ETV Bharat / bharat

ବିରୋଧୀଙ୍କ ରାଲି ଗଣତନ୍ତ୍ର ବଞ୍ଚାଅ ନୁହେଁ, ପରିବାର ବଞ୍ଚାଅ ଓ ଦୁର୍ନୀତି ଲୁଚାଅ ରାଲି: ବିଜେପି - BJP On Maharally

author img

By ETV Bharat Odisha Team

Published : Mar 31, 2024, 12:44 PM IST

BJP On INDIA Bloc Rally: ଦିଲ୍ଲୀରେ ବିରୋଧୀ ମେଣ୍ଟର ମେଗା ରାଲିକୁ ଟାର୍ଗେଟ କଲା ବିଜେପି । କହିଲା, ଏହା ଗଣତନ୍ତ୍ର ବଞ୍ଚାଅ ନୁହେଁ, ବରଂ ବାସ୍ତବରେ ପରିବାର ବଞ୍ଚାଅ ଓ ଦୁର୍ନୀତି ଲୁଚାଅ ରାଲି ଅଟେ । ଅଧିକ ପଢନ୍ତୁ

ବିରୋଧୀଙ୍କ ରାଲି ଗଣତନ୍ତ୍ର ବଞ୍ଚାଅ ନୁହେଁ, ପରିବାର ବଞ୍ଚାଅ ଓ ଦୁର୍ନୀତି ଲୁଚାଅ ରାଲି: ବିଜେପି
v

ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟର ନେତାମାନେ ଆଜି ଦିଲ୍ଲୀର ରାମଲୀଲା ମୈଦାନରେ 'ଗଣତନ୍ତ୍ର ବଞ୍ଚାଅ' ମହାରାଲି କରୁଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ଏକାଠି ହୋଇଛନ୍ତି ପ୍ରମୁଖ ବିରୋଧୀ ନେତା । ଆଜି ରାଜଧାନୀରେ ବିରୋଧୀଙ୍କ ଏହି ବିଶାଳ ସମାବେଶକୁ ବିଜେପି କଡ଼ା ସମାଲୋଚନା କରିଛି । ବାସ୍ତବରେ ବିରୋଧୀଙ୍କ ଏହା 'ଗଣତନ୍ତ୍ର ବଞ୍ଚାଅ' ରାଲି ନୁହେଁ, ବରଂ ପରିବାର ବଞ୍ଚାଅ ରାଲି ଓ 'ଦୁର୍ନୀତି ଲୁଚାଅ ରାଲି' ବୋଲି କହି କଟାକ୍ଷ କରିଛନ୍ତି ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ।

ବିଜେପି ନେତା ତ୍ରିବେଦୀ କଂଗ୍ରେସ, ଡିଏମକେ ଓ ଆରଜେଡି ସମେତ ଅନ୍ୟ ବିରୋଧୀ ଦଳ ନେତାଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲା ଉଠାଇ କହିଛନ୍ତି ଯେ, ୨୦୧୪ ପୂର୍ବରୁ ଏହିସବୁ ଅଭିଯୋଗ ହୋଇଥିଲା । କିନ୍ତୁ ରାଜନୈତିକ ଅସହିଷ୍ଣୁତା କାରଣରୁ ମୋଦି ସରକାର ସେମାନଙ୍କୁ ଫସାଇଥିବା ବିରୋଧୀ ଅଭିଯୋଗ କରୁଛନ୍ତି । ଥରେ ଆନ୍ନା ହଜାରେଙ୍କ ନେତୃତ୍ବରେ ଐତିହାସିକ ରାମଲୀଲା ମୈଦାନରେ 'ଦୁର୍ନୀତି ବିରୋଧି ଭାରତ' ଆନ୍ଦୋଳନର ଆୟୋଜନ ହୋଇଥିଲା, ହେଲେ ଆଜି ଏହି ମୈଦାନରେ 'ଦୁର୍ନୀତି ସହ ସମସ୍ତେ' ରାଲି ଆୟୋଜିତ ହୋଇଛି ।

ଆପ୍ ଏବଂ ଅନ୍ୟ ବିରୋଧୀ ଦଳଗୁଡିକ ଏକାଠି ହେବା ସମ୍ପର୍କରେ ସୁଧାଂଶୁ ତ୍ରିବେଦୀ କହିଛନ୍ତି, ଯେଉଁ ଲୋକମାନେ ଅନେକ ନେତାଙ୍କୁ ଚୋର ବଦମାସ କହି ତଡି ଦେଇଥିଲେ ଆଜି ସେମାନେ ତାଙ୍କ ସହ ହାତ ମିଶାଇଛନ୍ତି ଯାହାକି ଏକ ଅଜବ ଓ ତାଜୁବ କଲାଭଳି ଦୃଶ୍ୟ । ବର୍ତ୍ତମାନ ତାଙ୍କର ନେତା ଲାଲୁ ପ୍ରସାଦ ଯାଦବ, ଯିଏ ଅନେକ ଦୁର୍ନୀତି ମାମଲାର ଦୋଷୀ । ଆଜି ଏ ସମସ୍ତେ ଏକାଠି ହୋଇଛନ୍ତି ସେମାନଙ୍କର ପୂର୍ବ ପାପ ଲୁଚାଇବାକୁ । ଯେଉଁ ଦଳଗୁଡିକ ରାମ ମନ୍ଦିର ବିରୋଧି ଥିଲେ, ହିନ୍ଦୁ ଧର୍ମକୁ ସମାଲୋଚନା କରୁଥିଲେ, ଦେବାଦେବୀଙ୍କ ପ୍ରତି ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ, ସେମାନେ ନିଜର ପୁରୁଣା ଅପରାଧ ଲୁଚାଇବାକୁ ରାମଲୀଲା ମୈଦାନକୁ ବ୍ୟବହାର କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ଆଜି ଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ମହାରାଲି - INDIA Bloc Rally

ଏହି ଦଳଗୁଡିକ ଭାରତୀୟ ରାଜନୀତିରେ ବିଶ୍ବସନୀୟତା ସଙ୍କଟର ପ୍ରତିନିଧିତ୍ବ କରୁଛନ୍ତି, ଯେତେବେଳେ କି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ବିଜେପି ବିଶ୍ବସନୀୟତାର ରାଜନୀତି ଏବଂ ନିଜର ପ୍ରତିଶ୍ରୁତି ପୂରଣ କରିବାର ଟ୍ରାକ ରେକର୍ଡ ରଖିଛି । ସେମାନେ ଗଣତନ୍ତ୍ରକୁ ବଞ୍ଚାଇବାକୁ ଏକାଠି ହୋଇଥିବା ଦାବି କରୁଛନ୍ତି ହେଲେ ସେମାନେ ଖୋଦ୍ ପରିବାରବାଦ ସଂଗଠନ ଅଟନ୍ତି, ଯିଏକି ଅନ୍ୟକୁ କେବେବି ଆଗକୁ ବଢିବାକୁ ଦେଇନି । ଆସନ୍ତା ନିର୍ବାଚନରେ ଲୋକେମାନେ ଏହାର ଉଚିତ୍ ଜବାବ ଦେବେ ବୋଲି କହିଛନ୍ତି ବିଜେପି ନେତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.