ETV Bharat / bharat

ପଶ୍ଚିମବଙ୍ଗରେ NIA ଟିମ ଉପରେ ଆକ୍ରମଣ: ଅଧିକାରୀ ଆହତ, ପାଲଟା ବର୍ଷିଲେ ମମତା - NIA team attacked in West Bengal

author img

By ETV Bharat Odisha Team

Published : Apr 6, 2024, 6:12 PM IST

Stones pelted at NIA team: ପଶ୍ଚିମବଙ୍ଗ ପୂର୍ବ-ମେଦିନାପୁର ଜିଲ୍ଲାରେ NIA ଟିମ ଉପରେ ଆକ୍ରମଣ କଲେ ଉତ୍ୟକ୍ତ ଗ୍ରାମବାସୀ । ଜଣେ ଅଧିକାରୀ ଆହତ । ଟିଏମସିକୁ ଘେରିଲା ବିଜେପି, ପାଲଟା ଟାର୍ଗେଟ କଲେ ମମତା । ଅଧିକ ପଢନ୍ତୁ

ପଶ୍ଚିମବଙ୍ଗରେ NIA ଟିମ ଉପରେ ଆକ୍ରମଣ: ଅଧିକାରୀ ଆହତ, ପାଲଟା ବର୍ଷିଲେ ମମତା

ନୂଆଦିଲ୍ଲୀ/କୋଲକାତା: ପଶ୍ଚିମବଙ୍ଗରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଟିମ୍‌ ଉପରେ ଆକ୍ରମଣ କରିଛନ୍ତି ଉତ୍ୟେକ୍ତ ସ୍ଥାନୀୟ ଗ୍ରାମବାସୀ। 2022ରେ ହୋଇଥିବା ଏକ ବିସ୍ଫୋରଣ ମାମଲାରେ ଅଭିଯୁକ୍ତକୁ ଗିରଫ କରିବାକୁ ଯିବା ବେଳେ ପୂର୍ବ-ମେଦିନାପୁର ଜିଲ୍ଲାର ଭୂପତିନଗରରେ ଏହି ଆକ୍ରମଣ ହୋଇଛି । ଏନଆଇଏ ଟିମର ଗାଡିକୁ ପଥରମାଡ କରାଯାଇଥିଲା । ଶତାଧିକ ମହିଳା-ପୁରୁଷ ରାସ୍ତାରେ କେନ୍ଦ୍ରୀୟ ସଂସ୍ଥାର ଟିମକୁ ରୋକିଥିଲେ । ଗ୍ରାମରେ ପୁରାଇ ଦେଇନଥିଲେ । ଜଣେ କେନ୍ଦ୍ରୀୟ ଅଧିକାରୀ ଏଥିରେ ଆହତ ମଧ୍ୟ ହୋଇଛନ୍ତି । 2022ରେ ହୋଇଥିବା ଏକ ବିସ୍ଫୋରଣ ମାମଲାରେ ତଦନ୍ତ ପାଇଁ ଆଜି କେନ୍ଦ୍ରୀୟ ସଂସ୍ଥା ଭୂପତିନଗରରେ ଚଢାଉ କରିଥିଲା ।

ଏହାକୁ ନେଇ ବଙ୍ଗରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ବିରୋଧୀ ବିଜେପି ସିଧା ଏହି ଆକ୍ରମଣ ପାଇଁ ଶାସକ ତୃଣମୂଳ କଂଗ୍ରେସ ଉପରେ ବର୍ଷିଛି । ଦଳର ରାଜ୍ୟ ୟୁନିଟ ଏହାକୁ ନେଇ ନିର୍ବାଚନ କମିଶନଙ୍କୁ ଚିଠି ମଧ୍ୟ ଲେଖିସାରିଛି । ଏହା ଉଦ୍ଦେଶ୍ୟମୂଳକ ଆକ୍ରମଣ ଓ ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ ବୋଲି ବିଜେପି ଅଭିଯୋଗ କରିଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ନେଇ ସିଧା ବିଜେପି ଉପରେ ବର୍ଷିଛନ୍ତି । ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ବିଜେପି ଇସାରରେ କାମ କରୁଛି । ସେମାନେ ଏହି କାର୍ଯ୍ୟାନୁଷ୍ଠାନ ନେବା ବେଳେ ରାଜ୍ୟ ପୋଲିସ ସହ ଯୋଗାଯୋଗ କରିଥିଲେ କି ବୋଲି ମମତା ପାଲଟା ପ୍ରଶ୍ନ କରିଛନ୍ତି । ନିର୍ବାଚନ ପୂର୍ବରୁ ଏପରି ଗିରଫଦାରୀ କାହିଁକି । ସେମାନେ କେତେ ବୁଥକର୍ମୀଙ୍କୁ ଗିରଫ କରିବେ ବୋଲି ମଧ୍ୟ ମମତା ପ୍ରଶ୍ନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- କୌଣସି ମୁହୁର୍ତ୍ତରେ ଗିରଫ ହୋଇପାରନ୍ତି ଲାଲୁ ଯାଦବ, ଆରେଷ୍ଟ ଓ୍ବାରେଣ୍ଟ ଜାରି - Arrest Warrant Issued Against Lalu

ପଶ୍ଚିମବଙ୍ଗରେ ପୂର୍ବରୁ ମଧ୍ୟ କେନ୍ଦ୍ରୀୟ ସଂସ୍ଥାର ଟିମ୍‌ ବିରୋଧରେ ଏପରି ଆକ୍ରମଣ ଘଟଣା ମଧ୍ୟ ଦେଖିବାକୁ ମିଳିଛି । ସନ୍ଦେଶଖାଲିରେ ଟିଏମସିର ନିଲମ୍ବିତ ନେତା ଶାହାଜାହନଙ୍କୁ ଗିରଫ କରିବା ଉଦ୍ୟମ ବେଳେ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ ଉପରେ ଆକ୍ରମଣ ହୋଇଥିଲା । ପରବର୍ତ୍ତୀ ସମୟରେ ଏଥିରେ ଏକାଧିକ ଗିରଫ ମଧ୍ୟ ହୋଇଥିଲେ । ଏବେ ଶାହାଜାହନକୁ ମହିଳା ନିର୍ଯାତନା ମାମଲାରେ ଗିରଫ କରାଯାଇଛି । ଏବେ ସିବିଆଇ ଏହି ମାମଲାର ତଦନ୍ତ କରୁଛି । ଏବେ ପୁଣି କେନ୍ଦ୍ରୀୟ ସଂସ୍ଥାର ଟିମକୁ ଆକ୍ରମଣ ଘଟଣା ରଜନୀତିକୁ ଉଷ୍ମ କରିଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.