ETV Bharat / bharat

ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କର୍ଣ୍ଣାଟକରେ କୌଣସି ଛୁଟି ନାହିଁ: ସିଦ୍ଧରମୈୟା

author img

By ETV Bharat Odisha Team

Published : Jan 21, 2024, 9:55 PM IST

CM Siddaramaiah on Ayodhya: ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କର୍ଣ୍ଣାଟକରେ କୌଣସି ଛୁଟି ନାହିଁ କହିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କର୍ଣ୍ଣାଟକରେ କୌଣସି ଛୁଟି ନାହିଁ

ବେଙ୍ଗାଲୁରୁ: ଆସନ୍ତାକାଲି ଅଯୋଧ୍ୟାରେ ହେବାକୁ ଥିବା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ସାରା ଦେଶରେ ଉତ୍କଣ୍ଠା ପ୍ରକାଶ ପାଇଛି । ଏହି ଭବ୍ୟ କାର୍ଯ୍ୟକ୍ରମର ସାକ୍ଷୀ ହେବା ପାଇଁ ଉତ୍ତର ପ୍ରଦେଶ ସମେତ ଏକାଧିକ ରାଜ୍ୟ ଏକଦିବସୀୟ ଛୁଟି ଘୋଷଣା କରିଛନ୍ତି । ଏପରିକି କେନ୍ଦ୍ର ସରକାର ମଧ୍ୟ ଆସନ୍ତାକାଲି ଅର୍ଦ୍ଧଦିବସୀୟ ଛୁଟି ବା ହାଫଡେ’ ଘୋଷଣା କରିଛନ୍ତି । ହେଲେ କଂଗ୍ରେସ ଶାସିତ କର୍ଣ୍ଣାଟକରେ କୌଣସି ଛୁଟି ଘୋଷଣା କରାଯାଇନାହିଁ । ଆଜି ନିଜେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କାଲି ରାଜ୍ୟରେ କୌଣସି ଛୁଟି ଘୋଷଣା କରାଯାଇନି ବୋଲି ସ୍ପଷ୍ଟ କରିଛନ୍ତି ।

ଆଜି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ । କାଲି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ରାଜ୍ୟରେ ଛୁଟି ଘୋଷଣା କରାଯିବ କି ବୋଲି ପ୍ରଶ୍ନରେ ସିଦ୍ଧରମୈୟା କହିଥିଲେ, ରାଜ୍ୟରେ କାଲି କୌଣସି ଛୁଟି ନାହିଁ । ସେ ଆସନ୍ତାକାଲି କର୍ଣ୍ଣାଟକର ମହାଦେବପୁରା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନିମନ୍ତ୍ରିତ ହୋଇଛନ୍ତି । ସେ କାଲି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ସେହିପରି ତାମିଲନାଡୁରେ ଷ୍ଟାଲିନ ସରକାର ଦ୍ବାରା ଅଯୋଧ୍ୟା ମହୋତ୍ସବର ସିଧାପ୍ରସାରଣ ଉପରେ ବ୍ୟାନ ଘୋଷଣା କରାଯିବା ନିଷ୍ପତ୍ତି ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖିବା ପାଇଁ ଉଚିତ ମନେ କରିନଥିଲେ । ଏହି ପ୍ରସଙ୍ଗକୁ ସିଦ୍ଧରମୈୟା ଏଡାଇ ଯାଇଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ :-ଅଭେଦ୍ୟ ସୁରକ୍ଷା ବଳୟରେ ଅଯୋଧ୍ୟା; 10 ହଜାର ସିସିଟିଭି ସହ ଆଲର୍ଟ ମୋଡରେ କମାଣ୍ଡୋ

ତେବେ ଉତ୍ତର ପ୍ରଦେଶ ସରକାର ରାଜ୍ୟରେ ଛୁଟି ଘୋଷଣା କରିବା ସହ ଡ୍ରା-ଡେ’ ମଧ୍ୟ ଘୋଷଣା କରିଛନ୍ତି । ଏହାସହ ଯୋଗୀ ସରକାର ବିଭିନ୍ନ ସ୍ଥାନରେ ସିଧା ପ୍ରସାରଣର ବ୍ୟବସ୍ଥା ମଧ୍ୟ କରିଛନ୍ତି । କେନ୍ଦ୍ର ସରକାରଙ୍କ ହାଫ ଡେ’ ଘୋଷଣା ପରେ ଦେଶବ୍ୟାପୀ ସମସ୍ତ କେନ୍ଦ୍ରୀୟ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ସଂସ୍ଥାର କାର୍ଯ୍ୟାଳୟ ଅପରାହ୍ନ ନିର୍ଦ୍ଧାରିତ ସମୟ ପରିବର୍ତ୍ତେ 2.30 ରୁ ଖୋଲିବ । ଏପରିକି ଦିଲ୍ଲୀ ଏମ୍ସ ଓ ଡା. ରାମ ମନୋହର ଲୋହିଆ ହସ୍ପିଟାଲ ପରି ବ୍ୟସ୍ତବହୁଳ ହସ୍ପିଟାଲ ମଧ୍ୟ ଅଧା ଦିନ ବନ୍ଦ ରହିବାକୁ ଯାଉଛି । କେବଳ ନିମନ୍ତ୍ରିତ ଅତିଥିମାନଙ୍କ ଗହଣରେ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ସମାପିତ ହେବ । ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁମାନେ ନିକଟବର୍ତ୍ତୀ ମନ୍ଦିରରେ ଆନନ୍ଦ ଉତ୍ସବ ପାଳନ କରିବା ସହ ଅଯୋଧ୍ୟାରୁ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.