ETV Bharat / bharat

ଦେଶ ପାଳୁଛି ପ୍ରଥମ ଜାତୀୟ ମହାକାଶ ଦିବସ, ଜାଣନ୍ତୁ ଚନ୍ଦ୍ରଯାନ-3ର ଇତିହାସ - National Space Day 2024

author img

By ETV Bharat Tech Team

Published : Aug 23, 2024, 8:52 AM IST

National Space Day 2024: ଆଜି ଜାତୀୟ ମହାକାଶ ଦିବସ । ପ୍ରଥମ ଥର ପାଇଁ ଏହି ଦିବସ ପାଳୁଛି ଦେଶ। ଆଜିର ଦିନରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥିଲା ଚନ୍ଦ୍ରଯାନ-3। ମକାକାଶ ବିଜ୍ଞାନର ଗାଥାକୁ ମନେ ପକାଇବାକୁ ଏଦି ହିବସ ପାଳନ କରାଯାଉଛି ।

NATIONAL SPACE DAY
NATIONAL SPACE DAY (Etv Bharat)

ହାଇଦ୍ରାବାଦ: ଆଜିର ଦିନରେ ମହାକାଶ ଗବେଷଣା କ୍ଷେତ୍ରରେ ଇତିହାସ ରଚିଥିଲା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ISRO) । ପୁରା ବିଶ୍ବ ଦେଖିଥିଲା ବିଜ୍ଞାନ କ୍ଷେତ୍ରରେ ଭାରତର ତାକତ । ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥିଲା ଭାରତର ମୁନ୍‌ ମିଶନ ଚନ୍ଦ୍ରଯାନ-3 । ପ୍ରତିଟି ଭାରତୀୟଙ୍କ ଛାତି ଖୁସିରେ କୁଣ୍ଢେମୋଟ ହୋଇଉଠିଥିଲା । ଯାହା କୌଣସି ଦେଶ କରିବାରେ ସକ୍ଷମ ହୋଇନଥିଲା ତାହା କରି ଦେଖାଇଥିଲା ଭାରତ । ଦେଶରେ ବିଶ୍ବର ଏକ ନମ୍ବର ଦେଶ ଭାବେ ବିଶ୍ବବିଦିତ ହୋଇଥିଲା ଇଣ୍ଡିଆ । ଏହି ଦିନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଆଜି ଦେଶ ପାଳୁଛି ପ୍ରଥମ ଜାତୀୟ ମହାକାଶ ଦିବସ । ଏହି ଐତିହାସିକ ସଫଳତା ସହ ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ଚନ୍ଦ୍ରରେ ଅବତରଣ କରିବାରେ ବିଶ୍ବର 4ର୍ଥ ରାଷ୍ଟ୍ର ଭାବେ ସ୍ଥାନ ପାଇଥିଲା ।

NATIONAL SPACE DAY
NATIONAL SPACE DAY (Etv Bharat)

ମହାକାଶ ଦିବସ ପାଳନ କରିବାକୁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ: ଚନ୍ଦ୍ରଯାନ-3 ଚନ୍ଦ୍ରକୁ ଛୁଇଁବା ପରେ ସାରା ଦେଶରେ ଉତ୍ସବର ମାହୋଲ ଆରମ୍ଭ ହୋଇଥିଲା । ପ୍ରତିଟି ଭାରତୀୟ ଗର୍ବିତ ଅନୁଭବ କରୁଥିଲେ ।ପ୍ରତିଟି ଦେଶ ଏହି ଉପଲବ୍ଧି ପାଇଁ ଭାରତକୁ ଶୁଭେଚ୍ଛା ଜଣାଇଥିଲେ । ଅଗଷ୍ଟ 26 ତାରିଖରେ ISRO କମାଣ୍ଡ ନେଟୱାର୍କ ମିଶନ କଣ୍ଟ୍ରୋଲ କମ୍ପ୍ଲେକ୍ସରେ ପହଞ୍ଚିଥିଲେ ମୋଦି । ସେଠାରେ ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ବୋଧନ ସମୟରେ ଅଗଷ୍ଟ 23 ତାରିଖକୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ। ଇସ୍ରୋର ସଫଳତା ଗାଥାକୁ ମନେ ରଖିବା ପାଇଁ ପ୍ରତିବର୍ଷ ଅଗଷ୍ଟ 23ରେ ଜାତୀୟ ମହାକାଶ ଦିବସ ପାଳନ କରାଯିବ ବୋଲି କହିଥିଲେ ମୋଦି।

ଏହା ମଧ୍ୟ ପଢନ୍ତୁ-Chandrayaan-3: ବିଶ୍ୱ ଦେଖିଲା ଇସ୍ରୋର ଦମ, ଜହ୍ନ ରାଇଜରେ ସଫ୍ଟ ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର

ମହାକାଶ ଦିବସର ଥିମ୍‌: ପ୍ରଥମ ଥର ଦେଶ ଜାତୀୟ ମହାକାଶ ଦିବସ ପାଳନ କରୁଛି । ଆଜିର ଥିମ୍‌ ରହିଛି ''ଚନ୍ଦ୍ରକୁ ଛୁଇଁବା ସହିତ ଜୀବନ ଛୁଇଁବା: ଭାରତର ମହାକାଶ ଗାଥା' (Touching the Moon, Touching Lives: India's Space Story) । ଏହା ସମାଜ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ମହାକାଶ ଅନୁସନ୍ଧାନର ଗୁରୁତ୍ୱକୁ ଦର୍ଶାଇଥାଏ ।

NATIONAL SPACE DAY
NATIONAL SPACE DAY (Etv Bharat)

ସ୍ପେସ୍ ଆନାଲିଷ୍ଟ ଗିରିଶ ଲିଙ୍ଗନ୍ନା କହିଛନ୍ତି ଯେ, ''ଭାରତର ମହାକାଶ ବିଜ୍ଞାନ ସଫଳତାକୁ ପ୍ରଦର୍ଶନ କରିବା ଏବଂ ଯୁବକମାନଙ୍କୁ ପ୍ରେରଣା ଦେବା ପାଇଁ ଭାରତ ସରକାର ଏକ ମାସର କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଚଳିତ ବର୍ଷର କାର୍ଯ୍ୟକ୍ରମ ଚନ୍ଦ୍ରକୁ ଛୁଇଁବା ସହିତ ଜୀବନ ଛୁଇଁବା ନାରା । ଭାରତର ମହାକାଶ ଗାଥାର ଆଦର୍ଶ ଆୟୋଜିତ ହେବ। ଆଜିର ଥିମ୍ ସଠିକ୍ ଭାବରେ ପ୍ରତିଫଳିତ କରେ ଯେ ଭାରତର ମହାକାଶ ଗବେଷଣା କେବଳ ଅସାଧାରଣ ବୈଜ୍ଞାନିକ ସଫଳତା ମଧ୍ୟରେ ସୀମିତ ନୁହେଁ । ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ସକରାତ୍ମକ ପରିବର୍ତ୍ତନ ଆଣିଥାଏ | ''

NATIONAL SPACE DAY
NATIONAL SPACE DAY (Etv Bharat)

ଚନ୍ଦ୍ରଯାନ 3ର ଉତକ୍ଷେପଣ ଠାରୁ ଅବତରଣ ପର୍ଯ୍ୟନ୍ତ:

NATIONAL SPACE DAY
NATIONAL SPACE DAY (Etv Bharat)
  • ଜୁଲାଇ 14 2023: ଜୁଲାଇ 14 ତାରିଖରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ISRO) ତୃତୀୟ ମୁନ୍‌ ମିଶନ ଚନ୍ଦ୍ରଯାନ-3 ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପିତ କରାଯାଇଥିଲା ।
  • ଅଗଷ୍ଟ 1, 2023: ପୃଥିବୀ କକ୍ଷପଥରୁ ବାହାରି ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଚନ୍ଦ୍ରଯାନ-3 । ସଫଳ ହୋଇଥିଲା ଟ୍ରାନସ୍‌ ଲୁନାର ଇନ୍‌ସର୍‌ସନ୍(TLI) ।
  • ଅଗଷ୍ଟ 5, 2023: ଚନ୍ଦ୍ରଯାନ -3 ସଫଳତାର ସହିତ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିଥିଲା ।
  • ଅଗଷ୍ଟ 17, 2023: ଲ୍ୟାଣ୍ଡର୍ ମଡ୍ୟୁଲ୍ ସଫଳତାର ସହିତ ପ୍ରପଲସନ ମଡ୍ୟୁଲ ଠାରୁ ଅଲଗା ହୋଇଥିଲା ।
  • ଅଗଷ୍ଟ 18, 2023: ପ୍ରଥମ ଡିବୁଷ୍ଟିଂ ପ୍ରକ୍ରିୟା ସଫଳତାର ସହ ଶେଷ ହୋଇଥିଲା ।
  • ଅଗଷ୍ଟ 20, 2023: ଦ୍ବିତୀୟ ଡିବୁଷ୍ଟିଂ ପ୍ରକ୍ରିୟା ଶେଷ ହେବା ସହ ଅବତରଣ ପାଇଁ ତାରିଖ ଓ ସମୟ ଚୂଡାନ୍ତ ହୋଇଥିଲା
  • ଅଗଷ୍ଟ 23, 2023: ସନ୍ଧ୍ୟା 6:04 ମିନିଟ ରେ ଚନ୍ଦ୍ରୟାନ -3 ର ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.