ETV Bharat / bharat

ଆଜି ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ଆସାମ ଗସ୍ତ, CAAକୁ ନେଇ ବିରୋଧୀଙ୍କ ବିକ୍ଷୋଭ - PM To Visit Assam

PM Modi To Visit Assam: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 2 ଦିନିଆ ଆସାମ ଗସ୍ତ । ଗସ୍ତ ପୂର୍ବରୁ ବିରୋଧୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଜାଣନ୍ତୁ କାରଣ ।

ମୋଦିଙ୍କ ଆସାମ ଗସ୍ତ
ମୋଦିଙ୍କ ଆସାମ ଗସ୍ତ
author img

By ETV Bharat Odisha Team

Published : Mar 8, 2024, 5:01 PM IST

ଗୌହାଟୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 2 ଦିନିଆ ଆସାମ ଗସ୍ତରେ ଆସୁଛନ୍ତି । କାଜିରଙ୍ଗା ଜାତୀୟ ଉଦ୍ୟାନରେ 18ହଜାର କୋଟି ଅର୍ଥ ବିନିଯୋଗରେ ନିର୍ମିତ ପ୍ରକଳ୍ପର ଉଦଘାଟନ କରିବେ ମୋଦି । ସେପଟେ ଆସାମରେ ପହଞ୍ଚିବା ପୂର୍ବରୁ ବିରୋଧୀ ନାଗରିକତା ସଂଶୋଧନ ଅଧିନିୟମ (CAA)କୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି । CAAକୁ ବିରୋଧ କରି ନଗାଁଓ ଜିଲ୍ଲାର କାଲିୟାବୋରରେ ବିକ୍ଷୋଭ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ସୂଚନା ଅନୁସାରେ, ଆଜି କାଜିରଙ୍ଗାରେ ରାତ୍ରିଯାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାଜିରଙ୍ଗାର କୋହରା ରେଞ୍ଜ ସ୍ଥିତ ଗେଷ୍ଟ ହାଉସରେ ପ୍ରଧାନମନ୍ତ୍ରୀ ରହଣୀ କରିବେ ବୋଲି ଜଣାପଡ଼ିଛି । ଏହି ଗେଷ୍ଟ ହାଉସରେ ପୂର୍ବରୁ ରାଷ୍ଟ୍ରପତି ମଧ୍ୟ ରାତ୍ରିଯାପନ କରିସାରିଛନ୍ତି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଏଠାରେ ରହିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ତେଜପୁରରେ ପହଞ୍ଚିବା ପରେ ହେଲିକପ୍ଟର ଯୋଗେ କାଜିରଙ୍ଗା ଅଭିମୁଖେ ଯାତ୍ରା କରିବାର ଗସ୍ତ ସୂଚୀ ପ୍ରସ୍ତୁତ ହୋଇଛି । ଶନିବାର ଜଙ୍ଗଲ ସଫାରୀ ବୁଲିବେ ପ୍ରଧାନମନ୍ତ୍ରୀ । ଯେଉଁଥିପାଇଁ ସ୍ବତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯାଇଛି । ସେଠାରେ ପ୍ରଧାନମନ୍ତ୍ରୀ ପାଖାପାଖି 2 ଘଣ୍ଟା ରହିପାରନ୍ତି ବୋଲି ସୂଚନା ମିଳିଛି । ତେବେେ କାଜିରଙ୍ଗା ଜାତୀୟ ଉଦ୍ୟାନ ପରିଭ୍ରମଣ କରୁଥିବା ପ୍ରଥମ ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦି ।

ଏହା ମଧ୍ୟ ପଢନ୍ତୁ...ଶ୍ରୀନଗରରେ ପ୍ରଧାନମନ୍ତ୍ରୀ: ‘ଧାରା 370 ନେଇ ଭ୍ରମିତ କରାଯାଉଥିଲା, ଏବେ ଖୋଲା ପବନର ନିଶ୍ବାସ ନେଉଛି କାଶ୍ମୀର’

ଏହା ମଧ୍ୟ ପଢନ୍ତୁ...23 ଯୁବକଙ୍କୁ ନ୍ୟାସନାଲ କ୍ରିଏଟର ଆଓ୍ବାର୍ଡ, ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ...କୋଲକାତାରେ ଗଡ଼ିଲା ଅଣ୍ଡର-ଓ୍ବାଟର ମେଟ୍ରୋ, ଯାତ୍ରା କଲେ ପ୍ରଧାନମନ୍ତ୍ରୀ

ସେପଟେ ୟୁନାଇଟେଡ୍ ଅପୋଜିସନ ଫୋରମ ଆସାମ (UOFA) ପକ୍ଷରୁ ନାଗରିକତା ସଂଶୋଧନ ଅଧିନିୟମକୁ ନେଇ ବିକ୍ଷୋଭ କରାଯାଇଛି । UOFA ମୁଖପାତ୍ର ଅଖିଳ ଗୋଗୋଇ କହିଛନ୍ତି, CAA ଆସାମର ଲୋକଙ୍କ ପରିଚୟ ପାଇଁ ବିପଦ ସୃଷ୍ଟି କରିଛି । ଆସନ୍ତାକାଲି ବିକ୍ଷୋଭ ପ୍ରଦର୍ଶନ ପାଇଁ ତାରିଖ ଧାର୍ଯ୍ୟ ହୋଇଥିବାବେଳେ ସମସ୍ତଙ୍କ ଅନୁରୋଧ କ୍ରମେ ଏହି ତାରିଖରେ ପରିବର୍ତ୍ତନ କରାଯାଇଛି । ଆମେ ଏହି ଆଇନ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ସମୟ ମାଗିଥିଲୁ। ହେଲେ ଏ ସମ୍ପର୍କରେ ଆମକୁ କୌଣସି ଜବାବ ମିଳିନାହିଁ ।" ସେପଟେ ଅଖିଳ ଆସାମ ଛାତ୍ର ସଂଘରୁ ଆରମ୍ଭ କରି 30ଟି ସଂଗଠନ CAAକୁ ବିରୋଧ କରି ଆନ୍ଦୋଳନ ପାଇଁ ଚେତାବନୀ ଦେଇଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଆନ୍ଦୋଳନକାରୀଙ୍କୁ ବିକ୍ଷୋଭ କରିବା ପରିବର୍ତ୍ତେ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବାକୁ ପରାମର୍ଶ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.