ETV Bharat / bharat

ବେଙ୍ଗାଲୁରୁ କାଫେ ବିସ୍ଫୋରଣ ମାମଲା, ଆଉ ଜଣେ ମୁଖ୍ୟ ଅଭିଯୁକ୍ତକୁ ଧରିଲା NIA - Rameshwaram Cafe blast case - RAMESHWARAM CAFE BLAST CASE

Rameshwaram Cafe blast case: 3 ରାଜ୍ୟର ବିଭିନ୍ନ ଠିକଣାରେ ଚଢାଉ ପରେ ଆଉ ଜଣେ ମୁଖ୍ୟ ଅଭିଯୁକ୍ତକୁ ଧରିଲା NIA । ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର । ଘୋଷଣା ହୋଇଛି 10 ଲକ୍ଷ ଟଙ୍କାର ପୁରସ୍କାର ରାଶି । ଅଧିକ ପଢନ୍ତୁ

ବେଙ୍ଗାଲୁରୁ କାଫେ ବିସ୍ଫୋରଣ ମାମଲାରେ ଜଣେ ମୁଖ୍ୟ ଅଭିଯୁକ୍ତକୁ ଧରିଲା NIA

author img

By ETV Bharat Odisha Team

Published : Mar 28, 2024, 8:49 PM IST

ବେଙ୍ଗାଲୁରୁ: ହ୍ବାଇଟଫିଲ୍ଡ କାଫେ ବିସ୍ଫୋରଣ ମାମଲାରେ ସମ୍ପୃକ୍ତ ଜଣେ ମୁଖ୍ୟ ଅଭିଯୁକ୍ତକୁ ଧରିଲା NIA । ତିନି ରାଜ୍ୟର ଏକାଧିକ ସ୍ଥାନରେ ଚଢାଉ ପରେ ଆଜି ତାକୁ ତଦନ୍ତକାରୀ ସଂସ୍ଥା ଗିରଫ କରିବାରେ ସଫଳ ହୋଇଛି । ଆଜି ଜାତୀୟ ତଦନ୍ତକାରୀ ସଂସ୍ଥାର ଏକାଧିକ ଟିମ୍‌ କର୍ଣ୍ଣାଟକର 12ଟି ସ୍ଥାନ, ପଡୋଶୀ ରାଜ୍ୟ ତାମିଲନାଡୁର 5ଟି ସ୍ଥାନ ସମେତ ଉତ୍ତର ପ୍ରଦେଶର ଗୋଟିଏ ସ୍ଥାନରେ ଏକକାଳୀନ ଚଢାଉ କରିଥିଲା । ଆଜି ଗିରଫ ହେଇଥିବା ଅଭିଯୁକ୍ତର ନାମ ମୁଜାମ୍ମିଲ ସରିଫ ଓ ସେ ଏହି ବିସ୍ଫୋରଣର ଅନ୍ୟତମ ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ପ୍ରାଥମିକ ତଦନ୍ତ ପରେ ତଦନ୍ତକାରୀ ସଂସ୍ଥା ସ୍ପଷ୍ଟ କରିଛି ।

ମାର୍ଚ୍ଚ ପହିଲାରେ ବେଙ୍ଗାଲୁରୁର ହ୍ବାଇଟଫିଲ୍ଡ ଏରିଆରେ ଥିବା ଏକ ବ୍ୟସ୍ତବହୁଳ କାଫେରେ ଏହି ବିସ୍ଫୋରଣ ହୋଇଥିଲେ । ଆକ୍ରମଣକାରୀ ଓ ଆକ୍ରମଣ ସମୟର ଭିଡିଓ ମଧ୍ୟ କ୍ୟାମେରାରେ ଏକଦ ହୋଇଥିଲା । ପ୍ରଥମେ ବେଙ୍ଗାଲୁରୁ ପୋଲିସ ଓ ପରେ ଏହି ମାମଲାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ହାତକୁ ଆସିଥିଲା । ଆକ୍ରମଣ କରିଥିବା ମୁଖ୍ୟ ଅଭିଯୁକ୍ତକୁ ତଦନ୍ତକାରୀ ସଂସ୍ଥା ଚିହ୍ନଟ କରିସାରିଛି । ତାର ନାମ ମୁସାବିର ସାଜିବ ହୁସେନ । ଏହି ଆକ୍ରମଣରେ ତାକୁ ସହଯୋଗ କରିଥିବା ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହେଉଛି ଅବଦ୍ଦୁଲ ମଥିନ ତାହା । ଉଭୟଙ୍କୁ ଚିହ୍ନଟ କରାଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଗିରଫ କରାଯାଇ ପାରିନି । ଉଭୟ ଏବେ ଫେରାର ଥିବା ବେଳେ ସେମାନଙ୍କ ମୁଣ୍ଡରେ ଅର୍ଥରାଶି ଘୋଷଣା କରିଛି ଏନଆଇଏ । ଆଜି ଗିରଫ ହୋଇଥିବା ଅଭିଯୁକ୍ତ ମଧ୍ୟ ବିସ୍ଫୋରଣ ଘଟଣାର ଅନ୍ୟତମ ମୁଖ୍ୟ ଷଡଯନ୍ତ୍ରକାରୀ । ସେ ଏହାକୁ ରୂପ ଦେବା ପାଇଁ ମୁଖ୍ୟ ଅଭିଯୁକ୍ତକୁ ସହଯୋଗ କରିଥିଲା ।

ଏହା ମଧ୍ୟ ପଢନ୍ତୁ :- କର୍ଣ୍ଣାଟକ କାଫେ ବିସ୍ଫୋରଣ ମାମଲା: ଜାରି ହେଲା ଅଭିଯୁକ୍ତର ଫଟୋ, ସୂଚନା ଦେଲେ ମିଳିବ 10 ଲକ୍ଷ

ସୂଚନା ଅନୁସାରେ, ମାର୍ଚ୍ଚ ପହିଲାରେ କର୍ଣ୍ଣାଟକ ହ୍ବାଇଟଫିଲ୍ଡ କୁନ୍ଦାଲାହାଲି ନିକଟରେ ଥିବା ରାମେଶ୍ବରମ ନାମକ ଏକ କାଫେରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହି ଅଘଟଣରେ 9ଜଣ ଆହତ ହୋଇଥିବାବେଳେ ସୌଭାଗ୍ୟବଶତଃ କେହି ପ୍ରାଣ ହରାଇନଥିଲେ । ବିସ୍ଫୋରଣ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ଘଟଣାର ଅଭିଯପୁକ୍ତ କାଫେରେ ଟିଫିନ ଖାଇବା ପରେ ସାଙ୍ଗରେ ଆଣିଥିବା ବ୍ୟାଗ ଛାଡି ପଳାଇଥିଲା । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଥିଲା । ଏହି ବ୍ୟାଗରେ ହିଁ ବିସ୍ଫୋରକ ଥିଲା । ଯାହା କିଛି ସମୟ ବ୍ୟବଧାନରେ ବିସ୍ଫୋରଣ ହୋଇଥିଲା । ପୁରା ବିସ୍ଫୋରଣର ଭିଡିଓ ସିସିଟିଭିରେ କଏଦ ହୋଇଥିଲା । ପରେ ସିସିଟିଭିରେ ଅଭିଯୁକ୍ତକୁ ମଧ୍ୟ ଚିହ୍ନଟ କରାଯାଇଥିଲା । ଏକାଧିକ ଅଭିଯୁକ୍ତ ଗିରଫ ହୋଇସାରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇ ପାରିନି । ରାଜ୍ୟ ପୋଲିସ ସହ କେନ୍ଦ୍ରୀୟ ସଂସ୍ଥା ଏହି ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.