ETV Bharat / bharat

NEET-PG ପାଇଁ ଘୋଷଣା ହେଲା ନୂଆ ତାରିଖ; ଏହି ଦିନ ହେବ ପରୀକ୍ଷା - NEET PG 2024

author img

By ETV Bharat Odisha Team

Published : Jul 5, 2024, 4:27 PM IST

NEET-PG 2024 Exam Date Announce: NEET-PG ପାଇଁ ଘୋଷଣା ହେଲା ନୂଆ ତାରିଖ । ଦୁଇଟି ସିଫ୍ଟିରେ ଅନୁଷ୍ଠିତ ହେବ ପରୀକ୍ଷା । ପଢନ୍ତୁ ପୁରା ଖବର

NEET-PG
NEET-PG (ETV Bharat Odisha)

ନୂଆଦିଲ୍ଲୀ: ଘୋଷଣା ହେଲା ନିଟ୍ ପିଜି (NEET-PG) ୨୦୨୪ ପରୀକ୍ଷା ପାଇଁ ନୂଆ ତାରିଖ । ଆସନ୍ତା ଅଗଷ୍ଟ ୧୧ ତାରିଖ ହେବ ପରୀକ୍ଷା । ଦୁଇଟି ସିଫ୍ଟିରେ ପରୀକ୍ଷା କରାଯିବ । ଆଜି (ଶୁକ୍ରବାର) ନ୍ୟାସନାଲ ବୋର୍ଡ ଅଫ ଏକ୍‌ଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସ (NBEMS) ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ଯୋଗୁଁ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା ।

ନୋଟିସ୍‌ରେ କୁହାଯାଇଛି, ''ନିଟ୍-ପିଜି ୨୦୨୪ ପରୀକ୍ଷା ତାରିଖ ପୁନଃନିର୍ଦ୍ଧାରିତ ହୋଇଛି । ନିଟ୍-ପିଜି ୨୦୨୪ ଏବେ ଅଗଷ୍ଟ ୧୧ ତାରିଖ ଦିନ ଅନୁଷ୍ଠିତ ହେବ । ଦୁଇଟି ସିଫ୍ଟିରେ ପରୀକ୍ଷା ଆୟୋଜିତ କରାଯିବ ।''

ଏଠାରେ ଉଲ୍ଲେଖଯୋଗ୍ୟ, ପୋଷ୍ଟଗ୍ରାଜୁଏଟ ମେଡିକାଲ ପାଠ୍ୟକ୍ରମ ପାଇଁ ପୂର୍ବରୁ ଜୁନ ୨୨ ତାରିଖରେ ନିଟ୍ ପିଜି ପରୀକ୍ଷା ଅନୁଷ୍ଠିତ ହେବାର ଥିଲା । ହେଲେ ନିଟ୍‌ ୟୁଜି (NEET-UG) ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ କେନ୍ଦ୍ର ସରକାର ନିଟ୍ ପିଜି ପରୀକ୍ଷାର ମାତ୍ର ୧୨ ଘଣ୍ଟା ପୂର୍ବରୁ ଏହାକୁ ସ୍ଥଗିତ ରଖି ଦେଇଥିଲେ । ସେତେବେଳେ ପରବର୍ତ୍ତୀ ସମୟରେ ତାରିଖ ସୂଚୀ ଘୋଷଣା କରାଯିବ ବୋଲି ସରକାର କହିଥିଲେ ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା, ଗତ କିଛି ଦିନ ମଧ୍ୟରେ ହୋଇଥିବା ପରୀକ୍ଷାରେ ସ୍ବଚ୍ଛତାକୁ ନେଇ କିଛି ପରୀକ୍ଷାର୍ଥୀ ଅଭିଯୋଗ କରିଥିବା ବେଳେ ଏହାକୁ ଧ୍ୟାନରେ ରଖି ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ନିଟ୍ ପିଜି ପ୍ରବେଶିକା ପରୀକ୍ଷା ପ୍ରକ୍ରିୟାକୁ ସ୍ଥଗିତ ରଖାଯାଉଛି । ଏବେ ନୂଆ ତାରିଖ ଘୋଷଣା କରିଛି NBEMS ।

ଏହା ମଧ୍ୟ ପଢନ୍ତୁ: NEET ପରୀକ୍ଷାରେ ଅନିୟମିତତା ମାମଲା; ଛାତ୍ର କଂଗ୍ରେସର ବିକ୍ଷୋଭ - Student Congress Protest

ଏହା ମଧ୍ୟ ପଢନ୍ତୁ: ଜବାବ ରଖିଲେ ଧର୍ମେନ୍ଦ୍ର, କହିଲେ 'ଛାତ୍ରଛାତ୍ରୀଙ୍କ ସ୍ବାର୍ଥରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ' - DHARMENDRA PRADHAN ON PAPER LEAK

ସେପଟେ ଏହି ନିଟ୍ ଅନିୟମିତତା ନେଇ ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିକୁ (NTA) ବହୁ ସମାଲୋଚନାର ସାମ୍ନା କରିବାକୁ ପଡିଥିଲା । ଏହା ବିରୋଧରେ ଦେଶବ୍ୟାପୀ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ରାଜନୈତିକ ଦଳ ଆନ୍ଦୋଳନ କରିଥିଲେ । ଏହି ପ୍ରଶ୍ନପତ୍ର ଲିକ୍ ଘଟଣା ନେଇ ସୁପ୍ରିମକୋର୍ଟରେ ମଧ୍ୟ ଅନେକ ଗୁଡିଏ ଆବେଦନ ଦାୟର ହୋଇଥିବାବେଳେ ଆସନ୍ତା ଜୁଲାଇ ୮ ତାରିଖରେ ଏହାର ଶୁଣିବ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.