ETV Bharat / bharat

51 ଦିନରେ ଜେଲରୁ ବାହାରିଲେ କେଜ୍ରିୱାଲ, ରଖିଲେ ପ୍ରଥମ ପ୍ରତିକ୍ରିୟା - Arvind Kejriwal First Reaction

author img

By ETV Bharat Odisha Team

Published : May 10, 2024, 11:00 PM IST

ARVIND KEJRIWAL: 50 ଦିନ ପରେ ତିହାର ଜେଲରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରତିକ୍ରିୟା । 'କହିଥିଲି ଖୁବଶୀଘ୍ର ଫେରିଆସିବି ଓ ଆସିଗଲି' । ଅଧିକ ପଢନ୍ତୁ

ARVIND KEJRIWAL
ARVIND KEJRIWAL (ETV Bharat Odisha)

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିବା ପରେ ଆଜି (ଶୁକ୍ରବାର) ତିହାର ଜେଲରୁ ବାହାରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦୀର୍ଘ 51ଦିନ ପରେ ସେ ଜେଲରୁ ବାହାରିଥିବା ବେଳେ ରଖିଛନ୍ତି ପ୍ରଥମ ପ୍ରତିକ୍ରିୟା । କେଜ୍ରିୱାଲ ପ୍ରଥମେ ସର୍ବୋଚ୍ଚ ଅଦାଲତଙ୍କୁ ଧନ୍ୟବାଦ ଜଣାଇଥିବା ବେଳେ 140 କୋଟି ଜନତାଙ୍କୁ ଦେଶରୁ ଏକଛତ୍ରବାଦ ଶାସନ ହଟାଇବା ଲାଗି ଅପିଲ୍‌ କରିଛନ୍ତି । ସେ ଶୀଘ୍ର ଫେରିଆସିବେ ବୋଲି କହିଥିଲେ ଓ ଆଜି ଫେରିଆସିଛନ୍ତି ବୋଲି ନିଜ ସମର୍ଥକଙ୍କୁ କହିଛନ୍ତି । ନିଜ ବାସଭବନରେ ପହଞ୍ଚିବା ପରେ ତାଙ୍କୁ ପରିବାର ଲୋକେ ସ୍ବାଗତ କରିଛନ୍ତି ।

କେଜ୍ରିୱାଲ ଜେଲରୁ ଫେରିବା ପରେ କହିଛନ୍ତି, "କେବଳ ଭଗବାନ ହନୁମାନଙ୍କ ଲାଗି ମୁଁ ଜେଲରୁ ମୁକୁଳିଛି । ମୁଁ ଶନିବାର ହନୁମାନ ମନ୍ଦିର ଯିବି ଓ ସେଠାରେ ଏକ ପ୍ରେସ କନଫରେନ୍ସ କରିବି । ମୋତେ ଅନ୍ତରୀଣ ଜାମିନ ପ୍ରଦାନ କରିଥିବାରୁ ସର୍ବୋଚ୍ଚ ଅଦାଲତର ସମସ୍ତ ବିଚାରପତିଙ୍କୁ ଧନ୍ୟବାଦ । ଏହାସହିତ ଆଶୀର୍ବାଦ ପାଇଁ କୋଟି କୋଟି ଭାରତୀୟଙ୍କୁ ମଧ୍ୟ ଧନ୍ୟବାଦ । ଆମକୁ ଏକଛତ୍ରବାଦ ଶାସନରୁ ଦେଶକୁ ରକ୍ଷା କରିବାର ଅଛି । ଏଥିଲାଗି 140କୋଟି ଭାରତୀୟଙ୍କ ସମର୍ଥନ ଆବଶ୍ୟକ ।"

ସେ ଆହୁରି କହିଛନ୍ତି, "ଆମ ଦେଶ 4000 ବର୍ଷ ପୁରୁଣା । ଏହି ଦେଶ ଉପରେ ଯିଏ ବି ତାନାଶାହି କରିବାକୁ ଚେଷ୍ଟା କରିଛି, ଲୋକେ ଏହାକୁ ଗ୍ରହଣ କରିନାହାନ୍ତି । ଆଜି ଦେଶ ଏହି ପରିସ୍ଥିତି ଦେଇ ଗତି କରୁଛି । ଆଉ ମୁଁ ଏହା ବିରୋଧରେ ସଂଘର୍ଷ କରୁଛି । କିନ୍ତୁ ଏଥିଲାଗି ମୋତେ 140 କୋଟି ଦେଶବାସୀଙ୍କ ସମର୍ଥନ ଆବଶ୍ୟକ ।"

ଜେଲରୁ ବାହାରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ପରେ ନିଜ ବାସଭବନ ଅଭିମୁଖେ ବାହାରିଥିଲେ କେଜ୍ରିୱାଲ । ସେ ଘରେ ପହଞ୍ଚିବା ପରେ ପରିବାର ସଦସ୍ୟଙ୍କ ମଧ୍ୟରେ ଏକ ଭାବବିହ୍ବଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ସେ ନିଜ ମାଆଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ନେଇଥିବା ବେଳେ ତାଙ୍କ ମାଆ ଚନ୍ଦନ ଲଗାଇ ତାଙ୍କୁ ସ୍ବାଗତ କରିଥିଲେ । ଆସନ୍ତାକାଲି ସକାଳ 11ଟାରେ କନୌଟ ପ୍ୟାଲେସ ନିକଟ ହନୁମାନ ମନ୍ଦିରରେ କେଜ୍ରିୱାଲ ପୂଜାର୍ଚ୍ଚନା କରିବେ । ଏହାପରେ ଅପରାହ୍ନ 1ଟାରେ ପ୍ରେସ କନଫରେନ୍ସ କରି ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିବେ । ଏହାପରେ ଦକ୍ଷିଣ ଦିଲ୍ଲୀରେ ଏକ ରୋଡ ସୋ' କରିବାର କାର୍ଯ୍ୟକ୍ରମ ରହିଛି ।

ଏହା ବି ପଢନ୍ତୁ- କେଜ୍ରିୱାଲଙ୍କୁ ବଡ଼ ଆଶ୍ବସ୍ତି: ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ, ଜେଲରୁ ବାହାରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ସୂଚନା ଥାଉ କି ଆଜି କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ଜୁନ 1 ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । ଲୋକସଭା ନିର୍ବାଚନ ଲାଗି ଜୁନ 1ରେ ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଜୁନ 2 ତାରିଖରେ କେଜ୍ରିୱାଲ ଜେଲରେ ଆତ୍ମସମର୍ପଣ କରିବେ । ଜୁନ 4 ତାରିଖରେ ଭୋଟ ଗଣତି ଅନୁଷ୍ଠିତ ହେବ । ତେବେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ ଏକ ମନିଲଣ୍ଡରିଂ ମାମଲାରେ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି । ଅନ୍ୟପଟେ ଦିଲ୍ଲୀର ସମସ୍ତ ଲୋକସଭା ଆସନ ଷଷ୍ଠ ପର୍ଯ୍ୟାୟ ଅର୍ଥାତ ମେ 25 ତାରିଖରେ ଅନୁଷ୍ଠିତ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.