ETV Bharat / bharat

ମୋଦି 3.0ରେ ବଢିଲା କ୍ୟାବିନେଟ୍ ଆକାର; 24 ମନ୍ତ୍ରିମଣ୍ଡଳରେ 24 ରାଜ୍ୟକୁ ପ୍ରତିନିଧିତ୍ବ, ଓଡ଼ିଶାରୁ ୩ - Modi Cabinet 2024 - MODI CABINET 2024

Modi Cabinet 2024: ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି 24 ରାଜ୍ୟର ସାଂସଦ । ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି ଏନଡିଏ ସହଯୋଗୀ ଦଳର 11 ସାଂସଦ । ଅଧିକ ପଢନ୍ତୁ

Modi Cabinet 2024
Modi Cabinet 2024 (@narendramodi)
author img

By ETV Bharat Odisha Team

Published : Jun 10, 2024, 11:38 AM IST

Updated : Jun 10, 2024, 1:48 PM IST

ନୂଆଦିଲ୍ଲୀ: ମୋଦିଙ୍କ ସମେତ ମନ୍ତ୍ରୀମଣ୍ଡଳରେ 72 ଜଣ ସାଂସଦ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । କ୍ୟାବିନେଟରେ 24 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସାଂସଦଙ୍କୁ ସ୍ଥାନ ମିଳିଛି । ଏନଡିଏ ମେଣ୍ଟର ମୁଖ୍ୟ ଦଳ ବିଜେପି ନିକଟରେ 61ଟି ମନ୍ତ୍ରୀ ପଦ ରହିଥିବା ବେଳେ ଅବଶିଷ୍ଟ 11ଟି ପଦ ବିଭିନ୍ନ ସହଯୋଗୀ ଦଳକୁ ଯାଇଛି । ଟିଡିପି ଓ ଜେଡିୟୁକୁ ଦୁଇଟି ଲେଖାଏଁ ମନ୍ତ୍ରୀ ପଦ ମିଳିଥିବା ବେଳେ ଆରଏଲଡି, ଏଲଜେପି, ଜେଡିଏସ୍, ହାମ୍(ଏସ୍), ଅପନା ଦଳ(ଏସ୍), ଆରପିଆଇ, ଶିବସେନାରୁ ଜଣେ ଲେଖାଏଁ ମନ୍ତ୍ରୀ ହୋଇଛନ୍ତି।

MODI CABINET 2024
MODI CABINET 2024 (ETV BHARAT ODISHA)

କେଉଁ ରାଜ୍ୟରୁ କେକେ ସାଂସଦ ପାଇଲେ ମନ୍ତ୍ରୀପଦ ?: ରାଜ୍ୟଓ୍ବାରି ଦେଖିଲେ ଉତ୍ତରପ୍ରଦେଶରୁ ସର୍ବାଧିକ 10 ଜଣଙ୍କୁ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ମିଳିଛି । 8 ଆସନ ସହ ବିବାର ଦ୍ବିତୀୟ ଓ ମହାରାଷ୍ଟ୍ର 6, ମଧ୍ୟପ୍ରଦେଶ 5 ଆସନ ସହ ତୃତୀୟ ସ୍ଥାନରେ ରହିଛି । ରାଜସ୍ଥାନ, ଗୁଜୁରାଟ, କର୍ଣ୍ଣାଟକ 4ଟି ଲେଖାଏଁ ଆସନ ପାଇ ଚତୁର୍ଥ ସ୍ଥାନରେ ରହିଛନ୍ତି । ତାମିଲନାଡୁ, ହରିୟାଣା, ଆନ୍ଧ୍ରପ୍ରଦେଶ, ଓଡିଶା 3ଟି ଲେଖାଏଁ ଆସନ ପାଇ ପଞ୍ଚମ ସ୍ଥାନରେ ରହିଛନ୍ତି । କେରଳ, ଝାଡଖଣ୍ଡ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ପଞ୍ଜାବ, ଆସାମ 2ଟି ଲେଖାଏଁ ଓ ଜମ୍ମୁ -କାଶ୍ମୀର, ହିମାଚଳପ୍ରଦେଶ, ଦିଲ୍ଲୀ, ଉତ୍ତରାଖଣ୍ଡ, ଛତିଶଗଡ, ଗୋଆ, ଅରୁଣାଚଳ ପ୍ରଦେଶର ଜଣେ ଲେଖାଏଁ ସାଂସଦଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି ।

MODI CABINET 2024
MODI CABINET 2024 (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଆଜି ବସିବ ମୋଦି ସରକାରର ପ୍ରଥମ କ୍ୟାବିନେଟ ବୈଠକ, କାହାକୁ ମିଳିବ କେଉଁ ମନ୍ତ୍ରଣାଳୟ ? - Cabinet meeting

ଏହି ରାଜ୍ୟ ଓ କେନ୍ଦ୍ରଶାସିତ ସାଂସଦଙ୍କୁ ମନ୍ତ୍ରୀମଣ୍ଡଳରେ ମିଳିଲାନି ସ୍ଥାନ: ଉତ୍ତର ପୂର୍ବର ମାତ୍ର 2 ରାଜ୍ୟ ଆସାମ, ଅରୁଣାଚଳ କେନ୍ଦ୍ର କ୍ୟାବିନେଟରେ ପ୍ରତିନିଧିତ୍ବ ପାଇଛନ୍ତି । ଅନ୍ୟ ଉତ୍ତର ପୂର୍ବ ରାଜ୍ୟ ମିଜୋରାମ, ମେଘାଳୟ, ନାଗାଲାଣ୍ଡ, ସିକ୍କିମ, ମଣିପୁର, ତ୍ରିପୁରାରୁ କେହି ଜଣେ ହେଲେ ସାଂସଦଙ୍କୁ କ୍ୟାବିନେଟରେ ସ୍ଥାନ ମିଳିନାହିଁ ।

MODI CABINET 2024
MODI CABINET 2024 (ETV BHARAT ODISHA)

ବଢୁଛି ମନ୍ତ୍ରିମଣ୍ଡଳ ଆକାର: 2014, 2019 ତୁଳନାରେ 2024ରେ ମୋଦିଙ୍କ ମନ୍ତ୍ରୀମଣ୍ଡଳ ଆକାର ବଢିଛି । 2014ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ଗ୍ରହଣ କରିଥିଲେ । ସେହି ସମୟରେ ମୋଟ 46 ଜଣ ସାଂସଦ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ । ସେହିପରି ମୋଦିଙ୍କ ଦ୍ବିତୀୟ ପାଳି ତଥା 2019ରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଆକାର ବୃଦ୍ଧି ହୋଇ 58 ଜଣଙ୍କୁ ମନ୍ତ୍ରୀପଦ ମିଳିଥିଲା । ମୋଦିଙ୍କ ତୃତୀୟ ପାଳିରେ ଏହି ସଂଖ୍ୟା 72 ଛୁଇଁଛି । ଗତକାଲି ପ୍ରଧାନମନ୍ତ୍ରୀ ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । 30 ଜଣଙ୍କୁ ମିଳିଛି କ୍ୟାବିନେଟ ପାହ୍ୟା । 5ଜଣ ସ୍ବରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ) ଓ 36 ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି । ସେମାନଙ୍କ ମଧ୍ୟରେ 27 ଜଣ ଓବିସି, 10 ଅନୁସୂଚିତ ଡାତି, 5 ଜଣ ସଂଖ୍ୟାଲଘୁ ଓ 5 ଜଣ ଜନଜାତି ରହିଛନ୍ତି ।

Last Updated : Jun 10, 2024, 1:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.