ETV Bharat / bharat

ୟୁଏଇ ଗସ୍ତରେ ପ୍ରଧାନମନ୍ତ୍ରୀ, ଆସନ୍ତାକାଲି ଆବୁଧାବିରେ ହିନ୍ଦୁ ମନ୍ଦିରର କରିବେ ଉଦଘାଟନ

author img

By ETV Bharat Odisha Team

Published : Feb 13, 2024, 1:25 PM IST

PM Modi UAE Visit: ୟୁଏଇ ଓ କାତାର ଗସ୍ତରେ ବାହାରିଲେ ମୋଦି । ଆସନ୍ତାକାଲି ଆବୁଧାବିରେ ହିନ୍ଦୁ ମନ୍ଦିରର କରିବେ ଉଦଘାଟନ । ଅଧିକ ପଢନ୍ତୁ

PM Modi UAE Visit
PM Modi UAE Visit

ନୂଆଦିଲ୍ଲୀ: ଦୁଇ ଦିନିଆ ୟୁଏଇ ଓ କାତାର ଗସ୍ତରେ ବାହାରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୟୁଏଇରେ ପହଞ୍ଚିବା ପରେ ଆସନ୍ତାକାଲି (ବୁଧବାର) ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ଉଦଘାଟନ କରିବେ ମୋଦି । ଏନେଇ ପ୍ରଧାନମନ୍ତ୍ରୀ ଟ୍ବିଟ କରି ସୂଚନା ଦେବା ସହ ସେଠାରେ ରାଷ୍ଟ୍ରମୁଖ୍ୟ ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନଙ୍କୁ ଭେଟିବାକୁ ଉତ୍ସାହି ବୋଲି କହିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି , "ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୁଁ 2 ଦିନିଆ ୟୁଏଇ ଓ କାତାର ଗସ୍ତରେ ଯାଉଛି । ଏହି ଗସ୍ତ ସମୟରେ ଦୁଇ ଦେଶ ସହ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବ । ସପ୍ତମ ଥର ପାଇଁ ଯୁଏଇ ଗସ୍ତ କରୁଛି । ଭାରତ-ୟୁଏଇ ବନ୍ଧୁତାକୁ ଆମେ ପ୍ରାଥମିକତା ଦେଉଛୁ । ମୋ ଭାଇ ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନଙ୍କୁ ଭେଟିବାକୁ ମୁଁ ଉତ୍ସାହିତ ଅଛି । ୟୁଏଇରେ ପ୍ରଥମ ହିନ୍ଦୁ ମନ୍ଦିର ଉଦଘାଟନ କରିବାର ମୁଁ ସୌଭାଗ୍ୟ ପ୍ରାପ୍ତି ହେବି। ଆବୁଧାବିରେ ଭାରତୀୟ ସମୁଦାୟକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । "

ଏହା ମଧ୍ୟ ପଢନ୍ତୁ-ଆଉ 2ଟା ଦିନ, ଉଦଘାଟନ ଅପେକ୍ଷାରେ ଆବୁଧାବିର ବିଶାଳ ହିନ୍ଦୁ ମନ୍ଦିର

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଏକ୍ସରେ ଟ୍ବିଟ କରି କହିଛନ୍ତି, ୟୁଏଇ ଗସ୍ତରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେଠାରେ ରହୁଥିବା ଭାରତୀୟମାନଙ୍କୁ ମୋଦି ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ହିନ୍ଦୁ ମନ୍ଦିରର ମଧ୍ୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ସେହିପରି ଦୁବାଇରେ ଆୟୋଜିତ ହେବାକୁ ଥିବା World Gov Summitରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ । ଏହି ଗସ୍ତ ସମୟରେ ୟୁଏଇର ରାଷ୍ଟ୍ରପତିଙ୍କ ସମେତ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିବେ ମୋଦି ।

ୟୁଏଇରେ ହିନ୍ଦୁ ମନ୍ଦିର: ରାଜଧାନୀ ଆବୁଧାବୀରେ ପ୍ରଥମ ବିପିଏସ ହିନ୍ଦୁ ମନ୍ଦିର ନିର୍ମାଣ କରାଯାଇଛି । ଏହି ମନ୍ଦିର ପ୍ରାୟ ୨୦ ହଜାର ବର୍ଗ ମିଟର ସ୍ଥାନରେ ନିର୍ମାଣ ହୋଇଛି । ମୁସଲିମ ଦେଶରେ ପୂଜା ପାଇବେ ଜଗତରନାଥ ଜଗନ୍ନାଥ । ବିଶ୍ବନିୟନ୍ତାଙ୍କୁ ୟୁଏଇରେ ବି ଦର୍ଶନ କରିପାରିବେ ବିଶ୍ବବାସୀ । ନିର୍ମାଣ ହେଉଛି ବିପିଏସ ହିନ୍ଦୁ ମନ୍ଦିର । ଏହି ମନ୍ଦିରରେ ହିନ୍ଦୁ ଧର୍ମର ସମସ୍ତ ଦେବାଦେବୀଙ୍କ ମୂର୍ତ୍ତି ପୂଜା ପାଇବ । ପୂରା ରୀତିନୀତି ସହ ହେବେ ପୂଜାର୍ଚ୍ଚନା । ମନ୍ଦିର ନିର୍ମାଣରେ ବଡ଼ ଭୂମିକା ତୁଳାଇଛନ୍ତି ଓଡିଆ କାରିଗର । ମନ୍ଦିର କାନ୍ଥରେ ଖୋଦିତ ହୋଇଛି କଳିଙ୍ଗର କଳା ସଂସ୍କୃତି ଓ ଐତିହ୍ୟ । ବୁଧବାର ବିଏପିଏସକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ମାର୍ଚ୍ଚ 1ରେ ଏହା ସର୍ବସାଧାରଣ ଦର୍ଶନ ଲାଗି ଖୋଲାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.