ETV Bharat / bharat

ଜୈନ ମୁନି ବିଦ୍ୟାସାଗରଜୀ ମହାରାଜଙ୍କୁ ସ୍ମରଣ କରି ଭାବୁକ ହେଲେ ପ୍ରଧାନମନ୍ତ୍ରୀ

PM Modi gets emotional: ଦଳର ରାଷ୍ଟ୍ରୀୟ ଅଧିବେଶନକୁ ସମ୍ବୋଧିତ କରିବା ବେଳେ ବିଶିଷ୍ଠ ଜୈନ ମୁନି ମହାବୀର ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କୁ ସ୍ମରଣ କରି ଭାବୁକ ହେଲେ ପ୍ରଧାନମନ୍ତ୍ରୀ । କହିଲେ ତାଙ୍କ ବ୍ୟକ୍ତିଗତ ଅପୂରଣୀୟ କ୍ଷତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 18, 2024, 10:16 PM IST

ଜୈନ ମୁନି ବିଦ୍ୟାସାଗର ଜୀ ମହାରାଜଙ୍କୁ ସ୍ମରଣ କରି ଭାବୁକ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିଶିଷ୍ଠ ଜୈନ ମୁନି ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଜୀ ଗତକାଲି ରାତିରେ ଛତିଶଗଡରେ ଦେହତ୍ୟାଗ କରିଛନ୍ତି । ଏହି ଶତାୟୁ ସନ୍ଥଙ୍କ ଦେହତ୍ୟାଗରେ ଦେଶବ୍ୟାପୀ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି । ଆଜି ନୂଆଦିଲ୍ଲୀରେ ଦଳର ରାଷ୍ଟ୍ରୀୟ ଅଧିବେଶନକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଚାର୍ଯ୍ୟ ବିଦ୍ୟାସାଗରଙ୍କ କଥା ମନେପକାଇ ଭାବୁକ ହୋଇଛନ୍ତି । ଆଚାର୍ଯ୍ୟଙ୍କ ସହ ତାଙ୍କର ଦୀର୍ଘ ବର୍ଷର ସମ୍ପର୍କ ରହିଆସିଥିଲା । ସେ ସର୍ବଦା ତାଙ୍କର ମାର୍ଗଦର୍ଶକ ଭାବେ ରହିଆସିଥିଲେ । ନିକଟରେ ସେ ତାଙ୍କୁ ସାକ୍ଷାତ କରିବାକୁ ମଧ୍ୟ ଯାଇଥିଲେ । ହେଲେ ତାହା ହିଁ ଆଚାର୍ଯ୍ୟଙ୍କ ସହ ଶେଷ ସାକ୍ଷାତକାର ହେବ ବୋଲି ସେ ଜାଣିନଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆଜି ନୂଆଦିଲ୍ଲୀରେ ଆୟୋଜିତ ଦଳର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନର ଉଦଯାପନୀ ଦିବସକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ଆଚାର୍ଯ୍ୟ ବିଦ୍ୟାସାଗରଙ୍କ ସମ୍ପର୍କରେ ଦୀର୍ଘ ବର୍ଣ୍ଣନା କରିଛନ୍ତି । ଦେଶବାସୀଙ୍କ ତରଫରୁ ସନ୍ଥ ଶିରୋମଣୀ ପୂଜ୍ୟ ବିଦ୍ୟାସାଗର ମହାରାଜଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଆଚାର୍ଯ୍ୟଙ୍କ ଅବର୍ତ୍ତମାନ ସମଗ୍ର ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ହେଲେ ଏହା ତାଙ୍କ ପାଇଁ ଏକ ବ୍ୟକ୍ତିଗତ କ୍ଷତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, "ନିକଟରେ ସେ ନିଜର ନିର୍ଦ୍ଧାରିତ ପ୍ରବାସ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରି ହଠାତ ଆଚାର୍ଯ୍ୟଙ୍କ ସହ ସାକ୍ଷାତ କରିବାକୁ ଆଶ୍ରମରେ ପହଞ୍ଚିଥିଲେ । ତାଙ୍କ ଆଶୀର୍ବାଦ ଓ ମାର୍ଗଦର୍ଶନ ମିଳିଥିଲା । ସନ୍ଥ ପରମ୍ପରାରେ ଥିବା ଅନ୍ତର୍ନିହିତ ଶକ୍ତିକୁ ସେ ଆଚାର୍ଯ୍ୟଙ୍କ ନିକଟରେ ଅନେକ ଥର ଅନୁଭବ କରିଛନ୍ତି । ପ୍ରତ୍ୟେକ ଗମ୍ଭୀର ପ୍ରସଙ୍ଗରେ ସେ ନିଜର ମାର୍ଗଦର୍ଶନ ଦେଇଥାନ୍ତି ।"

ଏହା ମଧ୍ୟ ପଢନ୍ତୁ :- ସମାଧି ନେଲେ ଜୈନ ମୁନି ଆଚାର୍ଯ୍ୟ ବିଦ୍ୟାସାଗର, 3 ଦିନ ଧରି ରଖିଥିଲେ ଉପବାସ

ତେବେ ସୂଚନାଯୋଗ୍ୟ ଯେ, ଜୈନ ପରମ୍ପରାର ଏହି ବିଶିଷ୍ଟ ସନ୍ଥ 'ମହାବୀର' ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ଗତକାଲି (ଶନିବାର) ବିଳମ୍ବିତ ରାତିରେ ଦେହତ୍ୟାଗ କରିଛନ୍ତି । ଅତ୍ୟନ୍ତ ନିରାଡମ୍ବର ଓ କଠୋର ସାଧନାପୂତ ଜୀବନଯାପନ କରୁଥିବା ଏହି ଶତାୟୁ ସନ୍ଥ ଗତ 3 ଦିନ ଧରି ଉପବାସ ବ୍ରତ ରଖିଥିଲେ । ଗତକାଲି ରାତିରେ ସେ ଦେହତ୍ୟାଗ କରିଥିଲେ । ଆଜି ଅପରାହ୍ନରେ ଛତିଶଗଡ଼ର ଡୋଙ୍ଗରଗଡ଼ରେ ଲକ୍ଷାଧିକ ଶ୍ରଦ୍ଧାଳୁ, ଅନୁଗାମୀଙ୍କ ଗହଣରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମହାରାଜଙ୍କ ଅବର୍ତ୍ତମାନରେ ଭାରତୀୟ ସନ୍ଥ ପରମ୍ପରାରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.