ETV Bharat / bharat

ଉତ୍ତରପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ, କଳ୍କି ଧାମ ମନ୍ଦିରର କରିବେ ଶିଳାନ୍ୟାସ

PM Modi At Sambhal: ଉତ୍ତର ପ୍ରଦେଶ ସମ୍ଭଲ ଜିଲ୍ଲାରେ ଶ୍ରୀକଳ୍କି ଧାମର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢ଼ନ୍ତୁ

କଳ୍କି ଧାମ ମନ୍ଦିରର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Feb 19, 2024, 10:34 AM IST

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି ଆଜି ଉତ୍ତର ପ୍ରଦେଶ ସମ୍ଭଲ ଜିଲ୍ଲାରେ ଶ୍ରୀକଳ୍କି ଧାମର ଶିଳାନ୍ୟାସ କରିବେ । ଏହାସହ କଳ୍କି ମନ୍ଦିରର ମଡେଲକୁ ମଧ୍ୟ ଉଦଘାଟନ କରିବେ । ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ସମ୍ଭଲ ଠାରେ ଏକ ଜନସଭାକୁ ଉଦବୋଧନ ଦେବେ । ତେବେ ଆଜି 10.30 ସମୟରେ ମୋଦି ସମ୍ଭଲରେ ପହଞ୍ଚିବେ । ମୋଦିଙ୍କ ସହ ଅନେକ VVIP ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହାସହ ଦେଶର ବିଭିନ୍ନ ସ୍ଥାନରୁ ସାଧୁ ଓ ସାଧୁମାନେ ମଧ୍ୟ ଶ୍ରୀକଳ୍କି ଧାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ଯୋଗଦେବେ । ଏନେଇ ଏକ୍ସରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଏଭଳି ରହିଛି ଶିଳାନ୍ୟାସର କାର୍ଯ୍ୟସୂଚୀ:

ଆଚାର୍ଯ୍ୟ ପ୍ରମୋଦ କୃଷ୍ଣଙ୍କ ଅନୁଯାୟୀ, ସମ୍ଭଲ ସ୍ଥିତ ଶ୍ରୀକଳ୍କି ଧାମର ଗର୍ଭଗୃହରେ ସକାଳ 7:30ରୁ ପୂଜା ଆରମ୍ଭ ହୋଇଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର ସକାଳ 10:25 ମିନିଟରେ କଳ୍କି ଧାମରେ ​​ଅବତରଣ କରିବ ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଜିଲ୍ଲାର ଉଚ୍ଚ ପଦାଧିକାରୀ ଏବଂ କଳ୍କି ପୀଠର କିଛି ସାଧୁ ହେଲିପ୍ୟାଡ ଠାରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବେ ।

ସମୟ 10:29ରେ ପ୍ରଧାନମନ୍ତ୍ରୀ କଳ୍କି ଧାମ ମନ୍ଦିରର ଗର୍ଭଗୃହରେ ପ୍ରବେଶ କରିବେ ।

ପ୍ରଧାନମନ୍ତ୍ରୀ ମୋଦି ଗର୍ଭଗୃହର ପୂର୍ବ ଦ୍ବାରରେ ପ୍ରବେଶ କରିବା ପରେ ଦକ୍ଷିଣ ଦିଗକୁ ଯାଇ ଗର୍ଭଗୃହକୁ ପରିକ୍ରମା କରିବେ ।

ସକାଳ 10:31ରୁ 10:37 ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗର୍ଭଗୃହରରେ ମୁଖ୍ୟ ଶିଳାକୁ ସ୍ଥାପନ କରିବେ ।

ଉଜ୍ଜୟିନୀର ବାବା ମହାକାଳ ମନ୍ଦିର ସହ ଜଡିତ ବୈଦିକ ମନ୍ତ୍ରପାଠ କରି ପୂଜାକୁ ସମାପ୍ତ କରିବେ ।

ସମୟ 10:39ରେ ପ୍ରଧାନମନ୍ତ୍ରୀ କଳ୍କି ଧାମ ମନ୍ଦିରର ମଡେଲ ଉଦଘାଟନ କରିବେ ।

ପ୍ରଧାନମନ୍ତ୍ରୀ ମୋଦି 10:41ରେ ମଞ୍ଚକୁ ଯିବେ । 10:45ରେ ମଞ୍ଚରେ ରହିବେ । 5 ମିନିଟ ପର୍ଯ୍ୟନ୍ତ କଳ୍କି ଧାମର ସାଧୁମାନେ ମୋଦିଙ୍କୁ ସ୍ୱାଗତ କରିବେ

ସମୟ 10:50ରୁ 11ଟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କାଳ୍କି ଧାମର ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମଙ୍କ ସ୍ୱାଗତ ଭାଷଣ ହେବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 11 ଟାରୁ ଲୋକଙ୍କୁ ସମ୍ବୋଧିତ କରିବେ ।

ଏହା ମଧ୍ୟ ପଢ଼ନ୍ତୁ....ଆରବ ମାଟିରେ ଭବ୍ୟ ହିନ୍ଦୁ ମନ୍ଦିର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ: ‘ବର୍ଷ ବର୍ଷର ପରିଶ୍ରମ ଆଜି ସଫଳ ହୋଇଛି ’

ତେବେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସମ୍ଭଲରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆଜିର କଳ୍କି ଧାମ ମନ୍ଦିରର ଶିଳାନ୍ୟାସ ସମାରୋହରେ କ୍ରିକେଟର ସୁରେଶ ରାଇନା, ମହମ୍ମଦ ଶାମି ଏବଂ ଡକ୍ଟର କୁମାର ବିଶ୍ୱଷଙ୍କ ସମେତ ଅନେକ ବିଶିଷ୍ଠ ବ୍ୟକ୍ତି ଉପସ୍ଥିତ ରହିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.