ETV Bharat / bharat

ଜମି ଘୋଟାଲା ମାମଲା: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ ରାଜ୍ୟପାଳଙ୍କ ଅନୁମୋଦନ - Case against karnataka CM - CASE AGAINST KARNATAKA CM

Governor sanctioned prosecution against CM: ବଢିଲା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ସିଦ୍ଧରମୈୟାଙ୍କ ଅଡୁଆ । ମହୀଶୂର ପ୍ରାଧୀକରଣ ଜମି ଘୋଟାଲା ମାମଲାରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ । ଅଧିକ ପଢନ୍ତୁ

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ ରାଜ୍ୟପାଳଙ୍କ ଅନୁମୋଦନ
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ ରାଜ୍ୟପାଳଙ୍କ ଅନୁମୋଦନ (ETV Bharat Odisha)
author img

By ETV Bharat Odisha Team

Published : Aug 17, 2024, 2:10 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ହେବ ମାମଲା । ମହୀଶୂର ନଗର ଉନ୍ନୟନ ପ୍ରାଧିକରଣ (MUDA) ଘୋଟାଲା ମାମଲାରେ ମୁଖ୍ଯମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ରାଜ୍ୟପାଳ ଥାବର ଚନ୍ଦ୍ର ଗେହେଲଟ୍‌ ଅନୁମୋଦନ ଦେଇଛନ୍ତି । ପ୍ରଦୀପ କୁମାର, ଟି.ଜେ ଆବ୍ରହାମ ଏବଂ ସ୍ନେହମୟୀ କ୍ରିଷ୍ଣା ନାମକ ତିନିଜଣ କାର୍ଯ୍ୟକର୍ତ୍ତା, ମୁଖ୍ୟମନ୍ତ୍ରୀ ଏହି ଘୋଟାଲାରେ ସମ୍ପୃକ୍ତ ଓ ତାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ରାଜଭବନର ଦ୍ବାରସ୍ଥ ହୋଇଥିଲେ । ମାମଲାରେ ଏହି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ତାଙ୍କ ପତ୍ନୀ ଓ ପୁଅ ଜତୀନ୍ଦ୍ରଙ୍କୁ ପକ୍ଷଭୁକ୍ତ କରାଯାଇଛି ।

  • ମାମଲା ରୁଜୁ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ:-

ରାଜଭବନ ସଚିବାଳୟରୁ ମିଳିଥିବା ସୂଚନା ଅନୁସାରେ,‘1988-ଦୁର୍ନୀତି ନିବାରଣ ଅଧିନିୟମ’ ଓ ଭାରତୀୟ ନ୍ୟାୟ ସଂହିତାର ଧାରା ‘ବିଏନଏସ-218’ ଅନୁସାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ମାମଲା କରିବାକୁ ରାଜ୍ୟପାଳ ଅନୁମୋଦନ ଦେଇଛନ୍ତି । 2023 ମସିହାରେ ଏହି ଘୋଟାଲା ହୋଇଥିବା ଆବେଦନରେ ଦର୍ଶାଯାଇଥିଲା । ତେବେ ରାଜ୍ୟପାଳଙ୍କ ନିର୍ଦ୍ଦେଶ ସମ୍ପର୍କରେ ସୂଚନା ମିଳିଥିବା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ମଧ୍ୟ ସ୍ବୀକାର କରିଛି । ରାଜ୍ୟରେ ବିରୋଧୀ ଆସନରେ ଥିବା ଭାରତୀୟ ଜନତା ପାର୍ଟି ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ସ୍ବାଗତ କରିଛି । ପାର୍ଟିର ପ୍ରଦେଶ ମୁଖ୍ୟ ବିଜୟେନ୍ଦ୍ର ଏହାକୁ ସ୍ବାଗତ କରି ଟ୍ବିଟ୍‌ ମଧ୍ୟ କରିଛନ୍ତି ।

  • ରାଜ୍ୟପାଳଙ୍କ ଉପରେ ବର୍ଷିଲା କଂଗ୍ରେସ:-

ସେହିପରି କଂଗ୍ରେସ ଏହାକୁ ବିରୋଧ କରିବା ସହ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଡିଫେଣ୍ଡ କରିଛି । ରାଜ୍ୟପାଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରାସ୍ବାମୀ ଓ ପୂର୍ବତନ ମନ୍ତ୍ରୀ ଶଶିକଳା ଜୋଲେ ଓ ମୁର୍ଗେଶ ନିରାନୀଙ୍କ ବିରୋଧରେ ଥିବା ମାମଲାର ତଦନ୍ତ ନିର୍ଦ୍ଦେଶ ଦେଉନାହାନ୍ତି । କେବଳ କିଛି ବ୍ୟକ୍ତିଗତ ଅଭିଯୋଗରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ଏହି ତଦନ୍ତ ନିର୍ଦ୍ଦେଶ ଦେବା ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି ସ୍ପଷ୍ଟ ଜଣାପଡୁଛି ବୋଲି ଶାସକ ଦଳ କହିଛି ।

ଏହା ମଧ୍ୟ ପଢନ୍ତୁ:- କୋଲକାତା ମହିଳା ଡାକ୍ତର ଦୁଷ୍କର୍ମ ଘଟଣାର ପ୍ରତିବାଦ, IMAର ୨୪ ଘଣ୍ଟିଆ ଧର୍ମଘଟ, ଓଡ଼ିଶାରେ ପ୍ରଭାବ - KOLKATA RAPE MURDER CASE

  • ରାଜ୍ୟପାଳଙ୍କ ନୋଟିସ ବିରୋଧରେ ସଙ୍କଳ୍ପ ପାରିତ କରିଥିଲେ କର୍ଣ୍ଣାଟକ ସରକାର:-

ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ଏହି ଅଭିଯୋଗ ଆସିବା ପରେ ଗତମାସ ରାଜଭବନ ତାଙ୍କୁ ଜବାବ ମାଗିଥିଲେ । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଉତ୍ତର 7ଦିନ ମଧ୍ୟରେ ରଖିବାକୁ ରାଜଭବନ ପକ୍ଷରୁ ନିର୍ଦ୍ଦେଶ ମିଳିଥିଲା । ଏହାକୁ ବିରୋଧ କରି ସିଦ୍ଧରମୈୟା କ୍ୟାବିନେଟ ଏକ ସଙ୍କଳ୍ପ ମଧ୍ୟ ପାରିତ କରିଥିଲା । ରାଜଭବନ ଜାରି କରିଥିବା ନୋଟିସ ପ୍ରତ୍ୟାହାର କରିବା ପାଇଁ ଏଥିରେ ଦାବି କରାଯାଇଥିଲା । ରାଜ୍ୟପାଳଙ୍କ ଏପରି କାର୍ଯ୍ୟ ସମ୍ବିଧାନ ପ୍ରଦତ୍ତ କ୍ଷମତାର ଅପବ୍ୟବହାର ବୋଲି ଉକ୍ତ ସଙ୍କଳ୍ପରେ ଉଲ୍ଲେଖ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.