ETV Bharat / bharat

ସନ୍ଦେଶଖାଲି ପୀଡିତା ବିଜେପିର ଲୋକସଭା ପ୍ରାର୍ଥୀ, ଭିସି ଯୋଗେ କଥା ହେଲେ ପ୍ରଧାନମନ୍ତ୍ରୀ - Basirhat BJP candidate Rekha Patra

author img

By ETV Bharat Odisha Team

Published : Mar 26, 2024, 9:48 PM IST

PM Modi calls up Basirhat BJP candidate Rekha Patra: ପଶ୍ଚିମବଙ୍ଗର ବସିରହାଟରେ ସନ୍ଦେଶଖାଲି ହିଂସା ପୀଡିତାଙ୍କୁ ପ୍ରାର୍ଥୀ କରିଛି ବିଜେପି । ଆଜି ପ୍ରଧାନମନ୍ତ୍ରୀ ମଧ୍ୟ ଭିସି ଯୋଗେ ହେଲେ କଥା । ଅଧିକ ପଢନ୍ତୁ

ସନ୍ଦେଶଖାଲି ପୀଡିତା ବିଜେପିର ଲୋକସଭା ପ୍ରାର୍ଥୀ, ଭିସି ଯୋଗେ କଥା ହେଲେ ପ୍ରଧାନମନ୍ତ୍ରୀ

କୋଲକାତା: ସାଧାରଣ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସାରା ଦେଶରେ ବେଶ କିଛି ଦିନ ଧରି ଚର୍ଚ୍ଚାରେ ରହିଥିଲା ପଶ୍ଚିମବଙ୍ଗ ସନ୍ଦେଶଖାଲିରେ ହୋଇଥିବା ମହିଳା ବିରୋଧୀ ହିଂସା ଓ ଯୌନ ନିର୍ଯାତନା କାଣ୍ଡ । ତେବେ ଏହି କାଣ୍ଡର ଶିକାର ହୋଇଥିବା ଜଣେ ପୀଡିତାଙ୍କୁ ଭାରତୀୟ ଜନତା ପାର୍ଟି ଏଥର ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ସନ୍ଦେଶଖାଲି ଆସୁଥିବା ପଶ୍ଚିମବଙ୍ଗର ସଂସଦୀୟ କ୍ଷେତ୍ର ବସିରହାଟ ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ଏହି ମହିଳା ଜଣକ ହେଉଛନ୍ତି ରେଖା ପାତ୍ର । କିଛି ଦିନ ପୂର୍ବରୁ ଗଣମାଧ୍ୟମରେ ପରିଚିତ ନଥିବା ରେଖା ଆଜି ଅପରାହ୍ନ ଠାରୁ ତମାମ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରରେ ରହିଛନ୍ତି । କାରଣ ଆଜି ରେଖାଙ୍କ ସହ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଆଜି ଭିସି ଯୋଗେ ରେଖାଙ୍କ ସହ କଥା ହୋଇ ନିର୍ବାଚନ ପ୍ରଚାର ସମ୍ପର୍କରେ ଅବଗତ ହୋଇଛନ୍ତି । ସ୍ଥାନୀୟ ବିଜେପି ତାଙ୍କୁ କିପରି ସହଯୋଗ କରୁଛି ସେ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ପଚାରି ବୁଝିଛନ୍ତି । ରେଖା ପ୍ରଧାନମନ୍ତ୍ରୀଙ୍କୁ ବସିରହାଟରେ ମୁକ୍ତ ଓ ଅବାଧ ନିର୍ବାଚନ କରାଇବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ମଧ୍ୟ ନିବେଦନ କରିଛନ୍ତି । ସେହିପରି ସେ ବିଜେପିର ସ୍ଥାନୀୟ ନେତା ତଥା ରାଜ୍ୟ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ସହଯୋଗ ପାଇଁ ପ୍ରଶଂସା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, 5 ଚୀନ ନାଗରିକଙ୍କ ସମେତ 6 ମୃତ - suicide bomb attack in Pakistan

ତେବେ ଏହି ଆସନରେ ଭାରତୀୟ ଜନତା ପାର୍ଟି ଓ ରାଜ୍ୟରେ ଶାସନରେ ଥିବା ମମତାଙ୍କ ତୃଣମୂଳ କଂଗ୍ରେସ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବାକୁ ଯାଉଛି । ସନ୍ଦେଶଖାଲିରେ ଟିଏମସି ନେତା ଶେଖ ଶାହାଜାହନର ସ୍ଥାନୀୟ ମହିଳାଙ୍କ ପ୍ରତି ଯୌନ ନିର୍ଯାତନା କାରଣରୁ ସୃଷ୍ଟି ହୋଇଥିବା ଆନ୍ଦୋଳନରେ ଟିଏମସିର ଭୋଟବ୍ୟାଙ୍କ ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି । ହେଲେ ଏକଦା ଏହି କାଣ୍ଡର ପୀଡିତା ଥିବା ରେଖା ପାତ୍ରଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ କିଛି ସ୍ଥାନୀୟ ବାସିନ୍ଦା ପ୍ରତିବାଦ ମଧ୍ୟ କରିଥିଲେ । ଟିଏମସିରୁ ରେଖାଙ୍କ ପ୍ରତିଦ୍ବନ୍ଦ୍ବୀ ହୋଇଥିବା ହାଜି ନୁରୁଲ ଇସଲାମ କହିଛନ୍ତି, ରେଖାଙ୍କ ପ୍ରାର୍ଥୀତ୍ବ ସମ୍ପର୍କରେ ସେ କିଛି ଟିପ୍ପଣୀ କରିବାକୁ ଚାହାନ୍ତିନାହିଁ । ହେଲେ ରେଖାଙ୍କୁ ବସିରହାଟ ଲୋକସଭା ଅନ୍ତର୍ଗତ ଆସୁଥିବା 7ବିଧାନସଭା ଆସନର ନାମ ସମ୍ପର୍କରେ ମଧ୍ୟ ଜଣାନଥିବା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.