରେ । ତେବେ ଝାପୁଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ପ୍ରମୁଖ ସାମିଲ ହୋଇଥିଲେ ।

ଏହି କାର୍ଯ୍ୟକ୍ରମ ପରେ ଏକ ଖୋଲା ଜିପରେ ଜନଜାତି ସମ୍ମିଳନୀରେ ପହଞ୍ଚିଥିଲେ ମୋଦି । ସେଠାରେ ତାଙ୍କୁ ଏକ ଆଦିବାସୀ ଜ୍ୟାକେଟ ଉପହାର ସ୍ୱରୂପ ପ୍ରଦାନ କରାଯିବା ସହ ତାଙ୍କୁ ସ୍ୱାଗତ କରାଯାଇଥିଲା । ଏକ ବିଶାଳ ରାଲି କରି ଜନସାଧାରଣଙ୍କୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ । ଏହି ଆଦିବାସୀ ମହାକୁମ୍ଭରେ ପାଖାପାଖି 2 ଲକ୍ଷ ମହିଳା ହିତାଧିକାରୀଙ୍କୁ ଆହାର ଅନୁଦାନ ଯୋଜନାର ମାସିକ କିସ୍ତି ବିତରଣ କରିଥିଲେ । ଆଉ ମଧ୍ୟ ଝାପୁଆରେ 'ନଲ୍ ଜଲ୍ ଯୋଜନା'ର ଶୁଭାରମ୍ଭ କରିଥିଲେ । ପାଖାପାଖି 50ଟି ପଞ୍ଚାୟତର ଲୋକେ ଏହାଦ୍ୱାରା ଲାଭବାନ ହୋଇପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.