ETV Bharat / bharat

ମୋଦିଙ୍କ ଶପଥ ପାଠ ସମାରୋହ; ସାମିଲ ହେବେ ତୃତୀୟ ଲିଙ୍ଗୀ ଓ ଶ୍ରମିକ - Transgenders likely to attend PM Oath ceremony

author img

By ETV Bharat Odisha Team

Published : Jun 7, 2024, 3:47 PM IST

Updated : Jun 7, 2024, 3:54 PM IST

TRANSGENDERS TO ATTEND PM OATH CEREMONY: ଆସନ୍ତା 9ରେ ପ୍ରଧାନମନ୍ତ୍ରୀ ଭାବେ ଲଗାତର ତୃତୀୟ ଥର ଲାଗି ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ । ଅନେକ ବଡ଼ ବଡ଼ ବିଶ୍ବନେତାଙ୍କ ସହ ସାମିଲ ହେବେ ତୃତୀୟ ଲିଙ୍ଗୀ ଓ ଶ୍ରମିକ । ଅଧିକ ପଢନ୍ତୁ

PM OATH CEREMONY
PM OATH CEREMONY (ETV Bharat)

ନୂଆଦିଲ୍ଲୀ: 2024 ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ NDA ମେଣ୍ଟକୁ ମିଳିଛି ବହୁମତ । ଆସନ୍ତା 9 ତାରିଖରେ ନରେନ୍ଦ୍ର ମୋଦି ତୃତୀୟ ଥର ଲାଗି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ପାଠ କରିବେ । ତେବେ ଶପଥ ଗ୍ରହଣ ସମାରୋହକୁ ନେଇ ବିଜେପି ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି । ରିପୋର୍ଟ ଅନୁସାରେ ମୋଦିଙ୍କ ଶପଥ ଗ୍ରହଣ ସମାରୋହ ବଡ଼ ବଡ଼ ବିଶ୍ବନେତାଙ୍କ ସହ ସାମିଲ ହେବେ ତୃତୀୟ ଲିଙ୍ଗୀ ଓ ଶ୍ରମିକ । ଏମାନେ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟଠୁ ଆରମ୍ଭ କରି ବନ୍ଦେ ଭାରତ ପ୍ରକଳ୍ପ, ମେଟ୍ରୋ ଟ୍ରେନ ପ୍ରକଳ୍ପ, ଜନସ୍ବାସ୍ଥ୍ୟ ବିଭାଗର ସଫେଇ କାର୍ଯ୍ୟରେ ନିୟୋଜିତ ଥିଲେ ।

PM OATH TAKING CEREMONY
PM OATH TAKING CEREMONY (ETV Bharat Odisha)

ଶପଥ ଗ୍ରହଣ ସମାରୋହ ଲାଗି ବିଜେପି ପକ୍ଷରୁ ସ୍ବତନ୍ତ୍ର ଅତିଥିଙ୍କ ତାଲିକା ପ୍ରସ୍ତୁତ ଚାଲିଛି । ଶ୍ରମିକ, ସଫେଇ କର୍ମଚାରୀ, ତୃତୀୟ ଲିଙ୍ଗୀ ଏହି ସମାରୋହରେ ଯୋଗଦେବେ । ଏହାସହିତ ପଡ଼ୋଶୀ ଓ ବନ୍ଧୁ ରାଷ୍ଟ୍ରର ମୁଖ୍ୟ ମଧ୍ୟ ସାମିଲ ହେବାକୁ ଯାଉଛନ୍ତି । ଟ୍ରାନ୍ସଜେଣ୍ଡର କମ୍ୟୁନିଟିର ଅନେକ ସଦସ୍ୟ ମଧ୍ୟ ସାମିଲ ହେବେ । ଏହାବାଦ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀ ମଧ୍ୟ ଏହି ଭବ୍ୟ ସମାରୋହରେ ଉପସ୍ଥିତ ରହିବେ ।

ସ୍ବତନ୍ତ୍ର ଅତିଥି:- ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ଆରମ୍ଭର ସାକ୍ଷୀ ରହିବେ ଭାରତର ପଡ଼ୋଶୀ ରାଷ୍ଟ୍ର ମୁଖ୍ୟ । ଏମାନଙ୍କ ମଧ୍ୟରେ ରହିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହର ପ୍ରଚଣ୍ଡ, ଭୁଟାନ କିଙ୍ଗ ଜିଗମେ ଖେସର ନାମଗିଲ ୱାଙ୍ଗଚୁକ । ମରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜୁଗନୌଥଙ୍କୁ ମଧ୍ୟ ଶପଥ ଗ୍ରହଣ ସମାରୋହ ପାଇଁ ନିମନ୍ତ୍ରଣ କରାଯାଇଛି । ଅନ୍ୟପଟେ ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ମଧ୍ୟ ଏହି ସମାରୋହ ପାଇଁ ନିମନ୍ତ୍ରଣ କରାଯାଇଛି । ସେ ଯଦି ସମ୍ମତି ପ୍ରକାଶ କରନ୍ତି, ତେବେ ମାଳଦ୍ବୀପର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏହା ମୁଇଜୁଙ୍କ ପ୍ରଥମ ଭାରତ ଗସ୍ତ ହେବ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଓ ମୁଇଜୁ ଦୁବାଇରେ ଆୟୋଜିତ ଜଳବାୟୁ ପରିବର୍ତ୍ତନ ଉଦ୍ଦେଶ୍ୟରେ ଆୟୋଜିକ କନଫରେନ୍ସ COP28ରେ ପରସ୍ପରକୁ ଭେଟିଥିଲେ ।

ଏହା ବି ପଢନ୍ତୁ- ମୋଦି ଏନଡିଏ ନେତା ନିର୍ବାଚିତ, କହିଲେ-ବିକଶିତ ଭାରତର ଇଞ୍ଜିନ ହେବ ଓଡ଼ିଶା

2024 ଲୋକସଭା ନିର୍ବାଚନର ଫଳାଫଳ ଉପରେ ନଜର ପକାଇଲେ, କେନ୍ଦ୍ରରେ ସରକାର ଗଠନ କରିବା ଲାଗି ମ୍ୟାଜିକ ନମ୍ବର 272 ଥିବା ବେଳେ NDA ମେଣ୍ଟ 293 ଆସନରେ ବିଜୟୀ ହୋଇଛି । ସେପଟେ ବିରୋଧୀ ମେଣ୍ଟ 'ଇଣ୍ଡିଆ'କୁ 234 ଆସନ ମିଳିଛି । ବିଜେପି କେବଳ 240 ଆସନ ଜିତିଛି । 2019 ନିର୍ବାଚନରେ ବିଜେପିକୁ କେବଳ 303 ଆସନ ମିଳିଥିବା ବେଳେ ଏଥର କିନ୍ତୁ ଏହି ସଂଖ୍ୟା 240କୁ ଖସିଆସିଛି । 2014 ନିର୍ବାଚନରେ ବିଜେପିକୁ 282ଟି ଆସନ ମିଳିଥିଲା ।

Last Updated : Jun 7, 2024, 3:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.