ETV Bharat / bharat

ଆସାମକୁ 11 ହଜାର କୋଟିର ପ୍ରକଳ୍ପ ଭେଟିଦେଲେ ପ୍ରଧାନମନ୍ତ୍ରୀ, କହିଲେ ଫୋକସରେ ଅଛି ଉତ୍ତର-ପୂର୍ବର ବିକାଶ - Narendra Modi Assam visit

Prime Minister Narendra Modi in Assam: ଆସାମରେ 11 ହଜାର କୋଟିର ପ୍ରକଳ୍ପର ଭିତ୍ତିପ୍ରସ୍ତାର ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ । ପୂର୍ବ ସରକାରର ବିଫଳତା ଦର୍ଶାଇ କଂଗ୍ରେସକୁ କଲେ ଟାର୍ଗେଟ । ଅଧିକ ପଢନ୍ତୁ

‘ସ୍ବାଧୀନତା ପରେ କ୍ଷମତାରେ ଥିବା ବ୍ୟକ୍ତିଙ୍କୁ ନିଜ ସଂସ୍କୃତି ପାଇଁ ଲାଜ ଲାଗୁଥିଲା’

author img

By ETV Bharat Odisha Team

Published : Feb 4, 2024, 9:39 PM IST

Updated : Feb 4, 2024, 9:45 PM IST

ଦିସପୁର: ଦୁଇ ଦନିଆ ଗସ୍ତରେ ଗତକାଲି ଆସାମରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ରବିବାର) ରାଜ୍ୟରେ ମୋଟ 11,600 କୋଟି ବ୍ୟୟବରାଦରେ ନିର୍ମିତ ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ସହ ଅନ୍ୟ କିଛି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଖାନପରାରେ ପ୍ରଧାନମନ୍ତ୍ରୀ ଏକ ବିଶାଳ ସାଧାରଣ ସଭାକୁ ସମ୍ବୋଧିତ ମଧ୍ୟ କରିଛନ୍ତି । ଏହା ପରେ ସେ ଗୌହଟୀରେ ଏକ ରୋଡ ସୋ ମଧ୍ୟ କରିଛନ୍ତି । କାର୍ଯ୍ୟକ୍ରମରେ ସ୍ଥାନୀୟ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା ମଧ୍ୟ ଉୁପସ୍ଥିତ ଥିଲେ । ଏହି ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ଫଳରେ ଆସାମ ଓ ସମଗ୍ର ଉତ୍ତର-ପୂର୍ବ ଭାରତରେ ଯୋଗାଯୋଗ, ବାଣିଜ୍ୟ ଓ ପର୍ଯ୍ୟଟନ ଏକ ନୂଆ ଗତି ପାଇବା ସହ କର୍ମନିଯୁକ୍ତି ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ପ୍ରକଳ୍ପ ମଧ୍ୟରେ ମା’ କାମାକ୍ଷା ମନ୍ଦିର ପରିଯୋଜନା ମଧ୍ୟ ରହିଛି ।

ନିଜ ସମ୍ବୋଧନରେ ପୂର୍ବରୁ ଶାସନରେ ଥିବା କଂଗ୍ରେସ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ବର୍ଷିଛନ୍ତି । ସ୍ବାଧୀନତା ପରେ କ୍ଷମତାରେ ଥିବା ଦଳ ଓ ନେତାମାନେ କେବେ ତୀର୍ଥସ୍ଥଳୀ ଓ ଆଧ୍ୟାତ୍ମିକ ସ୍ଥାନର ବିକାଶର ଦିଗକୁ ଗୁରୁତ୍ବ ଦେଇନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କେନ୍ଦ୍ରରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଆସାମରେ ଡବଲ-ଇଞ୍ଜିନ ସରକାର ନୂତନ ରୋଡମ୍ୟାପ ସହ ଏହି କ୍ଷେତ୍ରରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛି । ବିଶେଷ ଭାବେ ଉତ୍ତର-ପୂର୍ବକୁ ଅଗ୍ରାଧିକାର ଦିଆଯାଇଛି । ଗତ 10ବର୍ଷ ପୂର୍ବରୁ ଉତ୍ତର-ପୂର୍ବରେ କଣ ସ୍ଥିତି ଥିଲା ତାହା ସମସ୍ତଙ୍କ ଜଣାଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପୂର୍ବରୁ ଦେଶର ଅନ୍ୟଭାଗର ପର୍ଯ୍ୟଟକମାନେ ଉତ୍ତର-ପୂର୍ବ ଗସ୍ତ କରିପାରୁନଥିଲେ । ଯୋଗାଯୋଗ ଭିତ୍ତିଭୂମି ସହ ଅନେକ କ୍ଷେତ୍ରରେ ବିକାଶ ଅଭାବରୁ ଏପରି ସମସ୍ୟା ସୃଷ୍ଟି ହୋଇଥିଲା । ରେଳ ଓ ଏୟାର-କନେକ୍ଟିଭିଟି ସମୀତ ଥିଲା । 2014 ରେ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ଉତ୍ତର-ପୂର୍ବରେ 1,900 କି.ମିର ନୂଆ ରେଳଧାରଣା ନିର୍ମାଣ କରାଯାଇଛି । 6,000 କି.ମିରୁ ଅଧିକ ଲମ୍ବର ଜାତୀୟ ରାଜପଥ ନିର୍ମାଣ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଏହା ମଧ୍ୟ ପଢନ୍ତୁ :- ଓଡିଶାରେ କାର୍ଯ୍ୟକ୍ରମ ସାରି ଦୁଇଦିନିଆ ଗସ୍ତରେ ଆସାମରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଗତକାଲି ସମ୍ବଲପୁରରେ ଭାରତୀୟ ପ୍ରବନ୍ଧନ ସଂସ୍ଥାନ (ଆଇଆଇଏମ)ର ନୂତନ ତଥା ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କରିବା ସହ ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଥିବା ପ୍ରଧାନମନ୍ତ୍ରୀ ମୋଦି ସଂଧ୍ୟାରେ ଆସାମରେ ପହଞ୍ଚିଥିଲେ । ଗତକାଲି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ଗୌହାଟୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ପରେ ଆସାମ ରାଜ୍ୟପାଳ ଗୁଲାବଚାନ୍ଦ କଟାରିଆ ଓ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା ତାଙ୍କୁ ସ୍ବାଗତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 4, 2024, 9:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.