ETV Bharat / bharat

ଚନ୍ଦ୍ରବାବୁ ‘ଏନଡିଏ’ ବିଧାୟକ ଦଳ ନେତା ନିର୍ବାଚିତ, କାଲି ଶପଥ - TDP supremo N Chandrababu Naidu

author img

By ETV Bharat Odisha Team

Published : Jun 11, 2024, 3:43 PM IST

NDA elects TDP supremo N Chandrababu Naidu as CM candidate: କାଲି ଶପଥ ନେବେ ଚନ୍ଦ୍ରବାବୁ । ଆଜି ‘ଏନଡିଏ’ ବିଧାୟକ ଦଳର ନେତା ଭାବେ ନିର୍ବାଚିତ । ଅଧିକ ପଢନ୍ତୁ

ଚନ୍ଦ୍ରବାବୁ ‘ଏନଡିଏ’ ବିଧାୟକ ଦଳ ନେତା ନିର୍ବାଚିତ, କାଲି ଶପଥ
ଚନ୍ଦ୍ରବାବୁ ‘ଏନଡିଏ’ ବିଧାୟକ ଦଳ ନେତା ନିର୍ବାଚିତ, କାଲି ଶପଥ (ETV Bharat Odisha)

ହାଇଦ୍ରାବାଦ: ଆସନ୍ତାକାଲି ଦୁଇ ରାଜ୍ୟ ଆନ୍ଧ୍ର ଓ ଓଡିଶାରେ ନୂଆ ସରକାର ଗଠନ ହେବାକୁ ଯାଉଛି । ଉଭୟ ରାଜ୍ୟରେ ଏଥର କ୍ଷମତା ପରିବର୍ତ୍ତନ ମଧ୍ୟ ହୋଇଛି । ଓଡିଶାରେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦ ନେଇ ନିଷ୍ପତ୍ତି ହେବା ବାକି ଥିବା ବେଳେ ଆନ୍ଧ୍ରରେ ଚିତ୍ର ସ୍ପଷ୍ଟ ହୋଇଛି । ତେଲଗୁ ଦେଶମ ପାର୍ଟି ‘ଟିଡିପି’ ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ‘ଏନଡିଏ’ ନବନିର୍ବାଚିତ ବିଧାୟକ ଦଳ ନେତା ନିର୍ବାଚିତ କରିଛନ୍ତି । ଆସନ୍ତାକାଲି ନାଇଡୁ ମୁଖ୍ୟମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେବେ ।

ଆଜି ବିଜୟଓ୍ବାଡାରେ ‘ଏନଡିଏ’ ବିଧାୟକ ଦଳ ବୈଠକ ବସିଥିଲା । ଏଥିରେ ନେତା ଭାବେ ଚନ୍ଦ୍ରବାବୁଙ୍କ ନାମ ପ୍ରସ୍ତାବ ରଖାଯାଇଥିଲା ଓ ଏହାକୁ ମେଣ୍ଟର ସମସ୍ତ ଦଳ ଓ ନିର୍ବାଚିତ ବିଧାୟକମାନେ ସମର୍ଥନ କରିଥିଲେ । ପୂର୍ବରୁ ମଧ୍ୟ ଆନ୍ଧ୍ରରେ ମୁଖ୍ୟମନ୍ତ୍ରୀ ନେଇ ମଧ୍ୟ ଚିତ୍ର ସ୍ପଷ୍ଟ ଥିଲା । ନାଇଡୁ ମୁଖ୍ୟମନ୍ତ୍ରୀ ଥିବା ଏକ ପ୍ରକାର ନିଶ୍ଚିତ ଥିବା ବେଳେେ ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁସାରେ, ଶପଥ ଗ୍ରହଣର ପୂର୍ବରୁ ତାଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଛି । ଚଳିତଥର ଦୀର୍ଘ ବ୍ୟବଧାନ ପରେ ଚନ୍ଦ୍ରବାବୁଙ୍କ ପାର୍ଟି ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟକୁ ଫେରିଥିଲେ । ଅଭିନେତା ପବନ କଲ୍ୟାଣଙ୍କ ଜନସେନା ପାର୍ଟି, ବିଜେପି ଓ ଟିଡିପି ଏକତ୍ର ନିର୍ବାଚନ ଲଢିଥିଲେ । ପ୍ରତିପକ୍ଷରେ ମୁଖ୍ୟମନ୍ତ୍ରୀ ଜଗନଙ୍କ ଓ୍ବାଇଏସଆର କଂଗ୍ରେସ ଏକାକୀ ନିର୍ବାଚନ ଲଢିଥିଲା । ନିର୍ବାଚନରେ ଏନଡିଏ ମେଣ୍ଟ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ବେଳେ ଟିଡିପି ଏକାକୀ ମଧ୍ୟ ସଂଖ୍ୟା ବହୁମତ ଅତିକ୍ରମ କରିଥିଲା ।

୧୭୫ ଆସନ ମଧ୍ୟରୁ ଟିଡିପି ଏକାକୀ ୧୩୫ ଆସନ ଜିତିଛି । ପବନ କଲ୍ୟାଣଙ୍କ ଦଳ ୨୧ ଓ ବିଜେପି ୮ ସିଟରେ ବିଜୟୀ ହୋଇଛି । ଏନଡିଏ ମେଣ୍ଟ ନିକଟରେ ୧୬୪ ଥିବା ବେଳେ ବିଦାୟୀ ଶାସକ ଦଳ ଓ୍ବାଇଏସଆର-କଂଗ୍ରେସ ନିକଟରେ ମାତ୍ର ୧୧ଟି ଆସନ ରହିଛି । ଘୋଟାଲା ମାମଲାରେ ଗିରଫ ହୋଇ ଜେଲ ଯାଇଥିବା ଚନ୍ଦ୍ରବାବୁ ନାଇଡୁ ଏବେ ବେଲରେ ଆସି ନିର୍ବାଚନ ଲଢିଥିଲେ । ପ୍ରଚଣ୍ଡ ବହୁମତ ସହ ସେ ନିର୍ବାଚନ ଜିତି ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଏଥିରେ ପବନ କଲ୍ୟାଣଙ୍କ ପାର୍ଟିକୁ ମଧ୍ୟ ଏକାଧିକ ମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଆସନ୍ତାକାଲି ଓଡିଶା ଓ ଆନ୍ଧ୍ରରେ ହେବାକୁ ଥିବା ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି ଅଂଶଗ୍ରହଣ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.