ETV Bharat / bharat

15 ବର୍ଷରୁ ଅପରାଧ ସାମ୍ରାଜ୍ୟରେ ଏଣ୍ଟ୍ରି, ମାଫିଆ ମୁଖତାର ପାଲଟିଥିଲା ରାଜନେତା - MUKHTAR ANSARI CRIME EMPIRE - MUKHTAR ANSARI CRIME EMPIRE

MUKHTAR ANSARI CRIME EMPIRE: 1978 ମସିହାରେ ମାତ୍ର 15 ବର୍ଷ ବୟସରେ ଅପରାଧ ଜଗତରେ ପାଦ ରଖିଥିଲା ମୁଖତାର ଅନସାରୀ । ମୁଖତାର ନାମରେ ରହିଛି 65 ଅପରାଧିକ ମାମଲା । ଅପରାଧ ଦୁନିଆରେ ଥାଇ ବି ହୋଇଥିଲା 5 ଥର ବିଧାୟକ । ଅଧିକ ପଢନ୍ତୁ

Mukhtar Ansari
Mukhtar Ansari
author img

By ETV Bharat Odisha Team

Published : Mar 29, 2024, 11:57 AM IST

Updated : Mar 29, 2024, 2:19 PM IST

ଲକ୍ଷ୍ନୌ: ଅପରାଧ ଦୁନିଆର ବାଦଶାହା ଥିଲା ମୁଖତାର ଅନସାରୀ । ଗ୍ୟାଙ୍ଗଷ୍ଟାରରୁ ରାଜନେତା ବନିଥିବା ଉତ୍ତରପ୍ରଦେଶର ଏହି ମାଫିଆଙ୍କ ଗତକାଲି ମୃତ୍ୟୁ ହୋଇଛି । ହତ୍ୟାଠାରୁ ଆରମ୍ଭ କରି ଚୋରାଚାଲାଣ ଓ ହତ୍ୟା ଧମକ ପରି ତାଙ୍କ ନାମରେ ପ୍ରାୟ 65 ଟି ଅପରାଧିକ ମାମଲା ରହିଛି । ଅପରାଧ ଦୁନିଆରେ ଜଡିତ ଥାଇ ମଧ୍ୟ ଏହା ରାଜନୈତିକ ଜୀବନରେ ବାଧା ସୃଷ୍ଟି କରିନଥିଲା । ବିଭିନ୍ନ ରାଜନୈତିକ ଦଳର ଟିକେଟରେ ସେ ପାଞ୍ଚ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲା । ଜେଲରେ ଥାଇ ମଧ୍ୟ ସେ ନିଜ ଗ୍ୟାଙ୍ଗକୁ ଚଳାଇବା ସହ 3 ଥର ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ନଜର ପକାନ୍ତୁ ଅନସାରୀ ଅପରାଧ ଦୁନିଆ ରାଜନୈତିକ ଜୀବନୀ ଉପରେ ।

ଅନସାରୀ ଅପରାଧ ଦୁନିଆ: 1963 ମସିହାରେ ଏକ ପ୍ରତିଷ୍ଠିତ ରାଜନୈତିକ ପରିବାରରେ ଜନ୍ମ ଗ୍ରହଣ କରିଥିଲା ମୁଖତାର ଅନସାରୀ । ନିଜକୁ ଜଣାଶୁଣା ମାଫିଆ ଓ ନିଜ ଗ୍ୟାଙ୍ଗକୁ ପ୍ରତିଷ୍ଠା କରିବା ପାଇଁ ସେ ଅପରାଧ ଦୁନିଆରେ ପ୍ରବେଶ କରିଥିଲା । 1975 ମସିହାରେ ମାତ୍ର 15 ବର୍ଷ ବୟସରେ ଅପରାଧ ଦୁନିଆରେ ଅନସାରୀ ପାଦ ରଖିଥିଲା । ପ୍ରଥମ ଥର ପାଇଁ ଗାଜିପୁରର ସୟଦପୁର ପୋଲିସ ଷ୍ଟେସନରେ ତାଙ୍କ ନାମରେ ଅପରାଧିକ ମାମଲା ରୁଜୁ ହୋଇଥିଲା । ପ୍ରାୟ 10 ବର୍ଷ ପରେ ମାଫିଆ ସର୍କଲରେ ସେ ଜଣେ ଜଣାଶୁଣା ଚେହେରା । ସେତେବେଳେ ତାଙ୍କ ବିରୋଧରେ ଆଉ ଏକ ହତ୍ୟା ମାମଲା ଗଜୀପୁରର ମହମ୍ମଦ ପୋଲିସ ଷ୍ଟେସନରେ ଦାଖଲ କରାଯାଇଥିଲା । ପରବର୍ତ୍ତୀ 10 ବର୍ଷ ପରେ ତାଙ୍କ ନାମରେ ପ୍ରାୟ 14ଟି ମାମଲା ରୁଜୁ ହୋଇ ସାରିଥିଲା । ଦିନ ଗଡ଼ିବା ସାଙ୍ଗକୁ ଅନସାରୀଙ୍କ ଅପରାଧର ଗ୍ରାଫ ମଧ୍ୟ ବଢ଼ି ଚାଲିଥିଲା । କିନ୍ତୁ ରାଜନୀତିରେ ପ୍ରବେଶ କରିବାରେ ଏହା ବାଧା ସୃଷ୍ଟି କରିନଥିଲା ।

ଅପରାଧ ଦୁନିଆରେ ଥାଇ ବି 5 ଥର ବିଧାୟକ ଅନସାରୀ: 1996 ମସିହାରେ ପ୍ରଥମ ଥର ପାଇଁ ବହୁଜନ ସମାଜ ପାର୍ଟିରୁ ମାଉ ବିଧାନସଭା ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲା । 2002 ଏବଂ 2007 ବିଧାନସଭା ନିର୍ବାଚନରେ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଏହି ଆସନ ମଧ୍ୟ ବିଜୟୀ ହୋଇଥିଲା । 2012 ରେ ସେ କ୍ୟୁମି ଏକତା (QED)ଦଳ ଗଠନ କରିଥିଲା । ପୁନର୍ବାର ମାଉ ଆସନରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପୁଣି ସେହି ସମାନ ଆସନରୁ 2017 ନିର୍ବାଚନରେ ବାଜି ମାରିଥିଲା । 2022 ମସିହାରେ ମାଉ ଆସନକୁ ତାଙ୍କ ପୁଅ ଆବାସ ଅନସାରୀଙ୍କ ପାଇଁ ଛାଡିଥିଲା । ସେ ସୁହେଲଦେବ ଭାରତ ସମାଜ ପାର୍ଟିର ଟିକେଟରେ ଲଢି ବିଜୟୀ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ଆଖି ବୁଜିଲା କୁଖ୍ୟାତ ମାଫିଆ ମୁଖତାର ଅନସାରୀ, ହୃଦଘାତ ପରେ ଜେଲରୁ ଅଣାଯାଇଥିଲା ହସ୍ପିଟାଲ - Ansari suffered heart attack

2005 ପରଠାରୁ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଅନସାରୀ ୟୁପି ଏବଂ ପଞ୍ଜାବର ବିଭିନ୍ନ ଜେଲରେ ରହିଥିଲେ । ତାଙ୍କ ନାମରେ ହତ୍ୟାକୁ ମିଶାଇ 28 ଟି ଅପରାଧିକ ମାମଲା ଥିଲା ଏବଂ 2005 ମସିହାରୁ ତାଙ୍କ ବିରୋଧରେ ୟୁପିର ଗ୍ୟାଙ୍ଗଷ୍ଟର ଆକ୍ଟ ଅନୁଯାୟୀ ସାତୋଟି ମାମଲା ପଞ୍ଜିକୃତ ହୋଇଥିଲା । ସେପ୍ଟେମ୍ବର 2022ରେ ସେ ଆଠଟି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ବିଭିନ୍ନ କୋର୍ଟରେ 21 ଟି ମାମଲାରେ ବିଚାରର ସମ୍ମୁଖୀନ ହୋଇଥିଲେ । ପ୍ରାୟ 37 ବର୍ଷ ପୂର୍ବେ ଅନସାରୀଙ୍କ ନାମରେ ଥିହା ବେଆଇନ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ମାମଲାରେ ଚଳିତ ମାସରେ ବାରାଣାସୀ ଏମପି ଏମଏଲଏ କୋର୍ଟରେ ଶୁଣାଣି ହୋଇଥିଲା । ଅନସାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ସହ 2.02 ଲକ୍ଷ ଟଙ୍କା ଜୋରିମାନା ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହା ହେଉଛି ଅଷ୍ଟମ ମାମଲା ଯେଉଁଥିରେ ଗତ 18 ମାସ ମଧ୍ୟରେ ୟୁପିର ବିଭିନ୍ନ ଅଦାଲତ ଦଣ୍ଡିତ କରିଥିଲେ ଏବଂ ଦ୍ୱିତୀୟରେ ତାଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥିଲା।

  • ଜାନୁଆରୀ 22, 1997 : ବିଜେପି ନେତା ତଥା କୋଇଲା ବ୍ୟବସାୟୀ ନନ୍ଦ କିଶୋରଙ୍କ ଅପହରଣ ଓ ହତ୍ୟା କରିଥିବା ନେଇ ଅନସାରୀଙ୍କ ନାମରେ ଏକ ମାମଲାର ରହିଥିିଲା । ଏଥିସହ ମହାବୀର ପ୍ରସାଦ ରୁଙ୍ଗଟାଙ୍କୁ ହତ୍ୟା ଧମକ ଦେଇଥିବା ମାମଲରେ ବାରାଣସୀ ଏମପି ଏମଏଲଏ କୋର୍ଟ ଡିସେମ୍ବର 15, 2023 ରେ ଶୁଣାଣି କରିଥିଲେ । ଏହି ମାମଲାରେ ଅନସାରୀଙ୍କୁ ପାଞ୍ଚ ବର୍ଷ ଛଅ ମାସ ଜେଲ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ ।
  • ଅକ୍ଟୋବର 27, 2023: ଗାଜିପୁର ଏମପି ଏମଏଲଏ କୋର୍ଟ 2010ରେ ଅନସାରୀ ବିରୋଧରେ ଦାଖଲ ହୋଇଥିବା ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ 10 ବର୍ଷ କଠୋର କାରାଦଣ୍ଡ ଏବଂ 5 ଲକ୍ଷ ଜୋରିମାନା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
  • ଜୁନ୍ 5, 2023: ବାରାଣସୀ ଏମପି ଏମଏଲଏ କୋର୍ଟ ପୂର୍ବତନ କଂଗ୍ରେସ ବିଧାୟକ ତଥା ବର୍ତ୍ତମାନର ୟୁପି କଂଗ୍ରେସ ସଭାପତି ଅଜୟ ରାୟଙ୍କ ବଡ ଭାଇଙ୍କ ହତ୍ୟା ମାମଲାରେ ଅନସାରୀୁକ ଆଜୀବନ କାରାଦଣ୍ଡ ପ୍ରଦାନ କରିଥିଲେ । ଅଗଷ୍ଟ 3, 1991 ରେ ସେ ଅଓ୍ବଧେଶ ରାୟଙ୍କୁ ଗୁଳି କରି ହତ୍ୟା କରିଥିଲେ ।
  • ଏପ୍ରିଲ 29, 2023: ଗାଜିପୁର ଏମପି ଏମଏଲଏ କୋର୍ଟ ଅନସାରୀଙ୍କୁ ବିଜେପି ବିଧାୟକ କ୍ରିଷ୍ଣାନନ୍ଦ ରାୟଙ୍କୁ ହତ୍ୟା ଅଭିଯାଗରେ 10 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ।
  • ସେପ୍ଟେମ୍ବର 23, 2022: ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଅନସାରୀଙ୍କୁ 1999 ମସିହାରେ ଲକ୍ଷ୍ନୌର ହଜରଟଗଞ୍ଜ ପୋଲିସ ଷ୍ଟେସନରେ ପଞ୍ଜିକୃତ ହୋଇଥିବା ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ 5 ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏଥିସହ 50,000 ଟଙ୍କା ଜୋରିମାନା ଦେବାକୁ ଘୋଷଣା କରିଥିଲେ ।
  • ଡିସେମ୍ବର 15, 2022: ଗାଜୀପୁର ଏମପିଏମଏଲଏ କୋର୍ଟ ଅନସାରୀ ବିରୋଧରେ 1996 ଏବଂ 2007 ରେ ଅନସାରୀ ବିରୋଧରେ ଦାଖଲ ହୋଇଥିବା ଗ୍ୟାଙ୍ଗଷ୍ଟର ଆକ୍ଟର ଦୁଇଟି ପୃଥକ ମାମଲାରେ 10 ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ କୋର୍ଟ ।
  • ସେପ୍ଟେମ୍ବର 21, 2022: ଗତ 13 ମାସ ମଧ୍ୟରେ ଅନସାରୀଙ୍କୁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ପ୍ରଥମ ସଜ୍ଜା ଶୁଣାଇଥିଲେ । 2023ରେ ଲକ୍ଷ୍ନୌ ଜିଲ୍ଲା ଜେଲର ଜେଲରଙ୍କୁ ଧମକ ଦେଇଥିବା ଅଭିଯୋଗରେ 21 ସେପ୍ଟେମ୍ବର 2022 ରେ ସାତ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

'

  • ମାର୍ଚ୍ଚ 2021: ପଞ୍ଜାବର ରୋପର ଜେଲରୁ ଅନସାରୀକୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ଉତ୍ତରପ୍ରଦେଶ ସରକାର ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଥିଲା । ଏକ ଚୋରି ମାମଲାରେ ଜାନୁଆରୀ 2019ରେ ରୋପର ଜେଲକୁ ଅନସାରୀଙ୍କୁ ପଟାଇ ଦିଆଯାଇଥିଲା । ସେଠାରେ ଦୁଇ ବର୍ଷରୁ ଅଧିକ ସମୟ ରହିଥିଲା । ମାର୍ଚ୍ଚ 2021ରେ ୟୁପି ସରକାରଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ପଞ୍ଜାବ ସରକାରଙ୍କୁ ଅନସାରୀଙ୍କୁ ୟୁପିକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲା ।
  • 2020 ପରଠାରୁ ଅନସାରୀ ଗ୍ୟାଙ୍ଗ ପୋଲିସର ତୀବ୍ର ଉତ୍ତାପରେ ରହି ଏହି ଗ୍ୟାଙ୍ଗର 608 କୋଟି ଟଙ୍କା ମୂଲ୍ୟର ବେଆଇନ ସମ୍ପତ୍ତି ଜବତ କିମ୍ବା ଭାଙ୍ଗି ଦେଇଛି । ଏହି ଅବଧିରେ 215 କୋଟିରୁ ଅଧିକ ମୂଲ୍ୟର ବେଆଇନ ବ୍ୟବସାୟ, ଚୁକ୍ତିନାମା କିମ୍ବା ଟେଣ୍ଡର ମଧ୍ୟ ପୋଲିସ ବନ୍ଦ କରି ଦେଇଥିଲା ।
  • ପଞ୍ଜାବର ରୋପର ଜେଲରୁ ଅନସାରୀଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିକଟକୁ ଯିବାକୁ ପଡ଼ିଲା । ଅନସାରୀ, ସେତେବେଳେ ବିଏସପି ବିଧାୟକ, ଚୋରି ମାମଲାରେ ଜାନୁଆରୀ 2019ରେ ରୋପର ଜେଲରେ ରହିଥିଲା ଏବଂ ସେଠାରେ ଦୁଇ ବର୍ଷରୁ ଅଧିକ ସମୟ ରହିଥିଲୋ ।
  • 2020 ପରେ ଅନସାରୀ ଗ୍ୟାଙ୍ଗର 608 କୋଟି ଟଙ୍କା ମୂଲ୍ୟର ବେଆଇନ ସମ୍ପତ୍ତି ଜବତ କରିଥିଲା । ଏଥିସହ 215 କୋଟିରୁ ଅଧିକ ମୂଲ୍ୟର ବେଆଇନ ବ୍ୟବସାୟ, ଚୁକ୍ତିନାମା କିମ୍ବା ଟେଣ୍ଡର ମଧ୍ୟ ପୋଲିସ ବନ୍ଦ କରି ଦେଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 29, 2024, 2:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.