ETV Bharat / bharat

ଚାଷୀଙ୍କ ସହିତ ବୁଣାକାରଙ୍କ ପାଇଁ ମଧ୍ୟ ରୋଜଗାରର ବାଟ ଫିଟାଏ 'ନୂଆଖାଇ' - NUAKHAI FESTIVAL 2024

author img

By ETV Bharat Odisha Team

Published : Sep 7, 2024, 7:54 PM IST

NUAKHAI FESTIVAL 2024: ରାତି ପାହିଲେ ଦୁଲୁକିବ ପଶ୍ଚିମ ଓଡ଼ିଶା । ପିଠାପଣାର ମହକରେ ମହକିବ ଗଗନ-ପବନ । ସେପଟେ 'ନୂଆଖାଇ' ପର୍ବ ପାଇଁ ବଢୁଛି ସମ୍ବଲପରୀ ବସ୍ତ୍ରର ଚାହିଦା । ଅଧିକ ପଢନ୍ତୁ

NUAKHAI FESTIVAL 2024
NUAKHAI FESTIVAL 2024 (ETV Bharat Odisha)

ବରଗଡ଼: ରାତିପାହିଲେ ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ପର୍ବ 'ନୂଆଖାଇ' ।ଏହାକୁ ନେଇ ବରଗଡ଼ ଜିଲ୍ଲାର ପୁରପଲ୍ଲୀରେ ବେଶ ଉତ୍ସାହ ଦେଖାଦେଇଥିବା ବେଳେ ଏହାର ପ୍ରସ୍ତୁତି ପର୍ବକୁ ନେଇ ସମସ୍ତେ ଚଳଚଞ୍ଚଳ ରହିଥିବା ଦେଖିବାକୁ ମିଳିଛି । କିଏ ଘର ଲିପାପୋଛା କରୁଛି ତ ଆଉ କିଏ ରଙ୍ଗ ଲଗାଉଛି । ପୁଣି କିଏ ନୂଆଖାଇ ପାଇଁ ପତ୍ର ତୋଲିବାରେ ବ୍ୟସ୍ତ ଥିବାବେଳେ ଆଉ କିଏ ନୂଆ ଧାନ ସଂଗ୍ରହ କରିବାରେ ବ୍ୟସ୍ତ ଅଛି । ବିଶେଷ କରି ଗୃହିଣୀମାନେ ଏବେଠାରୁ ଘର ସଜାଡ଼ିବାରେ ଲାଗି ପଡ଼ିଥିବା ବେଳେ ନୂଆଁଖାଇକୁ ନେଇ ବେଶ୍ ଉତ୍ସାହ ଅଛନ୍ତି । ନୂଆଁଖାଇ ଯେହେତୁ ଏକ କୃଷିଭିତ୍ତିକ ପର୍ବ,ତେଣୁ ଚାଷୀ ପ୍ରଥମେ ତାର ଉତ୍ପାଦିତ ଶସ୍ୟକୁ ଇଷ୍ଟଦେବୀଙ୍କୁ ଅର୍ପଣ କରିବାର ପରମ୍ପରା ରହିଛି । ସେପଟେ ବୁଣାକାରଙ୍କ ପାଇଁ ମଧ୍ୟ ରୋଜଗାରର ବାଟ ଫିଟାଇଥାଏ 'ନୂଆଖାଇ' ।

ବୁଣାକାରଙ୍କୁ ରୋଜଗାର ଦିଏ 'ନୂଆଖାଇ':

କୃଷି ଭିତ୍ତିକ ଏହି ଗଣପର୍ବରେ କୃଷକ ମାନେ ନୂତନ ଉତ୍ପାଦିତ ଶସ୍ୟ ଓ ପନିପରିବା ବିକ୍ରି କରି ଭଲ ଦୁଇପଇସା ରୋଜଗାର କରିଥାନ୍ତି । ଅନ୍ୟପଟେ ଏହି ପର୍ବରେ ସମସ୍ତେ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବାର ନୂତନ ପରମ୍ପରା ଏବେ କିଛି ବର୍ଷ ହେଲା ସମ୍ବଲପୁରୀ କପଡା ବୁଣୁଥିବା ବୁଣାକାରଙ୍କ ପାଇଁ ମଧ୍ୟ ରୋଜଗାରର ବାଟ ଫିଟାଇଦେଇଛି । ନୂଆଖାଇ ପୂର୍ବରୁ ବରଗଡ ଜିଲ୍ଲାର ସମସ୍ତ ବୁଣାକାର ଭାଇମାନେ ପ୍ରସ୍ତୁତ ହୋଇଯାନ୍ତି । ନୂତନ ନୂତନ ଡିଜାଇନର ଶାଢୀ ଓ ଡ୍ରେସ ପ୍ରସ୍ତୁତ କରିଥାନ୍ତି । ନୂଆଖାଇ ପୂର୍ବରୁ ବରଗଡ ସହରର ସମସ୍ତ ସମ୍ବଲପୁରୀ ଶାଢୀ ଦୋକାନ ମାନଙ୍କରେ ସମ୍ବଲପୁରୀ କପଡା କ୍ରୟ କରିବାକୁ ଲୋକଙ୍କ ସୁଅ ଛୁଟିଥାଏ । ସମ୍ବଲପୁରୀ କପଡାର ଚାହିଦା ବହୁତ ରହିଥିବାବେଳେ ବୁଣାକାର ମାନେ ମଧ୍ୟ ଭଲ ଦୁଇ ପଇସା ରୋଜଗାର କରିଥାନ୍ତି ।

ଏହା ମଧ୍ୟ ପଢନ୍ତୁ ..... Nuakhai 2024: ମୁଖ୍ୟମନ୍ତ୍ରୀ ମୋହନଙ୍କ ମନ ସମ୍ବଲପୁର ଖାଇବେ ନୂଆ, ଏମିତି ବ୍ୟବସ୍ଥା କରିଛି ପ୍ରଶାସନ - CM To Visit Sambalpur

ବରଗଡରେ ନୂଆଖାଇ ହାଲଚାଲ୍ :

ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡରେ ସମସ୍ତେ ଏହି କୃଷି ଭିତ୍ତିକ ପର୍ବକୁ ପାଳନ କରୁଛନ୍ତି । ବଡ଼ ତିହାର ନୂଆଖାଇ ପାଳନ କରିବାପାଇଁ ପନିପରିବା ଯେତେ ଅଧିକ ଦାମ ହେଲେ ସୁଦ୍ଧା ଗରିବ ଓ ଧନୀ ସବୁ ବର୍ଗର ଲୋକେ କିଣିବାକୁ ବାଧ୍ୟ ହେଲେ ମଧ୍ୟ ଖୁସିରେ କିଣିଥାନ୍ତି । ସେହିପରି ସହରରେ ରହିଥିବା ସମ୍ବଲପୁରୀ ଦୋକାନ ହେଉ କିମ୍ବା ବୁଣାକାର ମାନଙ୍କ ଘରେ ହେଉ ଗ୍ରାହକଙ୍କ ପ୍ରବଳ ଭିଡ ଦେଖାଦେଇଥାଏ । କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଏକ ଏପରି ପରମ୍ପରା ଯାହା ଯୁଗଯୁଗରୁ ଚାଲିଆସିଛି । ଯେଉଁଥିରେ ସମସ୍ତ ବର୍ଗର ଲୋକେ ନିଜ ବୃତ୍ତିରେ ଲାଭବାନ ହୋଇଥାନ୍ତି । ନୂଆଁଖାଇରେ ନୂତନ ବସ୍ତ୍ର ଯୋଗାଇବା ପାଇଁ ବୁଣାକାର , ନୂତନ ପନିପରିବା ଓ ସଷ୍ୟ ଯୋଗୁଁ ଚାଷୀ ,ନୂତନ କୁଲା, ଭୁଗୁଳି ଇତ୍ୟାଦି ପାଇଁ ବାଉଁଶ କାରିଗର ଏପରି ବହୁ କ୍ଷେତ୍ରରେ ସମସ୍ତେ ଲାଭବାନ ହୋଇଥାନ୍ତି । ଏପରିକି ଦିନ ମଜୁରିଆଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ରୋଜଗାରର ବାଟ ଫିଟେଇ ଦେଇଛି ଏହି ନୂଆଖାଇ ପରମ୍ପରା ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.