ETV Bharat / bharat

ଚେନ୍ନାଇ ବିମାନବନ୍ଦରରୁ 27କୋଟିର ନିଶାଦ୍ରବ୍ୟ ଜବତ, ଗ୍ଲୁକୋଜ ଦାବି କରୁଥିଲା ଅଭିଯୁକ୍ତ - ଚେନ୍ନାଇ ବିମାନବନ୍ଦର

Narcotics Seized from Chennai Airport: ଚେନ୍ନାଇ ବିମାନବନ୍ଦରରୁ 27କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ କଲା ଡାଇରେକ୍ଟର ରେଭନ୍ୟୁ ଇଣ୍ଟେଲିଜେନସ ଜୋନାଲ ଟିମ । ଅଧିକ ପଢନ୍ତୁ

Narcotics Seized from Chennai Airport
Narcotics Seized from Chennai Airport
author img

By ETV Bharat Odisha Team

Published : Feb 22, 2024, 3:07 PM IST

ଚେନ୍ନାଇ: ସର୍ଚ୍ଚ ଅପରେସନରେ ଡାଇରେକ୍ଟର ରେଭନ୍ୟୁ ଇଣ୍ଟେଲିଜେନସ ଜୋନାଲ ଟିମକୁ(DRI) ବଡ ସଫଳତା । ଚେନ୍ନାଇ ଏୟାରପୋର୍ଟରୁ 27 କୋଟି ଟଙ୍କାର ନିଶା ଦ୍ରବ୍ୟ ଜବତ କରାଯାଇଛି । ବିମାନ ଯୋଗେ ସିଙ୍ଗାପୁରରୁ ଚେନ୍ନାଇ ସ୍ଥିତ ମିନାମ୍ବକାମ ଆନ୍ନା ଇଣ୍ଟରନ୍ୟସନାଲ ଏୟାରପୋର୍ଟ ଆସିଥିବା ଜଣେ ଯାତ୍ରୀଙ୍କ ଠାରୁ ଏହି ନିଶା ଦ୍ରବ୍ୟ ଜବତ କରିଛି ଡାଇରେକ୍ଟର ରେଭନ୍ୟୁ ଇଣ୍ଟେଲିଜେନସ ଜୋନାଲ ଟିମ । ସ୍କଟ ବିମାନରେ ଯାତ୍ରା କରିଥିଲା ଅଭିଯୁକ୍ତ ।

ଏହା ମଧ୍ୟ ପଢନ୍ତୁ: ବିମାନ ସିଟ ତଳୁ ଜବତ ହେଲା 6 କେଜିର ସୁନା, ବଜାର ମୂଲ୍ୟ ପ୍ରାୟ 3 କୋଟି

ବିମାନରେ ନିଶାଦ୍ରବ୍ୟ ଆଣୁଥିବା ନେଇ ଏକ ବିଶେଷ ସୁତ୍ରରୁ ଖବର ପାଇଥିଲା ଡିଆରଆଇ ଟିମ । ଏହି ଆଧାରରରେ ଚେନ୍ନାଇ ଏୟାରପୋର୍ଟରେ ତଦନ୍ତ ଆରମ୍ଭ କରାଯାଇଥିଲା । ତେବେ ତଦନ୍ତ ସମୟରେ ଇଣ୍ଡୋନେସିଆର 28 ବର୍ଷୀୟ ଯୁବକ ଏହମ୍ମଦ ଇଡ୍ରିସଙ୍କ ଠାରୁ 3 କିଲୋଗ୍ରାମର ଏକ ନିଶାଦ୍ରବ୍ୟ ପଦାର୍ଥ ମିଳିଥିଲା । ତେବେ ଡିଆରଆଇ ଟିମ୍ ଏହାକୁ ନିଶାଦ୍ରବ୍ୟ ବୋଲି ମନେ କରିଥିବା ବେଳେ ଯୁବକଜଣକ ଏହାକୁ ଗ୍ଲୁକୋଜ ପାଉଡର ବୋଲି ଦାବି କରିଥିଲେ । ଏହା ପରେ ପରୀକ୍ଷଣ ପାଇଁ ଏହାକୁ ଲ୍ୟାବକୁ ପଠାଯାଇଥିଲା । ତେବେ ପରୀକ୍ଷଣ ସମୟରେ ଏହା ଅତ୍ୟଧିକ ଶକ୍ତିଶାଳୀ କୋକେନ ବୋଲି ସ୍ପଷ୍ଟ କରାଯାଇଥିଲା । ତେବେ ଜବତ ଯୁବକଙ୍କୁ ଅଟକାଇ ରଖିବା ସହିତ ଅଧିକ ତଦନ୍ତ ଆରମ୍ଭ କରିଛି ଡାଇରେକ୍ଟର ରେଭନ୍ୟୁ ଇଣ୍ଟେଲିଜେନସ ଜୋନାଲ ଟିମ ।

ଏହା ମଧ୍ୟ ପଢନ୍ତୁ: ଉଗାଣ୍ଡା ଯାତ୍ରୀଙ୍କ ଠାରୁ ୫କୋଟିରୁ ଅଧିକ ମୂଲ୍ୟର ଡ୍ରଗ୍ସ ଧରିଲା ସନ୍ଧାନୀ କୁକୁର

ତେବେ ଇଡ୍ରିସଙ୍କ ପାସପୋର୍ଟ ଯାଞ୍ଚ ସମୟରେ ଥାଇଲାଣ୍ଡ, ଇଥୋପିଆ ଏବଂ ଦୁବାଇ ଭଳି ଦେଶରୁ ଡ୍ରଗ୍ସ ଚୋରାଚାଲାଣରେ ସଂପୃକ୍ତ ରହିଥିବା ସନ୍ଦେହ ବୃଦ୍ଧି ପାଇଛି । ତେବେ ଏହି ଘଟଣାରେ ଇଡ୍ରିସକୁ ଗିରଫ କରାଯାଇଛି । ତେବେ ଆନ୍ତର୍ଜାତୀୟ ଡ୍ରଗ୍ସ କାରବାର ସିଣ୍ଡିକେଟ ସହିତ ସମ୍ପୃକ୍ତିକୁ ନେଇ ଅଧିକାରୀମାନେ ଅଧିକ ଅନୁସନ୍ଧାନ ଜାରି ରଖିଥିବା କଥା କୁହାଯାଇଛି । ଜବତ ନିଶା ଦ୍ରବ୍ୟ ଜବତ କରିବା ସହିତ ଏହି ଲିଙ୍କ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଛି ଡିଆରଆଇ । ପ୍ରକାଶଥାଉକି, ଅନେକ ସମୟରେ ଚେନ୍ନାଇ ଏୟାରପୋର୍ଟରୁ ନିଶାଦ୍ରବ୍ୟ ଜବତ ହେଉଥିବା ବେଳେ ଏହା ଏକ ପ୍ରକାର ହବ୍ ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଛି । ଯାହାକି ଏତ ପ୍ରକାର ଚିନ୍ତାର କାରଣ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.