ETV Bharat / bharat

ସୋସିଆଲ୍ ମିଡିଆ ଏକ୍ସ’ରେ ମୋଦିଙ୍କ ଫଲୋର୍ସ 100 ମିଲିୟନ୍; ବିଶ୍ୱର ପ୍ରଥମ ରାଷ୍ଟ୍ରନେତା, ବହୁ ପଛରେ ରାହୁଲ ଏବଂ କୋହଲି - PM Modi 100 million followers on X

author img

By ETV Bharat Odisha Team

Published : Jul 15, 2024, 8:26 AM IST

Updated : Jul 15, 2024, 9:14 AM IST

PM Modi Touches 100 Million Followers On X: ସୋସିଆଲ ମିଡିଆ ଏକ୍ସ’ରେ ମୋଦିଙ୍କ ବର୍ତ୍ତମାନ ଫଲୋର୍ସ ସଂଖ୍ୟା ପହଞ୍ଚିଛି 100 ମିଲିୟନ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଅନ୍ୟ ସୋସିଆଲ ମିଡିଆରେ ଆକ୍ଟିଭ୍ ଅଛନ୍ତି । ୟୁଟ୍ୟୁବରେ ମୋଦିଙ୍କ ଫଲୋର୍ସ ସଂଖ୍ୟା 25 ମିଲିୟନ ରହିଥିବା ବେଳେ ଇନଷ୍ଟାଗ୍ରାମରେ ରହିଛନ୍ତି 91 ମିଲିୟନ ଫଲୋର୍ସ । ଅଧିକ ପଢନ୍ତୁ

Etv Bharat
Etv Bharat (ETV Bharat Odisha)

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଉ ଏକ ବିଶ୍ବ ରେକର୍ଡ । ତୃତୀୟ ଥର କ୍ଷମତାକୁ ଆସିବାର ମାସକ ପରେ ଆଉ ଏକ ବଡ ଉପଲବ୍ଧି । ତେବେ ଯଦିଓ ବିଜେପି ଏକକୀ ସରକାର ଗଠନରେ ବିଫଳ ହୋଇଛି ଏବଂ ଏନଡିଏ ମେଣ୍ଟରେ ସରକାର ଗଠନ କରିଛି, ତଥାପି କମିନି ମୋଦଙ୍କ ଲୋକପ୍ରିୟତା । ସେ ପୁଣି ଥରେ ସାରା ବିଶ୍ବରେ ସର୍ବାଧିକ ଲୋକପ୍ରିୟ ନେତା ଭାବେ ନିଜକୁ ପ୍ରମାଣିତ କରିଛନ୍ତି । ବିଶେଷ କରି ସାମାଜିକ ଗଣମାଧ୍ୟମରେ ମୋଦିଙ୍କ ନିକଟରତର ମଧ୍ୟ ନୁହଁନ୍ତି ବିଶ୍ବର ଅନେକ ଶକ୍ତିଶାଳୀ ଦେଶର ରଷ୍ଟ୍ରମୁଖ୍ୟ ।

ରବିବାର ମୋଦି ଏକ ବିଶେଷ ମାଇଲଷ୍ଟୋନ ହାସଲ କରିଛନ୍ତି । ସୋସିଆଲ ମିଡିଆ ଏକ୍ସ’ରେ ମୋଦିଙ୍କ ବର୍ତ୍ତମାନ ଫଲୋର୍ସ ସଂଖ୍ୟା ପହଞ୍ଚିଛି 100 ମିଲିୟନରେ । ଅର୍ଥାତ୍ 10 କୋଟି । ଏହି ପ୍ଲାଟଫର୍ମରେ 100 ନିୟୁତ ଫଲୋର୍ସ ଲିଷ୍ଟରେ ସବୁଠୁ ଆଗରେ ରହିଛନ୍ତି ମୋଦି । ମୋଦିଙ୍କ କାହିଁ କେତେ ପଛରେ ବଡ ବଡ ସେଲିବ୍ରେଟି ଏବଂ ରାଷ୍ଟ୍ରନେତା । ତେବେ ମୋଦିଙ୍କ ଆଗରେ ଏକ୍ସରେ କେବଳ ରହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ।

ତେବେ ଭାରତରେ ମୋଦିଙ୍କ ପଛରେ ରହିଛନ୍ତି ଅନେକ ରାଜନୀତି । ରାହୁଲ ଗାନ୍ଧୀ (26.4 ମିଲିୟନ), ଅରବିନ୍ଦ କେଜ୍ରିଓ୍ବାଲ (27.5 ମିଲିୟନ), ଅଖିଳେଶ ଯାଦବ (19.9 ମିଲିୟନ), ମମତା ବାନାର୍ଜୀ (7.4 ମିଲିୟନ)ଙ୍କ ଫଲୋର୍ସ ରହିଛନ୍ତି ।

ଏହା ସହିତ ବିଶ୍ବର ଲୋକପ୍ରିୟ କ୍ରୀଡାବିତଙ୍କ ବହୁ ଆଗରେ ମଧ୍ୟ ମୋଦି ରହିଛନ୍ତି । ଯଥା- ବିରାଟ କୋହଲି (64.1 ମିଲିୟନ), ଫୁଟବଲ ଷ୍ଟାର ନେମାର, (63.6 ମିଲିୟନ)ଙ୍କ ଫଲୋର୍ସ ରହିଛନ୍ତି ।

ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ ସେୟାର କରି ମୋଦି ଲେଖିଛନ୍ତି, "ଏକ୍ସରେ 100 ମିଲିୟନ ! ଏହି ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଜକୁ ସାମିଲ କରିଥିବାରୁ ଅତ୍ୟନ୍ତ ଖୁସି ଏବଂ ଏଥରେ ବିଭିନ୍ନ ପ୍ରସଙ୍ଗରେ ନିଜର ମତ, ଅନେକଙ୍କ ଆଲୋଚନା କରିଛି । ଏଥରେ ଲୋକଙ୍କ ଭଲପାଇବା, ଗଠନ ମୂଳକ ସମାଲୋଚନା ପାଇଛି । ଆଗକୁ ମଧ୍ୟ ଏହା ଆଶା ରଖୁଛି," ବୋଲି ଲେଖଛନ୍ତି ମୋଦି ।

ଏପଟେ ଶେଷ 3 ବର୍ଷରେ ମୋଦିଙ୍କ ଫଲୋର୍ସ ସଂଖ୍ୟା 30 ମିଲିୟନ ବଢିଛି । ତେବେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଅନ୍ୟ ସୋସିଆଲ ମିଡିଆରେ ଆକ୍ଟିଭ୍ ଅଛନ୍ତି । ୟୁଟ୍ୟୁବରେ ମୋଦିଙ୍କ ଫଲୋର୍ସ ସଂଖ୍ୟା 25 ମିଲିୟନ ରହିଥିବା ବେଳେ ଇନଷ୍ଟାଗ୍ରାମରେ ରହିଛନ୍ତି 91 ମିଲିୟନ ଫଲୋର୍ସ ।

Last Updated : Jul 15, 2024, 9:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.