ETV Bharat / bharat

ଦନ୍ତେଓ୍ୱାଡ଼ାରେ ନକ୍ସଲ ବଙ୍କର: ପୋଲିସ ସର୍ଚ୍ଚ ଅପରେସନ ବେଳେ ଠାବ, ଭିଡିଓ ଜାରି - Chhatishgarh Naxal attack

Tunnel in Dantewada: ଛତିଶଗଡ ବିଜାପୁର-ସୁକମା ସୀମାନ୍ତ ଜଙ୍ଗଲରେ ସୁଡ଼ଙ୍ଗ । ନକ୍ସଲମାନେ ଏହି ବଙ୍କର ଖୋଳି କରୁଥିଲେ ବ୍ଯବହାର। ଟନେଲ ଭିଡିଓ ଜାରି କରିଛି ଦନ୍ତେଓ୍ବାଡ଼ା ପୋଲିସ । ଅଧିକ ପଢନ୍ତୁ

Tunnel in Dantewada
ଦନ୍ତେଓ୍ବାଡାରେ ନକ୍ସଲ ବଙ୍କର
author img

By ETV Bharat Odisha Team

Published : Jan 31, 2024, 10:33 AM IST

Updated : Jan 31, 2024, 10:40 AM IST

ରାୟପୁର: ଛତିଶଗଡ଼ ବିଜାପୁର-ସୁକମା ସୀମାନ୍ତ ଟେକଲଗୁଡେମ ଗାଁ ନିକଟ ଜଙ୍ଗଲରେ ମଙ୍ଗଳବାର ଦିନ ଲାଲବାହିନୀ ଓ ସୁରକ୍ଷା ବଳ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ 3 ଯବାନ ସହିଦ ହୋଇଥିବା ବେଳେ 15ରୁ ଅଧିକ ଯବାନ ଆହତ ହୋଇଛନ୍ତି । ଏହାପରେ ଦନ୍ତେଓ୍ବାଡ଼ା ପୋଲିସ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି । ଯେଉଁ ଭିଡିଓରେ ଏକ ଟନେଲ ଦେଖିବାକୁ ମିଳିଛି । ଦନ୍ତେଓ୍ବାଡ଼ାରେ ବଙ୍କର ଭାବେ ନକ୍ସଲମାନେ ଏହି ଟନେଲକୁ ବ୍ୟବହାର କରୁଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ସୁରକ୍ଷା କର୍ମୀମାନଙ୍କ ଦ୍ବାରା ଗୁଳିବିନିମୟ ପରେ ଜୋରଦାର ସର୍ଚ୍ଚ ଅପରେସନଜାରି ରହିଛି । ଏହି ସମୟରେ ଏହି ବିରାଟ ସୁଡ଼ଙ୍ଗ ଦେଖିବାକୁ ପାଇଥିଲେ ସୁରକ୍ଷାକର୍ମୀ । ନକ୍ସଲମାନଙ୍କ ଦ୍ବାରା ଏହି ବିରାଟ ସୁଡଙ୍ଗ ଖୋଳାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ଏହାକୁ ସେମାନେ ବଙ୍କର ଭାବେ ବ୍ୟବହାର କରୁଥିବା କୁହାଯାଇଛି ।

ଭିଡିଓରେ କଣ ଦେଖିବାକୁ ମିଳୁଛି: ଦନ୍ତେଓ୍ବାଡ଼ା ପୋଲିସ ପକ୍ଷରୁ ଜାରି କରାଯାଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ସୁରକ୍ଷାକର୍ମୀମାନେ ଏକ ବଡ଼ ବାଡ଼ିରେ ମାଟି ଉପରେ ପଡିଥିବା ପତର ଓ ଅନ୍ୟ ବାଡ଼ିଗୁଡ଼ିକ ଉଠାଉଛନ୍ତି । ଏହାପରେ ଏକ ଗାତ ଦେଖିବାକୁ ମିଳିଥିଲା। ସେହି ଗାତ ମଧ୍ୟରେ ଭିତରକୁ ଯିବା ବେଳେ ଏକ ବଡ ସୁଡ଼ଙ୍ଗ ରହିଛି । କୁହାଯାଉଛି ଯେ, ଏହି ସୁଡ଼ଙ୍ଗକୁ ନକ୍ସଲମାନେ ବଙ୍କର ଭାବେ ବ୍ୟବହାର କରି ଏହା ଭିତରେ ଲୁଚି ରହୁଥିଲେ । ମଝିରେ ମଝିରେ ସୂର୍ଯ୍ୟକିରଣ ଆସିବା ପାଇଁ ସ୍ଥାନ ମଧ୍ୟ ରହିଛି । ଏହି ପୁରା ବଙ୍କରର ଭିଡିଓ ଭଲ ଭାବେ ରେକର୍ଡ କରାଯାଇଛି । ଏହି ଭିଡିଓରେ ଜଣେ ସୁରକ୍ଷାକର୍ମୀ ଚାଲି ଚାଲି ଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି ।

ଏହାମଧ୍ୟ ପଢନ୍ତୁ.. ଛତିଶଗଡରେ ନକ୍ସଲ ଆକ୍ରମଣରେ 3 ଯବାନ ଶହୀଦ, 10ରୁ ଅଧିକ ଆହତ

ସୂଚନା ଯୋଗ୍ୟ, ଗତକାଲି(ମଙ୍ଗଳବାର) ଦିନ ବିଜାପୁର-ସୁକମା ସୀମାନ୍ତ ଜଙ୍ଗଲରେ ଲାଲବାହିନୀ ଓ ସୁରକ୍ଷା ବଳ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ମଙ୍ଗଳବାର ଅପରାହ୍ନରେ ଏସଟିଏଫ ଓ ଡିଆରଜି ଯବାନଙ୍କ ଏକ ମିଳିତ ଟିମ ସ୍ଥାନୀୟ ଜଙ୍ଗଲରେ ରୁଟିନ କମ୍ବିଂ ଅପରେସନରେ ବାହାରିଥିଲା । ପୂର୍ବରୁ ଆକ୍ରମଣ ଯୋଜନା ପ୍ରସ୍ତୁତ କରିଥିବା ନକ୍ସଲମାନେ ଅତର୍କିତ ସୁରକ୍ଷାବଳ ଉପରେ ଗୁଳିମାଡ କରିଥିଲେ । ଏଥିରେ 3 ଜଣ ଯବାନ ସହିଦ ହୋଇଥିବା ବେଳେ 15 ଯବାନ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ରହିଛନ୍ତି । ଆହତ ଯବାନଙ୍କୁ ରାୟପୁର ଏୟାରଲିଫ୍ଟ କରାଯାଇଥିଲା । ଛତିଶଗଡ଼଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ ମଧ୍ୟ ହସ୍ପିଟାଲକୁ ଯାଇ ଆହତ ଯବାନମାନଙ୍କୁ ଭେଟିଛନ୍ତି । ଅନ୍ୟପଟେ ସୁରକ୍ଷାକର୍ମୀଙ୍କ ଗୁଳିରେ ମଧ୍ୟ ଏକାଧିକ ନକ୍ସଲ ମୃତାହତ ହୋଇଥିବା ଅନୁମାନ କରାଯାଉଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 31, 2024, 10:40 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.