ETV Bharat / bharat

୫ କେଜି 'ଆଳୁ' ମାଗି ସସପେଣ୍ଡ୍ ହେଲେ ପୋଲିସ ବାବୁ, ଜାଣନ୍ତୁ ପୁରା ମାମଲା - Police Demands Potatoes as bribe - POLICE DEMANDS POTATOES AS BRIBE

Police Sub inspector Demands 5 Kg Potatoes as bribe: ସ୍ମାର୍ଟ ପୋଲିସ ବାବୁଙ୍କ କୋଡ ଓ୍ୱାର୍ଡରେ ଲାଞ୍ଚ ମଗା । ପରିବା ବ୍ୟବସାୟୀଙ୍କଠାରୁ ୫ କେଜି ଆଳୁ ମାଗି ନିଲମ୍ବିତ ହେଲେ ଉତ୍ତରପ୍ରଦେଶ କନ୍ନୌଜରେ କାର୍ଯ୍ୟରତ ଜଣେ ସବ-ଇନ୍ସପେକ୍ଟର । ଅଡିଓ ଭାଇରାଲ ପରେ ଜଣାପଡିଲା ପ୍ରକୃତ ସତ । ଅଧିକ ପଢନ୍ତୁ

Police Demands 5 Kg Potatoes as bribe
Police Demands 5 Kg Potatoes as bribe (ETV Bharat Odisha)
author img

By ETV Bharat Odisha Team

Published : Aug 11, 2024, 9:13 AM IST

ଲକ୍ଷ୍ନୌ: 'ଆଳୁ' ମାଗି ସସପେଣ୍ଡ୍ ହେଲେ ପୋଲିସ ବାବୁ । ଉତ୍ତରପ୍ରଦେଶରେ ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି । କନ୍ନୌଜରେ କାର୍ଯ୍ୟରତ ଜଣେ ସବ-ଇନ୍ସପେକ୍ଟର ପରିବା ବ୍ୟବସାୟୀଙ୍କଠାରୁ ୫ କେଜି ଆଳୁ ମାଗି ନିଲମ୍ବିତ ହୋଇଛନ୍ତି । କିନ୍ତୁ ୫ କେଜି ଆଳୁ ପଛରେ ରହିଥିବା ରହସ୍ୟ କିନ୍ତୁ ଭିନ୍ନ । ଯାଞ୍ଚରୁ ଜଣାପଡିଛି ଯେ ପୋଲିସ ବାବୁ ଜଣକ ଲାଞ୍ଚ ପାଇଁ 'ଆଳୁ' ଶବ୍ଦକୁ କୋର୍ଡ ଓ୍ବାର୍ଡ ଭାବେ ବ୍ୟବହାର କରିଥିଲେ । ଏକ ମାମଲାକୁ ରଫାଦଫା କରିବା ପାଇଁ ଜଣେ ପରିବା ବ୍ୟବସାୟୀଙ୍କଠାରୁ ଲାଞ୍ଚ ମାଗୁଥିଲେ ସବ-ଇନ୍ସପେକ୍ଟର ରାମ କୃପାଲ । ଏନେଇ ସୋସିଆଲ ମିଡିଆରେ ଏକ ଅଡିଓ ଭାଇରାଲ ହେଉଛି । ଅଡିଓ ସାମ୍ନାକୁ ଆସିବା ପରେ ତାଙ୍କୁ ତୁରନ୍ତ ନିଲମ୍ବନ କରାଯାଇଥିବାବେଳେ ଭ୍ରଷ୍ଟାଚାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାରୁ ଏନେଇ ମନ୍ତ୍ରୀ ଅସୀମ ଅରୁଣ କନ୍ନୌଜ ପୋଲିସକୁ ଅଭିନନ୍ଦନ ଜଣାଇଛନ୍ତି ।

Police Demands 5 Kg Potatoes as bribe (ETV Bharat Odisha)

ଏହାମଧ୍ୟ ପଢନ୍ତୁ... ଦୁର୍ନୀତିଖୋରଙ୍କ ଉପରେ ‘ମୋହନ’ ପ୍ରହାର: ଗୋଲାମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତ୍ତିକ ଓ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ ନିଲମ୍ବିତ - Odisha Zero Tolerance Policy

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ଚପୁତ୍ରା ଅଞ୍ଚଳର ଜଣେ ପରିବା ବ୍ୟବସାୟୀଙ୍କର ଭାବଲପୁର ଚପୁତ୍ରା ଥାନାରେ ଏକ ମାମଲା ରହିଥିଲା । ଥାନା ଇନଚାର୍ଜ ସବ-ଇନ୍ସପେକ୍ଟର ରାମ କୃପାଲ ଏହା ମାମଲାର ରଫାଦଫା ପାଇଁ ୫ କେଜି ଆଳୁ ଦେବା ପାଇଁ ପରିବାର ବ୍ୟବସାୟୀଙ୍କୁ କହିଥିଲେ । କିନ୍ତୁ ବ୍ୟବସାୟୀ ଜଣକ ୫ କେଜି ଆଳୁ ଦେବା ପାଇଁ ଅସମର୍ଥ ବୋଲି କହି ୨ କେଜି ଆଳୁ ଦେଇପାରିବେ ବୋଲି ପୋଲିସ ଅଧିକାରୀଙ୍କୁ କହିଥିଲେ । ହେଲେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲେ । ଶେଷରେ ୩ କେଜି ଆଳୁ ଦେବାକୁ କହିଥିଲେ । ତେବେ ଏହି ପୁରା ଘଟଣା ଥିଲା ଭିନ୍ନ । ପୋଲିସ ବାବୁ ଆଳୁ ଆଳରେ ଟଙ୍କା ମାଗୁଥିବା ଜଣାପଡିଥିଲା । ଆଳୁକୁ କୋଡ ଓ୍ବାର୍ଡ ଭାବେ ବ୍ୟବହାର କରିଥିଲେ ସ୍ମାର୍ଟ ପୋଲିସ ବାବୁ ।

ପୋଲିସ ବାବୁଙ୍କ 'ଆଳୁ' ମଗା ଅଡିଓ ଭାଇରାଲ:

ପୋଲିସ ବାବୁ ଓ ପରିବା ବ୍ୟବସାୟୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଅଡ଼ିଓରେ ଶୁଣିବାକୁ ମିଳୁଛି ଯେ, ବ୍ୟବସାୟୀ ଜଣକ କହୁଛନ୍ତି ୨ କେଜି ଆଳୁ ଦେଇପାରିବି ଆଉ ଅଧିକା ହୋଇପାରିବ ନାହିଁ । ଏହାପରେ ପୋଲିସ ବାବୁ ଚିଡିଯାଇ କହୁଛନ୍ତି ଯେ ୨ କେଜି ନୁହେଁ ଏକ କେଜି ବି ଦେବା ଦରକାର ନାହିଁ । ଯାଇକି ସେଠାରେ ଜାମିନ କରିଦେବ । ଯେତେବେଳେ ମୁଁ ତମକୁ ସବୁକଥା କହିସାରିଛି ତା'ପରେ ବି ଯଦି ଏମିତି କରିବ ତେବେ ମୁଁ କ'ଣ କରିବି । ଏହାପରେ ବ୍ୟବସୀୟ ଜଣକ କହୁଛନ୍ତି, ସାର ବହୁତ ଚିନ୍ତାରେ ଅଛି କାମ କିଛି ହୋଇପାରୁନି । ହଉ ନହେଲେ ଠିକ ଅଛି ୩ କରିଦେ ।

ସବ-ଇନ୍ସପେକ୍ଟର ବିରୋଧରେ କାର୍ଯ୍ୟାନୁଷ୍ଠାନ:

ଏହି ଭିଡିଓ ସାମ୍ନାକୁ ଆସିବା ପରେ ସବ-ଇନ୍ସପେକ୍ଟର ରାମ କୃପାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କନ୍ନୌଜ ଏସପି ଅମିତ କୁମାର ତୁରନ୍ତ ଏହି ମାମଲାର ଯାଞ୍ଚ ପାଇଁ ଏକ କମିଟି ଗଠନ କରିଥିଲେ । କମିିଟି ରିପୋର୍ଟରେ ସବ-ଇନ୍ସପେକ୍ଟର ଅଭିଯୁକ୍ତ ଦର୍ଶାଯିବା ପରେ ତାଙ୍କୁ ନିଲମ୍ବନ କରିବା ସହ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଜାରି କରିଛନ୍ତି କନ୍ନୌଜ ଏସପି ଅମିତ କୁମାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.