ETV Bharat / bharat

୨୨ରେ ବାତ୍ୟା ଭୟ ! ଓଡ଼ିଶା ମୁହାଁ ହେବ କି ନାହିଁ, ଲଘୁଚାପ ପରେ IMD କରିବ ସ୍ପଷ୍ଟ

ବଙ୍ଗୋପସାଗରରେ ସୃଷ୍ଟ ଅବପାତରେ ପ୍ରଭାବିତ ହେବ ଉତ୍ତର-ତାମିଲନାଡୁ, ପୁଡୁଚେରୀ ଏବଂ ଆନ୍ଧ୍ର । ୨୨ରେ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା । ଓଡ଼ିଶା ଉପରେ ପ୍ରଭାବ ନେଇ ସ୍କଷ୍ଟ କରିନି ପାଣିପାଗ ବିଭାଗ ।

author img

By ETV Bharat Odisha Team

Published : 4 hours ago

କାଲି ଲ୍ୟାଣ୍ଡଫଲ ସାମୁଦ୍ରିକ ଝଡ, ତାମିଲନାଡୁ-ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା-ପବନ ଆଶଙ୍କା
କାଲି ଲ୍ୟାଣ୍ଡଫଲ ସାମୁଦ୍ରିକ ଝଡ, ତାମିଲନାଡୁ-ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା-ପବନ ଆଶଙ୍କା (ETV Bharat Odisha)

ହାଇଦ୍ରାବାଦ: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଦକ୍ଷିଣ-ଉପକୂଳ ମୁହାଁ ହେଉଛି । ଏହା ଆସନ୍ତାକାଲି (ଗୁରୁବାର, ଅକ୍ଟୋବର 17 ତାରିଖ) ଦକ୍ଷିଣ-ଉପକୂଳରେ ଲ୍ୟାଣ୍ଡଫଲ କରିବ । ଚେନ୍ନାଇ ନିକଟବର୍ତ୍ତୀ ପୁଡୁଚେରୀ ଓ ଦକ୍ଷିଣ-ଆନ୍ଧ୍ର ପ୍ରଦେଶର ନେଲୋର ମଧ୍ୟରେ ଏହା ଉପକୂଳ ଅତିକ୍ରମ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ସଦ୍ୟତମ ଅପଡେଟ୍ସରେ ସ୍ପଷ୍ଟ କରିଛି । ଫଳରେ ଦକ୍ଷିଣ ଉପକୂଳର ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ରର ରୟାଲାସିମା କ୍ଷେତ୍ରରେ ପ୍ରବଳ ବର୍ଷା ଓ ପବନ ହେବାର ସମ୍ଭାବନା ଅଛି । ଏହା ସହ ଏହାର ପାର୍ଶ୍ବପ୍ରଭାବ ପଡୋଶୀ କର୍ଣ୍ଣାଟକରେ ମଧ୍ୟ ଅନୁଭୂତ ହେବ ।

  • ‘IMD’ର ଲାଟେଷ୍ଟ ଅପଡେଟ୍ସ

ଏକ ଟ୍ବିଟ ମାଧ୍ୟମରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏହି ଅବପାତ ସ୍ଥିତି ଓ ଗତିପଥ ସମ୍ପର୍କରେ ତଥ୍ୟ ଦେଇଛି । ସଂସ୍ଥା କହିଛି,‘‘ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ପ୍ରାୟ ୧୨ କି .ମି ବେଗରେ ଆଗକୁ ବଢୁଛି । ସକାଳ ୫ଟା ସୁଦ୍ଧା ହୋଇଥିବା ଆକଳନ ଅନୁସାରେ, ଏହା ଏବେ ସମୁଦ୍ର ମଧ୍ୟରେ ପୁଡୁଚେରୀରୁ ପ୍ରୟା ୩୯୦ କି.ମି ପୂର୍ବ ଓ ନେଲୋରରୁ ପ୍ରାୟ ୪୫୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ରହିଛି । ଏହା କ୍ରମଶଃ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି (୧୭ ତାରିଖ) ପୂର୍ବାହ୍ନରେ ଏହି ଉତ୍ତର-ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶର ଏହି ଦୁଇ ସ୍ଥାନ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ।’’

  • ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟରେ ବର୍ଷା ଜାରି

ଉଭୟ ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁ ସରକାର ଏହାର ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ବିଶେଷ ଭାବରେ ଉତ୍ତର ତାମିଲନାଡୁ, ଚେନ୍ନାଇ, ପୁଡୁଚେରୀ ଓ ଏହାର କିଛି ପାର୍ଶ୍ବବର୍ତ୍ତୀ ଅଞ୍ଚଳ ସହ ଆନ୍ଧ୍ରର ନେଲୋର ଓ ଏହା ନିକଟବର୍ତ୍ତୀ ୪ଟି ଜିଲ୍ଲା (ରୟାଲସୀମା ଜୋନ)ରେ ଏହାର ପ୍ରଭାବ ସର୍ବାଧିକ ରହିବ । ଏହି ସ୍ଥାନଗୁଡିକରେ ଗତକାଲିଠାରୁ ବର୍ଷା ଲାଗି ରହିଛି । ଆଜି ବର୍ଷାର ପରିମାଣର ବଢିବାରେ ଲାଗିଛି । ଆସନ୍ତାକାଲି ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପବନର ବେଗ ନେଇ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନି । ଗତକାଲିଠାରୁ ମତ୍ସ୍ୟଜୀବୀଙ୍କ ପାଇଁ ସମୁଦ୍ର ମଧ୍ୟକୁ ପ୍ରବେଶ କରିବା ନେଇ କଟକଣା ଜାରି କରାଯାଇଛି । କେବଳ ତାମିଲନାଡୁ କିମ୍ବା ଆନ୍ଧ୍ର ନୁହେଁ, ଏହି ଅବପାତର ପ୍ରଭାବରେ କର୍ଣ୍ଣାଟକରେ ମଧ୍ୟ ବର୍ଷା ହେବ । କର୍ଣ୍ଣାଚକର କିଛି ସ୍ଥାନରେ କାଲିଠାରୁ ବର୍ଷା ଜାରି ରହିଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ :- ଓଡ଼ିଶାରେ କେମିତି ରହିବ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବ ? ବର୍ଷାରେ ଉବୁଟୁବୁ ଆନ୍ଧ୍ର-ତାମିଲନାଡୁ-କର୍ଣ୍ଣାଟକ

ଏହା ମଧ୍ୟ ପଢନ୍ତୁ-୯ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସତର୍କ, ଦଶହରାରେ କେମିତି ରହିବ ପାଗ ?

ଏହା ମଧ୍ୟ ପଢନ୍ତୁ-୨୦ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ଆଲର୍ଟ, ଏହି ଦିନ ସାରା ଓଡ଼ିଶାରେ ବର୍ଷିବ - Odisha Weather Latest Update

  • ୨୦ରେ ଓଡିଶାକୁ ଲଘୁଚାପ ଭୟ !

ଏହି ଅବପାତର ପ୍ରଭାବ ଓଡିଶା ଉପରେ ପଡିବାକୁ ନଥିବା ବେଳେ ପରବର୍ତ୍ତୀ ସମୟରେ ବଙ୍ଗୋପସାଗରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ବର୍ତ୍ତମାନର ପାଣିପାଗ ସ୍ଥିତି ଅନୁସାରେ, ଆସନ୍ତା ୨୨ ତାରିଖରେ କେନ୍ଦ୍ରୀୟ-ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ୨୩ ତାରିଖରେ ଅବପାତରେ ପରିଣତ ହେବା ସହ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଫଳରେ ଏହା ଓଡିଶା ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି । ମାତ୍ର ଏହାର ତୀବ୍ରତା କେତେ ହେବ, ସେନେଇ ଏବେଠୁ ପାଣିପାଗ ବିଭାଗ କିଛି ସୂଚନା ଦେଇନି । ଲଘୁଚାପ ସୃଷ୍ଟି ହୋଇସାରିଲେ, ସେ ସମ୍ପର୍କରେ ଆକଳନ କରାଯାଇପାରିବ । ତେବେ ପୂର୍ବରୁ ଅକ୍ଟୋବର ମାସରେ ଓଡିଶା ଉପକୂଳରେ ବାତ୍ୟାର ଉଦାହରଣ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.