ETV Bharat / bharat

ମନ୍ଦିର ଉପରେ ଲାଗିବ ଆୟକର, 'ହିନ୍ଦୁ ବିରୋଧୀ ସରକାର' କହି ବର୍ଷିଲା ବିଜେପି

author img

By ETV Bharat Odisha Team

Published : Feb 22, 2024, 12:02 PM IST

Tax On Temple in Karnataka: ଏଣିକି ମନ୍ଦିରକୁ ଦେବାକୁ ପଡ଼ିବ ଆୟ କର । ଜାଣନ୍ତୁ କେଉଁଠି ହୋଇଛି ଏଭଳି ନୂଆ ନିୟମ ?

ମନ୍ଦିର ଉପରେ ଇନକମ୍ ଟ୍ୟାକ୍ସ
ମନ୍ଦିର ଉପରେ ଇନକମ୍ ଟ୍ୟାକ୍ସ

ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାରଙ୍କ ନୂଆ ନିୟମ । ଏଣିକି ମନ୍ଦିରକୁ ଦେବାକୁ ପଡ଼ିବ ଆୟ କର । କୋଟି କୋଟି ଟଙ୍କାରୁ ଉର୍ଦ୍ଧ୍ବ ରୋଜଗାର ହେଉଥିବା ମନ୍ଦିର ଗୁଡ଼ିକ ରାଜ୍ୟ ସରକାରଙ୍କୁ ଦେବେ ଆୟର 10 ପ୍ରତିଶତ ରାଶି । ସେହିପରି ଯେଉଁ ମନ୍ଦିରର ଆୟ 10ଲକ୍ଷରୁ 1କୋଟି ଭିତରେ ହେଉଥିବେ ସେହି ମନ୍ଦିରଗୁଡ଼ିକୁ 5 ପ୍ରତିଶତ ଟ୍ୟାକ୍ସ ଭରଣା କରିବାକୁ ପଡ଼ିବ। ସେପଟେ ସିଦ୍ଧରମୈୟା ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧରେ ହଲ୍ଲାବୋଲ କରିଛି ରାଜ୍ୟ ବିଜେପି ।

'କଂଗ୍ରେସ ସରକାର, ଆଣ୍ଟି ହିନ୍ଦୁ ସରକାର' ବୋଲି କହିଛି ଭାଜପା । ଗତ ବୁଧବାର 'କର୍ଣ୍ଣାଟକ ହିନ୍ଦୁ ଧାର୍ମିକ ସଂସ୍ଥାନ ଏବଂ ଧର୍ମାର୍ଥ ବନ୍ଦୋବସ୍ତ ବିଧେୟକ 2024' ପାରିତ ହୋଇଛି। ଆଉ କର୍ଣ୍ଣାଟକ ବିଧାନସଭାରେ ଏହି ବିଧେୟକ ପାରିତ ହେବା ପରେ ବିଜେପି, ରାଜ୍ୟ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ସରକାରଙ୍କୁ ଟାର୍ଗେଟ୍ କରି 'ଆଣ୍ଟି ହିନ୍ଦୁ' ବୋଲି କହିଛି । କର୍ଣ୍ଣାଟକ ରାଜ୍ୟ ବିଜେପି ଅଧ୍ୟକ୍ଷ ବିଜୟେନ୍ଦ୍ର ୟେଦ୍ୟୁରପ୍ପା କହିଛନ୍ତି, "ହିନ୍ଦୁ ବିରୋଧୀ ନୀତି ଆପଣାଇ ଖଜାନା ଭରିବାକୁ ଚାହୁଁଛନ୍ତି ସରକାର"।

ସେ ଆହୁରି ମଧ୍ୟ କହିଛନ୍ତି, "କେବଳ ହିନ୍ଦୁମାନଙ୍କୁ ଟାର୍ଗେଟ କରାଯାଉଛି । ହିନ୍ଦୁ ମନ୍ଦିରକୁ ନିଶାନା କରାଯାଉଛି । ଅନ୍ୟ ଧାର୍ମିକ ସ୍ଥଳ ପ୍ରତି କାହିଁକି କିଛି ହେଉନାହିଁ ?" ସେପଟେ ବିଜେପିର ଏହି ପ୍ରଶ୍ନ ପରେ ଜବାବ ରଖିଛି କଂଗ୍ରେସ । ମନ୍ତ୍ରୀ ରାମଲିଙ୍ଗା ରେଡ୍ଡି କହିଛନ୍ତି, କଂଗ୍ରେସକୁ ହିନ୍ଦୁ ବିରୋଧୀ କହି କେବଳ ରାଜନୈତିକ ସ୍ବାର୍ଥ ହାସଲ କରିବାକୁ ଚେଷ୍ଟା କରୁଛି ଭାଜପା। କଂଗ୍ରେସ ବର୍ଷ ବର୍ଷ ଧରି ଲଗାତାର ମନ୍ଦିର ଓ ହିନ୍ଦୁଙ୍କ ରକ୍ଷା କରିଆସିଛି।

ଏହା ମଧ୍ୟ ପଢନ୍ତୁ...ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କର୍ଣ୍ଣାଟକରେ କୌଣସି ଛୁଟି ନାହିଁ: ସିଦ୍ଧରମୈୟା

ଏହା ମଧ୍ୟ ପଢନ୍ତୁ...ଉତ୍ତର ପ୍ରଦେଶରେ ଭାଙ୍ଗୁ ଭାଙ୍ଗୁ ବଞ୍ଚିଗଲା ‘ଇଣ୍ଡିଆ’ ମେଣ୍ଟ: ପ୍ରିୟଙ୍କା ଓ ସୋନିଆ ହେଲେ କ୍ରାଇସିସ ମ୍ୟାନେଜର !

ପୂର୍ବରୁ ମନ୍ଦିର ଉପରେ କୌଣସି ଟ୍ୟାକ୍ସ ନଥିବାବେଳେ ବର୍ତ୍ତମାନ କର୍ଣ୍ଣାଟକ ସରକାର ନୂଆ ବିଲ୍ ପାସ୍ କରିଛନ୍ତି । ଯାହାକୁ ତୀବ୍ର ବିରୋଧ କରିଛି ବିଜେପି । କଂଗ୍ରେସକୁ 'ହିନ୍ଦୁ ବିରୋଧୀ ସରକାର' ବୋଲି କହି ବର୍ଷିଛନ୍ତି କର୍ଣ୍ଣାଟକ ରାଜ୍ୟ ବିଜେପି ଅଧ୍ୟକ୍ଷ ବିଜୟେନ୍ଦ୍ର ୟେଦ୍ୟୁରପ୍ପା । ସେପଟେ କଂଗ୍ରେସ କିନ୍ତୁ ହିନ୍ଦୁଙ୍କ ହିତ ସାଧନ ପାଇଁ କାମ କରିଆସୁଥିବା କହି ଜବାବ ରଖିଛି । ଅନେକ ସମୟରେ ଧାର୍ମିକ ବିବାଦକୁ ନେଇ ଭାଜପା, କଂଗ୍ରେସକୁ ଆକ୍ଷେପ କରିଥିବାର ନଜିର ରହିଛି । ପୂର୍ବରୁ ମଧ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ ଦେଶରେ ଛୁଟି ଘୋଷଣା ହୋଇଥିବାବେଳେ କର୍ଣ୍ଣାଟକରେ ଛୁଟି ହେବ ନାହିଁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.