ETV Bharat / bharat

ଦୋହାରେ ପହଞ୍ଚିଲେ ମୋଦି; ସ୍ୱାଗତ କଲେ ପ୍ରବାସୀ ଭାରତୀୟ, ଆଜି କତାର ଶାସକଙ୍କୁ ଭେଟିବେ - କତାର ଗସ୍ତରେ ପ୍ରଧାନମନ୍ତ୍ରୀ

PM Modi arrives in Doha: କତାରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ । ବିମାନବନ୍ଦର ବାହାରେ ମୋଦିଙ୍କୁ ସ୍ୱାଗତ କଲେ ପ୍ରବାସୀ ଭାରତୀୟ । ଅଧିକ ପଢନ୍ତୁ

କତାରରେ ପହଞ୍ଚିଲେ ମୋଦି
PM Modi arrives in Doha
author img

By ETV Bharat Odisha Team

Published : Feb 15, 2024, 7:46 AM IST

Updated : Feb 15, 2024, 8:23 AM IST

ଦୋହା: ୟୁଏଇ ଗସ୍ତ ଶେଷ କରିବା ପରେ କତାର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ବିଳମ୍ବିତ ରାତିରେ ସେ ରାଜଧାନୀ ଦୋହାରେ ପହଞ୍ଚିଛନ୍ତି । କତାରର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଲତାନ ବିନ୍ ସାଦ ଅଲ-ମୁରାଇଖି ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିଛନ୍ତି । କତାରରେ ପହଞ୍ଚିବା ପରେ ଦୋହାରେ ଅପେକ୍ଷା କରିରହିଥିବା ବହୁ ସଂଖ୍ୟକ ପ୍ରବାସୀ ଭାରତୀୟ ମୋଦିଙ୍କୁ ସ୍ୱାଗତ କରିଥିଲେ । ଏନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ''ଦୋହାରେ ମୋର ସ୍ୱାଗତ ପାଇଁ ସମସ୍ତ ପ୍ରବାସୀ ଭାରତୀୟଙ୍କୁ ମୁଁ କୃତଜ୍ଞତା ଜଣାଉଛି ।

ଆଜି କତାରର ଶାସକ ଶେଖ ତମିମ ବିନ ହମାଦ ଅଲ ଥାନିଙ୍କୁ ମୋଦି ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାପୂର୍ବରୁ ଦୁବାଇରେ ହେବାକୁ ଥିବା COP28 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି କତାରର ଶାସକଙ୍କୁ ଭେଟି ଦ୍ୱିପାକ୍ଷିକ ସହଭାଗୀତା ଏବଂ କତାରରେ ରହୁଥିବା ଭାରତୀୟ ସମ୍ପ୍ରଦାୟର କଲ୍ୟାଣ ପାଇଁ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଦୋହାରେ କତାର ପ୍ରତିପକ୍ଷ ଶେଖ ମହମ୍ମଦ ବିନ୍ ଅବଦୁଲ୍ଲାହମାନ ଅଲ ଥାନିଙ୍କ ସହ ଏକ ବୈଠକ କରିଛନ୍ତି । ଦୁଇ ଦେଶ ମଧ୍ୟରେ ସୁସମ୍ପର୍କ କିପରି ବଜାୟ ରହିବ ତା' ଉପରେ ଆଲୋଚନା ହୋଇଥିଲା । ଏଥିସହ ନିବେଶ, ପୁଞ୍ଜି ବିନିଯୋଗ, ଏନର୍ଜି, ଫାଇନାନ୍ସ ଭଳି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଛି ।

ଏହା ମଧ୍ୟ ପଢନ୍ତୁ-ଆରବ ମାଟିରେ ଭବ୍ୟ ହିନ୍ଦୁ ମନ୍ଦିର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ: ‘ବର୍ଷ ବର୍ଷର ପରିଶ୍ରମ ଆଜି ସଫଳ ହୋଇଛି ’

ଏକ୍ସରେ ଟ୍ୱିଟ୍ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି, କତାର ସହିତ ସମ୍ପର୍କକୁ ଗଭୀର କରିବା ପାଇଁ ଦୋହା ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ବିମାନ ବନ୍ଦରରେ କତାର ବୈଦେଶିକ ମନ୍ତ୍ରୀ ତାଙ୍କୁ ସ୍ୱାଗତ କରିଛନ୍ତି । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଭାଗୀତାକୁ ମଜବୁତ କରିବା ପାଇଁ କତାର ନେତୃତ୍ୱଙ୍କ ସହିତ ଆଲୋଚନା ହେବ ।

ମୋଦିଙ୍କ କତାର ଗସ୍ତକୁ ନେଇ ବୈଦେଶିକ ସଚିବ କହିଛନ୍ତି ଯେ, ଏହା ପ୍ରଧାନମନ୍ତ୍ରୀଙ୍କ ଦ୍ବିତୀୟ କତାର ଗସ୍ତ । ଶେଷ ଥର ଜୁନ୍ 2016ରେ ସେ କତାର ଗସ୍ତ କରିଥିଲେ । ଭାରତ ଏବଂ କତାର ମଧ୍ୟରେ ବୃଦ୍ଧି ପାଇଥିବା ସମ୍ପର୍କକୁ ଗୁରୁତ୍ୱ ଦେଇ ମୋଦି ଏଦି ଦେଶ ଗସ୍ତରେ ଆସିଛନ୍ତି । ନିକଟ ଅତୀତରେ ଭାରତ ଏବଂ କତାର ମଧ୍ୟରେ ଅନେକ ବାଣିଜ୍ୟିକ କାରବାର ହୋଇଛି । ନଭେମ୍ବର 2022ରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଦୋହା ଗସ୍ତ କରିଥିଲେ । ଜୁନ୍ 2022ରେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ କତାର ଯାଇଥିଲେ । ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ଗତ 3ରୁ 4 ବର୍ଷ ମଧ୍ୟରେ ଏହି ଦେଶକୁ ଗସ୍ତ କରିଛନ୍ତି । ତେବେ କତାରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କ ମୁକ୍ତି ପରେ ପ୍ରଧାନମନ୍ତ୍ରୀ ମୋଦି ସେଠାକୁ ଯାଇଛନ୍ତି ।

Last Updated : Feb 15, 2024, 8:23 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.