ETV Bharat / bharat

ଭାରତ ଟେକ୍ସ 2024 ଉଦଘାଟନ କଲେ ମୋଦି, 'ପରମ୍ପରା ସହିତ ପ୍ରଯୁକ୍ତିବିଦ୍ୟାକୁ ଯୋଡୁଛି ଭାରତ ଟେକ୍ସ' - ଭାରତ ଟେକ୍ସ 2024

Bharat Tex 2024: ଦିଲ୍ଲୀର ଭାରତ ମଣ୍ଡପମରେ ଆରମ୍ଭ ହେଲା ଭାରତ ଟେକ୍ସ 2024 । ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

Bharat Tex 2024
Bharat Tex 2024
author img

By ETV Bharat Odisha Team

Published : Feb 26, 2024, 4:14 PM IST

ନୂଆଦିଲ୍ଲୀ: ଭାରତ ଟେକ୍ସ 2024କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀରେ ଆୟୋଜିତ ଗ୍ଲୋବାଲ ଟେକ୍ସଟାଇଲ କାର୍ଯ୍ୟକ୍ରମ ଭାରତ ଟେକ୍ସ 2024କୁ(Bharat TEX-2024) ମୋଦି ଆଜି ଉଦଘାଟନ କରିଛନ୍ତି । ଭାରତ ଟେକ୍ସ ଫେବୃଆରୀ 26ରୁ ଆରମ୍ଭ ହୋଇ ଫେବୃଆରୀ 29 ତାରିଖ ପର୍ଯ୍ୟନ୍ତ ଚାଲିବ । ଏହା ଦିଲ୍ଲୀର ଭାରତ ମଣ୍ଡପମରେ ଆରମ୍ଭ ହୋଇଛି ।

ପରମ୍ପରା ସହିତ ପ୍ରଯୁକ୍ତିବିଦ୍ୟାକୁ ଯୋଡୁଛି ଭାରତ ଟେକ୍ସ: ପରମ୍ପରା ସହିତ ପ୍ରଯୁକ୍ତିବିଦ୍ୟାକୁ ଯୋଡୁଛି ଭାରତ ଟେକ୍ସ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସପୋ ଉଦଘାଟନ ପରେ କହିଛନ୍ତି, " ଆଜିର କାର୍ଯ୍ୟକ୍ରମ କେବଳ ଗୋଟିଏ ଟେକ୍ସଟାଇଲ ଏକ୍ସ ପୋ ପାଇଁ ନୁହେଁ । ଏହି ଆୟୋଜନରେ ଅନେକ ପ୍ରକାର ସୁତ୍ର ଯୋଡି ହୋଇ ରହିଛି । ଭାରତ ଟେକ୍ସର ଏହି ସୁତ୍ର ଭାରତର ଗୌରବଶୀଳ ଇତିହାସକୁ ଆଜିର ପ୍ରତିଭା ସହିତ ଯୋଡୁଛି । ପରମ୍ପରା ସହିତ ପ୍ରଯୁକ୍ତିବିଦ୍ୟାକୁ ଯୋଡୁଛି ଭାରତ ଟେକ୍ସ ।

ଟେକ୍ସଟାଇଲ ସେକ୍ଟରକରର ଭେଲ୍ୟୁଏସନ 12ଲକ୍ଷ କୋଟିରୁ ଅଧିକ: ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, " ବିକଶିତ ଭାରତ ଗଠନରେ ବୟନ ଶିଳ୍ପର ଅବଦାନକୁ ବୃଦ୍ଧି କରିବା ପାଇଁ ଆମେ କାର୍ଯ୍ୟ କରୁଛୁ ।ଟେକ୍ସଟାଇଲ ସେକ୍ଟରକରର ଭେଲ୍ୟୁଏସନ 12ଲକ୍ଷ କୋଟିରୁ ଅଧିକ ରହିଛି ।"

ଏହା ମଧ୍ୟ ପଢନ୍ତୁ: ବଦଳିବ ଦେଶର 553ଟି ରେଳ ଷ୍ଟେସନର ରୂପରେଖ, ଆଜି ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଫୋକସରେ ଫାଇବର, ଫେବ୍ରିକ ଏବଂ ଫେଶନ: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ 5F ଭିଜନରୁ ପ୍ରେରଣା ନେଇ ଫାଇବର, ଫେବ୍ରିକ ଏବଂ ଫେଶନକୁ ଫୋକସକୁ ନେଇଛନ୍ତି । ମୋଦି ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି 5F( Farm, Fibre, Factory, Fashion,Foreign) ର ଏହି ଯାତ୍ରା ବିଦେଶ ପର୍ଯ୍ୟନ୍ତ ପହଞ୍ଚିଛାଏ । 5F ସୁତ୍ର ସହିତ ହିଁ ଆମେ ଅନ୍ୟ ଜଣକ ସହିତ ଯୋଡି ହୋଇ ରହିଥାଉ ।

ବୟସ ଶିଳ୍ପର ବିକାଶ କ୍ଷେତ୍ରରେ ମହିଳାଙ୍କ ଅବଦାନ ଅଧିକ: ପୋଷାକ ତିଆରି କରୁଥିବା 10ଜଣ ବ୍ୟକ୍ତିଙ୍କ କ୍ଷେତ୍ରରୁ 7ଜଣ ମହିଳା ରହିଥାଆନ୍ତି । ବୟନଶିଳ୍ପ କ୍ଷେତ୍ରରେ ସେମାନଙ୍କର ସଂଖ୍ୟା ଆହୁରି ଅଧିକ ହୋଇଥାଏ । ଟେକ୍ସଟାଇଲ ବ୍ୟକୀକ ଖଦି ମଧ୍ୟ ଆମ ଭାରତର ମହିଳାଙ୍କୁ ନୂଆ ଶକ୍ତି ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ବିଗତ 10 ବର୍ଷ ମଧ୍ୟରେ ଆମ ସରକାର ଯେଉଁ ପ୍ରୟାସ କରିଛନ୍ତି, ଏହା ଦ୍ବାରା ଖଦିର ବିକାଶ ଏବଂ ରୋଜଗାରର ମାଧ୍ୟମ ହୋଇପାରିଛି । ବିକଶିତ ଭାରତ କ୍ଷେତ୍ରରେ ବୟନ ଶିଳ୍ପର ଯୋଗଦାନକୁ ବୃଦ୍ଧି କରିବା ପାଇଁ ଆମେ ବ୍ୟାପକ କାର୍ଯ୍ୟ ଜାରି ରଖିଛୁ । ଆମେ 4T ଅର୍ଥାତ ପରମ୍ପରା(Tradition), ପ୍ରଯୁକ୍ତିବିଦ୍ୟା(Technology) ପ୍ରତିଭା(Talent) ଏବଂ ତାଲିମ(Training) ଉପରେ ଧ୍ୟାନ ଦେଉଛୁ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.