ETV Bharat / bharat

NCPର ବରିଷ୍ଠ ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା

ଗୁଳି କରି ଫେରାର ହୋଇଗଲେ ଏକାଧିକ ଆତତାୟୀ । ପୋଲିସର ତଦନ୍ତ ଜାରି । ଅଜିତ ପାଓ୍ବାର ଗୋଷ୍ଠୀର ବରିଷ୍ଠ ନେତା ଥିଲେ ବାବା ।

author img

By ETV Bharat Odisha Team

Published : 3 hours ago

Updated : 2 hours ago

ଏନସିପି ନେତା ବାବା ସିଦ୍ଧିକିଙ୍କୁ ଗୁଳି କରି ହତ୍ୟା
ଏନସିପି ନେତା ବାବା ସିଦ୍ଧିକିଙ୍କୁ ଗୁଳି କରି ହତ୍ୟା (ETV Bharat Odisha)

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନିକଟତର ହେଉଥିବା ବେଳେ ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ‘ଏନସିପି’ (ଅଜିତ ପାଓ୍ବାର ଗୋଷ୍ଠୀ)ର ବରିଷ୍ଠ ନେତା ତଥା ପୂର୍ବତନ ମହାରାଷ୍ଚ୍ରମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଗତକାଲି (ଶନିବାର) ସଂଧ୍ୟାରେ ପୂର୍ବ-ବାନ୍ଦ୍ରା ଏରିଆରେ ତାଙ୍କୁ ଏକାଧିକ ଆୟତାୟୀ ଗୁଳି କରି ହତ୍ୟା କରିଛନ୍ତି । ସଙ୍କଟାପନ୍ନ ଅବସ୍ଥାରେ ବାବାଙ୍କୁ ଉଦ୍ଧାର କରି ଲୀଳାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାବାଙ୍କୁ ତାଙ୍କ ବିଧାୟକ ପୁଅ ଜିଶାନ ସିଦ୍ଦିକିଙ୍କ ଅଫିସ ନିକଟରେ ଏହି ଗୁଳିମାଡ କରାଯାଇଛି । ଏହା ରାଜନୈତିକ ଶତ୍ରୁତା କାରଣରୁ ହୋଇଥାଏ ବୋଲି ସନ୍ଦେହ କରାଯାଉଛି । ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

  • ଲୀଳାବତୀ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ଏକାନାଥ ସିନ୍ଦେ

ଘଟଣା ସମ୍ପର୍କରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ଏନକାଥ ସିନ୍ଦେ ଲୀଳାବତି ହସ୍ପିଟାଲରେ ପହଞ୍ଚିଥିଲେ । ବାବାଙ୍କ ପରିବାର ସଦସ୍ୟଙ୍କୁ ଶାନ୍ତ୍ବନା ଦେବା ସହ କଠୋର କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ସେହିପରି ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ପୁଅ ପାର୍ଥ ପାଓ୍ବାର, ବଲିଉଡ ଅଭିନେତା ସଲମାନ ଖାନ, ଶିଳ୍ପା ସେଟ୍ଟୀ ଓ ଅନ୍ୟମାନେ ମଧ୍ୟ ହସ୍ପିଟାଲରେ ପହଞ୍ଚିଥିଲେ । ଆଜି ମୃତଦେହ ବ୍ୟବଚ୍ଛେଦ ହେବ ।

  • 3 ଥର ବିଧାୟକ ଓ ଥରେ ମନ୍ତ୍ରୀ ହୋଇଥିଲେ

ବାବା ଜିଆଉଦ୍ଦିନ ସିଦ୍ଦିକି ଓରଫ୍ ବାବା ଶରଦ ପାଓ୍ବାରଙ୍କ ଏନସିପିର ଜଣେ ବରିଷ୍ଠ ନେତା ଥିଲେ । ସେ 3ଥର ମନ୍ତ୍ରୀ ଭାବେ ନିର୍ବାଚିତ ହେବା ସହ ୨୦୦୪ ରୁ ୨୦୦୮ ମଧ୍ୟରେ ମନ୍ତ୍ରୀ ମଧ୍ୟ ହୋଇଥିଲେ । ଏନସିପି ବିଭାଜନ ହେବା ପରେ ସେ ଅଜିତ ପାଓ୍ବାରଙ୍କ ଗୋଷ୍ଠୀରେ ମିଶିଥିଲେ । ବାନ୍ଦ୍ରାରୁ ଏକାଧିକ ବାର ବିଧା.କ ଥିବାରୁ ତାଙ୍କର ବଲିଉଡ ଇଣ୍ଡଷ୍ଟ୍ରି ସହ ମଧ୍ୟ ସମ୍ପର୍କ ଥିଲା । ଏକାଧିକ ବରିଷ୍ଠ କଳାକାରଙ୍କ ସହ ତାଙ୍କର ବ୍ୟକ୍ତିଗତ ସୁସମ୍ପର୍କ ଥିବା ମଧ୍ୟ ଚର୍ଚ୍ଚା ହୁଏ । ବାବାଙ୍କ ପୁଅ ଜିଶାନ ଏବେ ବିଧାୟକ ଅଛନ୍ତି । ଗତକାଲି ସେ ନିଜ ବିଧାୟକ ପୁଅଙ୍କ ଅଫିସ ନିକଟରେ ସଂଧ୍ୟାରେ ବୁଲୁଥିବା ବେଳେ ଆତତାୟୀ ତାଙ୍କ ଉପରେ ପ୍ରାୟ 3ରୁ 4 ରାଉଣ୍ଡ ଫାଏରିଂ କରିଥିଲେ । ଏହି ହତ୍ୟାକାଣ୍ଡରେ ଏକାଧିକ ଦୁର୍ବୃତ୍ତି ସାମିଲ ଥିଲେ ।

ଏହା ମଧ୍ୟ ପଢନ୍ତୁ :- ରତନ ଟାଟାଙ୍କ ପ୍ରିୟ ବନ୍ଧୁ ଶାନ୍ତନୁ, ଜାଣନ୍ତୁ କିଏ ଏହି 28 ବର୍ଷୀୟ ଯୁବକ ?

ଏହା ମଧ୍ୟ ପଢନ୍ତୁ :-ବାହାନଗା ଟ୍ରାଜେଡିର ପୁନରାବୃତ୍ତି ! ସନ୍ଦେହରେ ରେଳବାଇ ସିଗ୍ନାଲିଂ ସିଷ୍ଟମ୍‌, ଲୁପ୍‌-ଲାଇନରେ ପଶି ମାଲଗାଡିକୁ ପିଟିଲା ଏକ୍ସପ୍ରେସ୍‌

  • ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଇସ୍ତଫା ଦାବି କଲେ ବିରୋଧୀ

ତେବେ ବିଧାନସଭା ନିର୍ବାଚନର ଠିକ ପୂର୍ବରୁ ଶାସକ ମେଣ୍ଟର ସହଯୋଗୀ ଦଳର ଜଣେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରାଯିବା ଉଦବେଗ ସୃଷ୍ଟି କରିଛି । ବିରୋଧୀ କଂଗ୍ରେସ ଓ ଶିବସେନା ଉଦ୍ଧବ ଗୋଷ୍ଠୀ ନେତାମାନେ ସିନ୍ଦେ- ବିଜେପି ସରକାରକୁ ଘେରିଛନ୍ତି । ମୁମ୍ବାଇରେ ଆଇନ ଶୃଙ୍ଖଳା ସ୍ଥିତି ଭୁଶୁଡିପଡିଛି ବୋଲି ଅଭିଯୋଗ କରି ସେମାନେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଇସ୍ତଫା ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.