ETV Bharat / bharat

ବଜେଟ ଅଧିବେଶନ ପୂର୍ବରୁ ମୋଦିଙ୍କ ସମ୍ବୋଧନ, ବିରୋଧିଙ୍କୁ ଏପରି କହିଲେ - Parliament 2024 Budget session - PARLIAMENT 2024 BUDGET SESSION

Parliament Budget session: ବଜେଟ ଅଧିବେଶନ ପୂର୍ବରୁ ସଂସଦ ବାହାରେ ମୋଦିଙ୍କ ଅଭିଭାଷଣ । ସମସ୍ତେ ଦଳରୁ ଉର୍ଦ୍ଧ୍ବରେ ରହି ନିଜକୁ ଦେଶ ପାଇଁ ଉତ୍ସର୍ଗ କରିବାକୁ ଅପିଲ କଲୋ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

Parliament 2024 Budget session
Parliament 2024 Budget session (ANI)
author img

By ETV Bharat Odisha Team

Published : Jul 22, 2024, 12:02 PM IST

ନୂଆଦିଲ୍ଲୀ: ସଂସଦରେ ଆରମ୍ଭ ହେବ ବଜେଟ ଅଧିବେଶନ । ଏହା ପୂର୍ବରୁ ସଂସଦ ବାହାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି, '' ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏହି ପରି ଏକ ଶୁଭ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ମୁଁ ଦେଶବାସୀଙ୍କୁ ଶ୍ରାବଣ ସୋମବାରର ଶୁଭେଚ୍ଛା ଜଣାଉଛି। ସଂସଦର ମୌସୁମୀ ଅଧିବେଶନ ଆଜି ଆରମ୍ଭ ହେଉଛି। ଏହା ଉପରେ ପୁରା ଦେଶର ନଜର ରହିଛି । ଏହା ଏକ ସକରାତ୍ମକ ଅଧିବେଶନ ହେବା ଉଚିତ୍ । ''

ଆଗାମୀ 5 ବର୍ଷର ଦିଗ ନିର୍ଣ୍ଣୟ କରିବ ବଜେଟ୍: ମୋଦି ଆହୁରି ମଧ୍ୟ କହିଛନ୍ତି, ''ଏହା ଗର୍ବର ବିଷୟ ଯେ 60 ବର୍ଷ ପରେ ଏକ ସରକାର ତୃତୀୟ ଥର କ୍ଷମତାକୁ ଆସିଛି । ଶାସନର ତୃତୀୟ ବର୍ଷର ପ୍ରଥମ ବଜେଟ୍ ଆମେ ଉପସ୍ଥାପନ କରିବାକୁ ଯାଉଛି । ମୁଁ ଦେଶବାସୀଙ୍କୁ ଗ୍ୟାରେଣ୍ଟି ଦେଇ ଆସୁଛି ଓ ଆମର ମିଶନ ହେଉଛି ତୃଣମୂଳ ସ୍ତରରୁ କାର୍ଯ୍ୟ କରିବା । ଏହି ବଜେଟ୍ ଅମୃତ କାଳ ସମୟର ଏକ ଗୁରୁତ୍ୱପୂର୍ଣ୍ଣ ବଜେଟ୍ । ଆଜିର ବଜେଟ୍ ଆମର କାର୍ଯ୍ୟକାଳର ଆଗାମୀ 5 ବର୍ଷ ପାଇଁ ଦିଗ ନିର୍ଣ୍ଣୟ କରିବ । ଏହି ବଜେଟ୍ ଆମର 'ବିକଶିତ ଭାରତ'ର ସ୍ୱପ୍ନକୁ ସୁଦୃଢ କରିବାର ଆଧାର ହେବ ।

ଏହା ମଧ୍ୟ ପଢନ୍ତୁ-ଆଜିଠୁ ସଂସଦର ବଜେଟ ଅଧିବେଶନ; ଆସିବ ଅର୍ଥନୈତିକ ସର୍ଭେ ରିପୋର୍ଟ, କାଲି ଆଗତ ହେବ ପୂର୍ଣ୍ଣାଙ୍ଗ ବଜେଟ - Budget session 2024

'ସମସ୍ତେ ଦଳରୁ ଉର୍ଦ୍ଧ୍ବରେ ରହି ନିଜକୁ ଦେଶ ପାଇଁ ଉତ୍ସର୍ଗ କରନ୍ତୁ': ''ମୁଁ ଦେଶର ସମସ୍ତ ସାଂସଦଙ୍କୁ ଅନୁରୋଧ କରିବାକୁ ଚାହିଁଛି ଯେ, ଜାନୁୟାରୀରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଯେତିକି ସଂଘର୍ଷ କରିବାର ଥିଲା ତାହା ଆମେ କରିଛୁ,ବର୍ତ୍ତମାନ ସେହି ଦୌଡ ସମାପ୍ତ ହୋଇଛି, ଜନସାଧାରଣ ଏହାର ରାୟ ଦେଇଛନ୍ତି। ମୁଁ ସମସ୍ତ ଦଳକୁ କହିବାକୁ ଚାହୁଁଛି, ସମସ୍ତେ ଦଳରୁ ଉର୍ଦ୍ଧ୍ବରେ ରହି ନିଜକୁ ଦେଶ ପାଇଁ ଉତ୍ସର୍ଗ କରନ୍ତୁ । ସଂସଦର ଗରିମା ଅକ୍ଷୁଣ୍ଣ ରଖନ୍ତୁ । ଜାନୁଆରୀ 2029ର ନିର୍ବାଚନ ବର୍ଷରେ, ଆପଣ ଯେ କୌଣସି ଖେଳ ଖେଳିପାରିବେ, କିନ୍ତୁ ସେପର୍ଯ୍ୟନ୍ତ ଆମେ କୃଷକ, ଯୁବକ ଏବଂ ଦେଶର ସଶକ୍ତିକରଣ ପାଇଁ ଅଂଶଗ୍ରହଣ କରିବା ଉଚିତ୍ । ''

'ସଂସଦ ଦେଶ ପାଇଁ, ଦଳ ପାଇଁ ନୁହେଁ': ''ଆପଣ ଦେଖିଥିବେ ଯେ, ସଂସଦର ପ୍ରଥମ ଅଧିବେଶନରେ ଦେଶର 140 କୋଟି ଲୋକଙ୍କ ଦ୍ବାରା ସହ ନିର୍ବାଚିତ ହୋଇଥିବା ସରକାରଙ୍କ ସ୍ୱରକୁ ଚପାଇ ଦେବାକୁ ଚେଷ୍ଟା କରାଯାଇଥିଲା। ସାଢେ 2 ଘଣ୍ଟା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦବାଇବାକୁ ଚେଷ୍ଟା କରାଯାଇଥିଲା, ଦେଶର ଲୋକମାନେ ଆମକୁ ଦେଶ ପାଇଁ ପଠାଇଛନ୍ତି ଏବଂ ଦଳ ପାଇଁ ନୁହେଁ। ଏହି ସଂସଦ ଦେଶ ପାଇଁ, ଦଳ ପାଇଁ ନୁହେଁ । ''

'ଭାରତ ଦ୍ରୁତତମ ଅଭିବୃଦ୍ଧିଶୀଳ ଦେଶ ଅଟେ': ''ପ୍ରତ୍ୟେକ ନାଗରିକଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଯେ, ବୃହତ୍ତ ଅର୍ଥନୀତି ଥିବା ଦେଶ ମଧ୍ୟରେ ଭାରତ ଦ୍ରୁତତମ ଅଭିବୃଦ୍ଧିଶୀଳ ଦେଶ ଅଟେ। ଗତ 3 ବର୍ଷ ମଧ୍ୟରେ ଆମେ କ୍ରମାଗତ 8 ପ୍ରତିଶତ ଅଭିବୃଦ୍ଧି ସହ ଆଗକୁ ବଢୁଛୁ ।''

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.