ETV Bharat / bharat

ହଲଦ୍ବାନୀ ହିଂସାକାଣ୍ଡ; ମାଷ୍ଟରମାଇଣ୍ଡର ସାହାଯ୍ୟକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

Abdul Malik revelations,Haldwani violence: ଉତ୍ତରାଖଣ୍ଡ ହଲଦ୍ବାନୀରେ ଘଟିଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଅବଦୁଲ୍ଲ ମଲ୍ଲିକକୁ ଶନିବାର ଦିନ ନୈନିତାଲ ପୋଲିସ ଗିରଫ କରିଛି । ଅବଦୁଲ୍ଲ ଗିରଖ ପରେ ଅନେକ ଘଟଣାର ଗୁମର ଖୋଲୁଛି । ଅଧିକ ପଢ଼ନ୍ତୁ

ହଲଦ୍ବାନୀ ହିଂସାକାଣ୍ଡ
ହଲଦ୍ବାନୀ ହିଂସାକାଣ୍ଡ
author img

By ETV Bharat Odisha Team

Published : Feb 25, 2024, 9:21 PM IST

ଡେରାଡୁନ: ଉତ୍ତରାଖଣ୍ଡ ହଲଦ୍ବାନୀରେ ଘଟିଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଅବଦୁଲ୍ଲ ମଲ୍ଲିକକୁ ଶନିବାର ଦିନ ନୈନିତାଲ ପୋଲିସ ଗିରଫ କରିଛି । ଅବଦୁଲ୍ଲ ଗିରଫ ହେବା ପରେ ଅନେକ ଘଟଣାର ଗୁମର ଖୋଲୁଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ପରେ ଅବଦୁଲ୍ଲ ମଲ୍ଲିକ ଦିଲ୍ଲୀ ବ୍ୟତୀତ ଗୁଜୁରାଟ, ମୁମ୍ବାଇ, ଚଣ୍ଡିଗଡ଼ ଏବଂ ଭୋପାଳରେ ଆଶ୍ରୟ ନେଇଥିଲେ । ତେବେ ଅବଦୁଲ୍ଲ ମଲ୍ଲିକକୁ ଆଶ୍ରୟ ଦେଇଥିବା ଲୋକଙ୍କ ତାଲିକା ଏବେ ନୈନିତାଲ ପୋଲିସ ପ୍ରସ୍ତୁତ କରୁଛି । ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଅବଦୁଲ୍ଲ ମଲ୍ଲିକକୁ ଦୁଇ ଦିନ ଧରି ନିଜ ଘରେ ରଖିଥିବା ଦୁଇ ଜଣଙ୍କ ବିଷୟରେ ପୋଲିସ ଠୋସ ସୂଚନା ପାଇଛି । ପୋଲିସ ନଜର ଆଢୁଆଳରୁ ଖସିଯିବା ପାଇଁ ଏକ ଅବଦୁଲ୍ଲକୁ ଏକ ଗାଡି ମଧ୍ୟ ଯୋଗାଇ ଦିଆଯାଇଥିଲା । ତେବେ ପୋଲିସ ଅବଦୁଲ୍ଲକୁ 10 ଦିନ ରିମାଣ୍ଡରେ ନେଇ ପଚରାଉଚରା କରାଯାଉଛି । ଫେବୃଆରୀ 8ରେ ହୋଇଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡ ପରେ ଅବଦୁଲ୍ଲ ମଲ୍ଲିକ ଫେରାର ହୋଇଯାଇଥିଲା । 16 ଦିନ ପରେ ପୋଲିସ ଅବଦୁଲ୍ଲ ମଲ୍ଲିକକୁ ଦିଲ୍ଲୀରୁ ଗିରଫ କରିଥିଲା । ଅବଦୁଲ୍ଲଙ୍କୁ ଆଶ୍ରୟ ଦେଇଥିବା ଲୋକ ଜାଣିଥିଲେ ଯେ, ଅବଦୁଲ୍ଲଙ୍କୁ ପୋଲିସ ଖୋଜୁଛି । ଏହାଛଡ଼ା ସବୁ ସ୍ଥାନରେ ଅବଦୁଲ୍ଲର ପୋଷ୍ଟର ଏବଂ ତାଙ୍କ ବିରୋଧରେ ନୋଟିସ ମଧ୍ୟ ଜାରି କରାଯାଇଥିଲା । ଏହା ସତ୍ତ୍ବେ ମଧ୍ୟ ଲୋକ ତାଙ୍କୁ ଆଶ୍ରୟ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.... ହଲଦ୍ବାନୀ ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଦିଲ୍ଲୀରୁ ଗିରଫ

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅବଦୁଲ୍ଲ ଘଟଣା ଦିନ ଡେରାଡୁନରେ ଥିଲା । ହିଂସାକାଣ୍ଡ ପରଠାରୁ ସେ ଫେରାର ହୋଇଯାଇଥିଲା । ପୋଲିସର ପଚରାଉଚରା ସମୟରେ ଅବଦୁଲ୍ଲ କେଉଁ କେଉଁ ଠାରେ ରହିଥିଲେ ଏବଂ ତାଙ୍କୁ ଖସିଯିବା ପାଇଁ କିଏ ଗାଡି ଯୋଗାଇଥିଲା ତା' ବିଷୟରେ ପୋଲିସକୁ ତଥ୍ୟ ଦେଇଛନ୍ତି । ଅନୁସନ୍ଧାନରୁ ଏପର୍ଯ୍ୟନ୍ତ ଦୁଇଟି ନାମ ପ୍ରକାଶ ପାଇଛି । ପୋଲିସ ଶୀଘ୍ର ଏହି ଲୋକଙ୍କୁ ପଚରାଉଚରା ପାଇଁ ଗିରଫ କରିପାରେ । ଫେବୃଆରୀ 8 ତାରିଖରେ ଏହି ଉତ୍ତରାଖଣ୍ଡ ନୈନିତାଲ ଜିଲ୍ଲାର ହଲଦ୍ବାନୀରେ ଏହି ହିଂସାକାଣ୍ଡ ଘଟିଥିଲା । ବିଧାନସଭାରେ ଧାମି ସରକାର ‘ଏକକ ନାଗରିକ ସଂହିତା ଅଧିନିୟମ ପାସ କରିବାର ପରଦିନ ହଲଦଓ୍ବାନୀରେ ଏହି ହିଂସା ଦେଖିବାକୁ ମିଳିଥିଲା । ହିଂସାରେ ମୋଟ 5 ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି । ପ୍ରାୟ 250ରୁ ଅଧିକ ଆହତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.