ETV Bharat / bharat

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ସାଂସଦ ଟିମ, ଏସବୁ କଥା ପଚାରି ବୁଝିଲେ ମୋଦି - PM Modi Meets Odisha MPs

author img

By ETV Bharat Odisha Team

Published : Aug 5, 2024, 5:15 PM IST

PM Modi Meets Odisha MPs: ଓଡ଼ିଶାର ବିଜେପି ସାଂସଦ ଟିମ୍ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । କ'ଣ ଆଲୋଚନା ହୋଇଛି ଜାଣନ୍ତୁ ।

PM Modi Meets Odisha MPs
PM Modi Meets Odisha MPs (ANI)

ନୂଆଦିଲ୍ଲୀ: ଓଡ଼ିଶାର ବିଜେପି ସାଂସଦ ଟିମ୍ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମସ୍ତ ସାଂସଦଙ୍କ ସହ ବୈଠକ କରିଛନ୍ତି । ଏହି ବୈଠକରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ସଂସଦ ପରିସରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ହୋଇଛି ଆଲୋଚନା ।

PM Modi Meets Odisha MPs
PM Modi Meets Odisha MPs (ANI)

ମୋଦି-ସାଂସଦ ଆଲୋଚନା:

ସୂଚନା ଅନୁସାରେ, ପୂର୍ବରୁ ସେମାନେ କେତେଥର ନିର୍ବାଚିତ ହୋଇଛନ୍ତି ବୋଲି ପଚାରି ବୁଝିବା ସହ ସେମାନଙ୍କର ବିଷୟରେ ସଂକ୍ଷେପରେ ପଚାରିଛନ୍ତି ମୋଦି । ଏହାସହ ନିଜ ନିଜ ଲୋକସଭା ନିର୍ବାଚନ ମଣ୍ଡଳୀର ବ୍ୟୟବରାଦ ତଥା ବଜେଟ୍ ସମ୍ବନ୍ଧରେ ସାଂସଦମାନଙ୍କୁ ପଚାରି ବୁଝିଛନ୍ତି ମୋଦି । ନିଜ ନିଜ ସଂସଦୀୟ କ୍ଷେତ୍ରର ବଜେଟ ସମ୍ପର୍କରେ ଆଲୋଚନା କରିବା ସହ ନିଜ ସମ୍ପର୍କରେ ଓ କେତେ ଥର ନିର୍ବାଚିତ ହୋଇଛନ୍ତି ସେସବୁ ବିଷୟରେ କହିଛନ୍ତି ସାଂସଦ ।

କିଏ କିଏ ଥିଲେ ଉପସ୍ଥିତ:

ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଠାରୁ ଆରମ୍ଭ କରି ଅଶ୍ବିନୀ ବୈଷ୍ଣବ, ପ୍ରଦୀପ ପୁରୋହିତ, ଭର୍ତ୍ତୃହରି ମହତାବ, ସଙ୍ଗୀତା କୁମାରୀ ସିଂ ଦେଓ, ଅପରାଜିତା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । ଆଲୋଚନା ସମୟର ଫଟୋ ମଧ୍ୟ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ଓଡ଼ିଶାରେ ବିଜେପି ସରକାର:

PM Modi Meets Odisha MPs
PM Modi Meets Odisha MPs (ANI)

ପ୍ରଥମ ଥର ପାଇଁ ଓଡ଼ିଶାରେ ଏକାକୀ ସରକାର ଗଠନ କରିଛି ବିଜେପି । ଦଳ ବହୁମତ ହାସଲ କରି କ୍ଷମତାକୁ ଆସିଥିବାବେଳେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ମୋହନ ଚରଣ ମାଝୀ । ଏହାରି ଭିତରେ ସଂସଦୀୟ କ୍ଷେତ୍ରର ହାଲଚାଲ ବୁଝିବା ସହ ନବନିର୍ବାଚିତ ସାଂସଦମାନଙ୍କୁ ଡକାଇ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ...‘ଖୁବଶୀଘ୍ର କୋଷ୍ଟାଲ ହାଇଓ୍ବେ ଓ ଭୁବନେଶ୍ବର ରିଙ୍ଗରୋଡ’: ପ୍ରଧାନମନ୍ତ୍ରୀ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ମନମୋହନ - MANMOHAN SAMAL RETURNS FROM DELHI

ଏହା ବି ପଢନ୍ତୁ...ପ୍ରତିଶ୍ରୁତି ପୂରଣ ପାଇଁ ନୂଆ ସରକାରଙ୍କ ରୋଡମ୍ୟାପ୍, କାର୍ଯ୍ୟକାରିଣୀ ବୈଠକରେ ହେବ ଆଲୋଚନା - BJP Executive Meeting

ନୂଆ ସରକାରର ରୋଡ୍ ମ୍ୟାପ:

PM Modi Meets Odisha MPs
PM Modi Meets Odisha MPs (ANI)

ଗତ ମାସରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିଥିଲା । ଏହି ବୈଠକକୁ ଜେପି ନଡ୍ଡା ଉଦଘାଟନ କରିଥିଲେ । ମୋହନ ସରକାର କିପରି ଉନ୍ନତି ମୂଳକ କାମ ଆଗେଇ ନେବେ, ଦଳ ଦେଇଥିବା ପ୍ରତିଶ୍ରୁତି କିପରି ପୂରଣ ହେବ ସେନେଇ ଆଲୋଚନା ହୋଇଥିଲା । " ଆଗକୁ କ'ଣ କରାଯିବ ତାକୁ ନେଇ ରୋଡମ୍ୟାପ ପ୍ରସ୍ତୁତ କରାଯିବ । ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା କିପରି ନିର୍ଦ୍ଧାରିତ ସମୟ ଭିତରେ ସେନେଇ ଆଲୋଚନା ହେବ । ଏହି କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଗଲାଣି " ବୋଲି କହିଥିଲେ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.