ETV Bharat / bharat

ଶରଦ ଗୋଷ୍ଠୀକୁ ଝଟକା, ନିର୍ବାଚନ ଆୟୋଗଙ୍କ ରାୟରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

author img

By ETV Bharat Odisha Team

Published : Feb 19, 2024, 6:54 PM IST

SC on NCP Row: ନିର୍ବାଚନ ଆୟୋଗଙ୍କ ରାୟରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ । ପରବର୍ତ୍ତୀ ଶୁଣାଣିରେ ପକ୍ଷ ରଖିବାକୁ ନିର୍ବାଚନ ଆୟୋଗ ଓ ଅଜିତ ଗୋଷ୍ଠୀକୁ ନୋଟିସ୍‌ । ଅଧିକ ପଢନ୍ତୁ

ଶରଦ ନିରାଶ, ନିର୍ବାଚନ ଆୟୋଗଙ୍କ ରାୟରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାଷ୍ଟ୍ରବାଦୀ କଂଗ୍ରେସ ‘ଏନସିପି’ ବିବାଦ ମାମଲାରେ ଶରଦ ପାଓ୍ବାର ଗୋଷ୍ଠୀକୁ ସର୍ବୋଚ୍ଚ କୋର୍ଟରୁ ବଡ ଝଟକା ଲାଗିଛି । ନିର୍ବାଚନ ଆୟୋଗ ଅଜିତ ଗୋଷ୍ଠୀକୁ ପ୍ରକୃତ ଏନସିପି ଘୋଷଣା କରିବା ନିଷ୍ପତ୍ତିକୁ ଅବୈଧ ଘୋଷଣା କରିବା କିମ୍ବା ଏହା ଉପରେ ସ୍ଥଗିତାଦେଶ ଜାରି କରିବା ପାଇଁ ସର୍ବୋଚ୍ଚ କୋର୍ଟ ମନା କରିଛନ୍ତି । ଏହାସହ ଶରଦଙ୍କ ଗୋଷ୍ଠୀ ପକ୍ଷରୁ ଦାଏର ହୋଇଥିବା ଏହି ମାମଲାର ଶୁଣାଣି ଜାରି ରହିବ ବୋଲି କୋର୍ଟ କହିଛନ୍ତି । ନିର୍ବାଚନ ଆୟୋଗ ଓ ଅଜିତ ଗୋଷ୍ଠୀକୁ ମାମଲାରେ 2 ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବା ପାଇଁ କୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ରାୟ ଆସିବା ପର୍ଯ୍ୟନ୍ତ ଶରଦ ଗୋଷ୍ଠୀ ନିର୍ବାଚନ ଆୟୋଗ ଦ୍ବାରା ପ୍ରଦତ୍ତ ନାମ ‘ଏନସିପି- ଶରଦ ଚନ୍ଦ୍ର ପାଓ୍ବାର’ ବ୍ୟବହାର କରିବା ନେଇ ସର୍ବୋଚ୍ଚ କୋର୍ଟ ସ୍ପଷ୍ଟ ମଧ୍ୟ କରିଛନ୍ତି ।

ଅଜିତ ଗୋଷ୍ଠୀକୁ ପ୍ରକୃତ ‘ଏନସିପି’ ଘୋଷଣା କରିଛି ନିର୍ବାଚନ ଆୟୋଗ:- ନିକଟରେ ନିର୍ବାଚନ ଆୟୋଗ, ଅଜିତ ଗୋଷ୍ଠୀକୁ ପ୍ରକୃତ ‘ଏନସିପି’ ଘୋଷଣା କରିବା ସହ ଦଳର ନିର୍ବାଚନୀ ସଙ୍କେତ ‘କାନ୍ଥ ଘଣ୍ଟା’ ବ୍ୟବହାର ପାଇଁ ଅନୁମତି ମଧ୍ୟ ଦେଇଥିଲେ । ଅନ୍ୟପଟେ ଶରଦ ଗୋଷ୍ଠୀକୁ 3 ପ୍ରସ୍ତାବିତ ବିକଳ୍ପ ନାମ ସୁପାରିଶ କରିବା ପାଇଁ ଆୟୋଗ ପକ୍ଷରୁ କୁହାଯାଇଥିଲା । ପରବର୍ତ୍ତୀ ସମୟରେ ଏହି ପ୍ରସ୍ତାବିତ 3 ନାମ ମଧ୍ୟରୁ ‘ଏନସିପି-ଶରଦଚନ୍ଦ୍ର ପାଓ୍ବାର’ ନାମ ଚୂଡାନ୍ତ ହୋଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ଶରଦ ଗୋଷ୍ଠୀ ସର୍ବୋଚ୍ଚ କୋର୍ଟରେ ମାମଲା ଦାଏର କରିଥିଲେ । ଆଜି ଏହି ମାମଲାର ଶୁଣାଣି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଦିପଙ୍କର ଦତ୍ତ ଓ ଜଷ୍ଟିସ ବିଶ୍ବନାଥନଙ୍କ ନେତୃତ୍ବାଧୀନ 3 ଜଣିଆ ଖଣ୍ଡପୀଠରେ ହୋଇଥିଲା । ତେବେ ଶରଦ ପାଓ୍ବାର ଗୋଷ୍ଠୀକୁ ଚଳିତଥର ନିରାଶ ହେବାକୁ ପଡିଥିବା ବେଳେ ପରବର୍ତ୍ତୀ ଶୁଣାଣିକୁ ଅପେକ୍ଷା କରିବାକୁ ପଡିବ ।

1999ରେ ଶରଦ ଗଠନ କରିଥିଲେ ‘ଏନସିପି’:- 1999 ମସିହାରେ ଜାତୀୟ କଂଗ୍ରେସ ସହ ଦୀର୍ଘବର୍ଷର ସମ୍ପର୍କ ଛିନ୍ନ କରି ଶରଦ ପାଓ୍ବାର ‘ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି’ ବା ‘ଏନସିପି’ ଗଠନ କରିଥିଲେ । ଏଥିରେ ପି.ଏ ସାଙ୍ଗମା ଓ ତାରିକ ଅନଓ୍ବାର ମଧ୍ୟ ସହପ୍ରତିଷ୍ଠାତା ଥିଲେ । ଦଳ ଗଠନ ହେବା ପରଠାରୁ ଶରଦ ହିଁ ଏହାର ମୁଖ୍ୟ ଭାବେ ରହିଆସିଥିଲେ । ମହାରାଷ୍ଟ୍ର ରାଜନୀତିରେ ଏନସିପି ଏକଦା ଅଖଣ୍ଡ ପ୍ରଭାବଶାଳୀ ପାର୍ଟି ଭାବେ ସାମ୍ନାକୁ ଆସିଥିଲା ଓ ଏହାର ପ୍ରତିଷ୍ଠାତା ମୁଖ୍ୟ ଶରଦ ପାଓ୍ବାର ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ । ପରବର୍ତ୍ତୀ ସମୟରେ ଶରଦଙ୍କ ପୁତୁରା ଅଜିତ ପାଓ୍ବାର ଦଳରେ ପ୍ରଛନ୍ନ ନେତୃତ୍ବକୁ ଆସିବା ସହ ବିଧାୟକଙ୍କ ଗୋଷ୍ଠୀ ଆରମ୍ଭ ହେଲା ।

ଏହା ମଧ୍ୟ ପଢନ୍ତୁ :- ରାହୁଲଙ୍କୁ ସ୍ମୃତିଙ୍କ ଖୋଲା ଚ୍ୟାଲେଞ୍ଜ, ‘ଏଥର ଆମେଠିରୁ ଲଢ ’

ଗତବର୍ଷ (2023) ଜୁଲାଇ ମାସରେ ଅଜିତ ନିଜର ସମର୍ଥିତ ବିଧାୟକଙ୍କ ସହ ବିଜେପି-ଶିବସେନା ଶାସକ ମେଣ୍ଟରେ ସାମିଲ ହୋଇ ଉପମୁଖ୍ୟମନ୍ତ୍ରୀ ହେଲେ । ଅଜିତଙ୍କ ସମର୍ଥିତ 8 ବିଧାୟକଙ୍କୁ ସିନ୍ଦେ କ୍ୟାବିନେଟରେ ମନ୍ତ୍ରୀପଦ ମଧ୍ୟ ମିଳିଲା । ପରେ ସଂଖ୍ୟା ଆଧାରରେ ଅଜିତ ନିଜ ଗୋଷ୍ଠୀକୁ ପ୍ରକୃତ ‘ଏନସିପି’ ବୋଲି ଦାବି କରି ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେଲେ । ଚଳିତବର୍ଷ ଫେବୃଆରୀ 6 ତାରିଖରେ ନିର୍ବାଚନ ଆୟୋଗ ଅଜିତ ଗୋଷ୍ଠୀର ବିଧାୟକ ସଂଖ୍ୟାକୁ ବିଚାରକୁ ନେଇ ଏହାକୁ ହିଁ ପ୍ରକୃତ ଏନସିପି ଘୋଷଣା କରାଯାଉଥିବା ରାୟ ଦେଇଥିଲେ । ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଆଜି ଶୁଣାଣିରେ ଶରଦ ଗୋଷ୍ଠୀକୁ ନିରାଶ ହେବାକୁ ପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.