ETV Bharat / bharat

ଘାଟିରେ ଅଣସ୍ଥାନୀୟ ଟ୍ୟୁରିଷ୍ଟ ଗାଇଡଙ୍କୁ ଆତଙ୍କବାଦୀଙ୍କ ଗୁଳିମାଡ - Shopian terror attack - SHOPIAN TERROR ATTACK

Non-Local Tourist Guide Attacked By unidentified militants in Shopian: ସୋପିଆନରେ ଅଣସ୍ଥାନୀୟ ଟ୍ୟୁରିଷ୍ଟ ଗାଇଡଙ୍କୁ ଅଜଣା ଆତଙ୍କବାଦୀଙ୍କ ଗୁଳିମାଡ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ଘାଟିରେ ଅଣସ୍ଥାନୀୟ ଟ୍ୟୁରିଷ୍ଟ ଗାଇଡଙ୍କୁ ଆତଙ୍କବାଦୀଙ୍କ ଗୁଳିମାଡ

author img

By ETV Bharat Odisha Team

Published : Apr 8, 2024, 10:59 PM IST

ଶ୍ରୀନଗର: କିଛି ଦିନର ବ୍ୟବଧାନ ପରେ ଘାଟିରେ ପୁଣି ସାଧାରଣ ବାସିନ୍ଦାଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ଜଣେ ଅଣସ୍ଥାନୀୟ ଟ୍ୟୁରିଷ୍ଟ ଗାଇଡଙ୍କୁ ଅଜଣା ଆତଙ୍କବାଦୀ ଗୁଳି କରି ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ଗୁଳିମାଡରେ ବ୍ୟକ୍ତିଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଥିଲେ ସୁଦ୍ଧା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୋପିଆନ ଜିଲ୍ଲାରେ ଆଜି ସଂଧ୍ୟାରେ ଏହି ଗୁଳିକଣ୍ଡ ଘଟିଛି । ଖବର ପାଇଁ ସେନା ଓ ସ୍ଥାନୀୟ ପୋଲିସର ସଶସ୍ତ୍ର ଯବାନ ଉକ୍ତ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ଆତଙ୍କବାଦୀଙ୍କ ଦ୍ବାରା ଗୁଳିମାଡର ଶିକାର ହୋଇଥିବା ବ୍ୟକ୍ତି ଜଣେ ଅଣସ୍ଥାନୀୟ । ତାଙ୍କ ନାମ ପରମଜିତ ସିଂ ଓ ସେ ଦିଲ୍ଲୀର ବାସିନ୍ଦା । ସେ ସେଠାରେ ଜଣେ କ୍ୟାବ ଡ୍ରାଇଭର ଓ ଟ୍ୟୁରିଷ୍ଟ ଗାଇଡ ଭାବେ କାମ କରୁଥିଲେ । ପର୍ଯ୍ୟଟକଙ୍କୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ନେଉଥିଲେ । ଆଜି ସଂଧ୍ୟାରେ ସୋପିଆନ ଜିଲ୍ଲାରେ କିଛି ଅଜଣା ଆତଙ୍କବାଦୀ ତାଙ୍କ ଉପରେ ଗୁଳି ଚଳାଇଥିଲେ । ଏକାଧିକ ରାଉଣ୍ଡର ଫାଏରିଂ ହୋଇଛି । ଏଥିରେ ବ୍ୟକ୍ତିଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବା ସହ ପୋଲିସକୁ ସୂଚନା ଦେଇଥିଲେ । ଆତଙ୍କବାଦୀମାନେ ଗୁଳିମାଡ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ସର୍ଚ୍ଚ ଅପରେସନ ଜାରି ରହିଛି । ବ୍ୟାପକ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଏରିଆକୁ କର୍ଡନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ପୁଣି ବୀର ବିକ୍ରମ ଯାଦବ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ - New Chief Administrator Of SJT

ଗତବର୍ଷ ଶେଷ ଭାଗରେ ଘାଟିରେ ଆତଙ୍କବାଦୀ ଆକ୍ରମଣ ଘଟଣା ବୃଦ୍ଧି ପାଇଥିଲା । ବ୍ୟାପକ ଆତଙ୍କବାଦ ନିରୋଧୀ ଅପରେସନ ସତ୍ତ୍ବେ ମଧ୍ୟ ଘାଟିରେ ହିଂସା ଭିଆଇଥିଲେ ଆତଙ୍କବାଦୀ । ସୁରକ୍ଷାବଳର ଗାଡିକୁ ଆମ୍ବ୍ୟୁସ କରି ଆତଙ୍କବାଦୀମାନେ ଗୁଳିମାଡ କରିଥିଲେ । ଏଥିରେ ସେନାର 4 ଯବାନ ଶହୀଦ ହୋଇଥିଲେ । ଏହା ପରେ ମଧ୍ୟ କ୍ରମାଗତ ଏକାଧିକ ଆକ୍ରମଣ ଘଟିଥିଲା । ପୋଲିସ ଗ୍ରାଉଣ୍ଡରେ କ୍ରିକେଟ ଖେଳୁଥିବା ଜଣେ ପୋଲିସ କର୍ମଚାରୀଙ୍କୁ ଗୁଳିମାଡ କରିଥିଲେ ଆତଙ୍କବାଦୀ । ଘାଟିରେ ହୋଇଥିବା ଏକାଧିକ ଏନକାଉଣ୍ଟର ବେଳେ ଆତଙ୍କବାଦୀଙ୍କୁ କଫର-ଫାଏର ମାଧ୍ୟମରେ ସୁରକ୍ଷା ଦେବାକୁ ଯାଇ ପାକିସ୍ତାନୀ ସେନା ମଧ୍ୟ ନିୟନ୍ତ୍ରଣ ରେଖାରେ ସିଜଫାଏର ଉଲ୍ଲଙ୍ଘନ କରି ବିଏସଏଫ ପୋଷ୍ଟକୁ ଗୁଳିମାଡ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.