ETV Bharat / bharat

ନାରୀଶକ୍ତିକୁ ପ୍ରୋତ୍ସାହନ, ସୁଧା ମୂର୍ତ୍ତି ରାଜ୍ୟସଭାକୁ ମନୋନୀତ - Philanthropist Sudha Murty

Sudha Murty Nominated to Rajya Sabha: ମହିଳା ଦିବସରେ ରାଜ୍ୟସଭାକୁ ମନୋନୀତ ହେଲେ ସମାଜସେବୀ ସୁଧା ମୂର୍ତ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ମନୋନୀତ କରିଥିବା ବେଳେ, ଏହି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

Sudha Murty
Sudha Murty
author img

By ETV Bharat Odisha Team

Published : Mar 8, 2024, 2:15 PM IST

Updated : Mar 8, 2024, 6:20 PM IST

ନୂଆଦିଲ୍ଲୀ: ରାଜ୍ୟସଭାକୁ ମନୋନିତ ହେଲେ ବିଶିଷ୍ଟ ସମାଜସେବୀ ତଥା ଜଣାଶୁଣା ଲେଖିକା ସୁଧା ମୂର୍ତ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁଧା ମୂର୍ତ୍ତିଙ୍କ ନାମ ରାଜ୍ୟସଭାକୁ ମନୋନୟନ କରିଛନ୍ତି । ଏନେଇ ଏକ୍ସରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁଧା ମୂର୍ତ୍ତି ନାରୀ ଶକ୍ତିକୁ ପ୍ରତିନିଧିତ୍ୱ କରିବେ ବୋଲି କହିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି, ''ରାଜ୍ୟସଭାକୁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁଧା ମୂର୍ତ୍ତିଙ୍କୁ ମନୋନୀତ କରିଥିବାରୁ ମୁଁ ବହୁତ ଖୁସି । ସାମାଜିକ କାର୍ଯ୍ୟ, ପରପକାର ଏବଂ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ସୁଧାଜୀଙ୍କର ଅବଦାନ ଅତୁଳନୀୟ ଏବଂ ପ୍ରେରଣାଦାୟକ ରହିଛି । ରାଜ୍ୟସଭାରେ ତାଙ୍କର ଉପସ୍ଥିତ ଆମର 'ନାରୀ ଶକ୍ତି'ର ଏକ ଶକ୍ତିଶାଳୀ ପ୍ରମାଣ, ଯାହା ଆମ ଦେଶର ଗଠନରେ ମହିଳାଙ୍କ ଶକ୍ତି ଏବଂ ସାମର୍ଥ୍ୟର ଉଦାହରଣ ଅଟେ । ତାଙ୍କର ସଫଳ ସଂସଦୀୟ କାର୍ଯ୍ୟକାଳ ମୁଁ କାମନା କରୁଛି । ''

ଇନଫୋସିସର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ହେଉଛନ୍ତି ସୁଧା ମୂର୍ତ୍ତି । 1950 ମସିହା ଅଗଷ୍ଟ 19 ତାରିଖରେ ସେ ଜନ୍ମଲାଭ କରିଥିଲେ । ବର୍ତ୍ତମାନ ତାଙ୍କ ବୟସ 73 ବର୍ଷ । ସାମାଜିକ କାର୍ଯ୍ୟ ପାଇଁ 2023ରେ ସୁଧା ମୂର୍ତ୍ତିଙ୍କୁ ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । 2006 ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ସୁଧା ମୂର୍ତ୍ତି । ସାମାଜିକ କାର୍ଯ୍ୟସହ ସେ ଅନେକ ପ୍ରେରଣାଦାୟୀ ପୁସ୍ତକ ମଧ୍ୟ ରଚନା କରିଛନ୍ତି । ସେ ଜଣେ ବିଶିଷ୍ଠ ଲେଖିକା ଭାବେ ଜଣାଶୁଣା । ପ୍ରଥମେ ସେ ଜଣେ କମ୍ପ୍ୟୁଟର ବୈଜ୍ଞାନିକ ଏବଂ ଇଞ୍ଜିନିୟର ଭାବେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ବିଟ୍ରେନ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କ ଜ୍ବାଇଁ ।

ମହିଳା ଦିବସରେ ତାଙ୍କୁ ରାଜ୍ୟସଭାକୁ ମନୋନିତ କରିବା ପରେ ଖୁସି ବ୍ୟକ୍ତ କରିଛନ୍ତି ସୁଧା ମୂର୍ତ୍ତି । ଏଥିପାଇଁ ପାଇଁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏନେଇ ସେ ସୋସିଆଲ ମିଡିଆ ଏକ୍ସରେ ଉଲ୍ଲେଖ କରିଛନ୍ତି କି, ଆଜି ମୋତେ ମହିଳା ଦିବସ ଉପହାର ମିଳିଗଲା ।

ଏହା ମଧ୍ୟ ପଢନ୍ତୁ:

ରାଜ୍ୟସଭା ଫଳାଫଳ ପରେ ଲୋକସଭା ନିର୍ବାଚନରେ ପ୍ରଶ୍ନ ଘେରରେ ବିରୋଧୀଙ୍କ ଅସ୍ଥିତ୍ବ

ରାଜ୍ୟସଭା ନିର୍ବାଚନ: ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ନଡ୍ଡା ଓ ସୋନିଆ

Last Updated : Mar 8, 2024, 6:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.