ETV Bharat / bharat

ଗୁଜରାଟ ବିଶ୍ବବିଦ୍ୟାଳୟରେ ନମାଜପାଠକୁ ନେଇ ହିଂସାକାଣ୍ଡ, 5 ବିଦେଶୀ ଛାତ୍ର ଆହତ

author img

By ETV Bharat Odisha Team

Published : Mar 17, 2024, 4:09 PM IST

Mob Attacks Foreign Students Over Namaz Inside Gujarat Hostel: ଗୁଜରାଟ ବିଶ୍ବବିଦ୍ୟାଳୟରେ ନମାଜପାଠକୁ ନେଇ ବିଦେଶୀ ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ । 5 ଆହତ ହସ୍ପିଟାଲରେ ଭର୍ତ୍ତି । ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ଗୃହମନ୍ତ୍ରୀ । ଅଧିକ ପଢନ୍ତୁ

ଗୁଜୁରାଟ ବିଶ୍ବବିଦ୍ୟାଳୟରେ ବିଦେେଶୀ ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ, 5 ଆହତ

ଗାନ୍ଧୀନଗର: ଗୁଜରାଟ ବିଶ୍ବବିଦ୍ୟାଳୟରେ ନମାଜପାଠକୁ ନେଇ ବିଦେଶୀ ଛାତ୍ରଙ୍କୁ ସଙ୍ଘବଦ୍ଧ ଆକ୍ରମଣ ହୋଇଛି । ଏଥିରେ 5ଜଣ ବିଦେଶୀ ଛାତ୍ର ଆହତ ହୋଇଛନ୍ତି । ଗତକାଲି ରାତିରେ ବିଶ୍ବବିଦ୍ୟାଳୟ ହଷ୍ଟେଲ ପରିସରରେ ଏହି ହିଂସାକାଣ୍ଡ ଘଟିଛି । ଆହତଙ୍କ ମଧ୍ୟରେ ଆଫ୍ରିକୀୟ ଦେଶ ସମେତ ଉଜବେକିସ୍ତାନ ଓ ଆଫଗାନିସ୍ତାନର ଛାତ୍ର ରହଛନ୍ତି । ଗତକାଲି ବିଳମ୍ବିତ ସନ୍ଧ୍ୟାରେ ହଷ୍ଚେଲ ପରିସରରେ ନମାଜପାଠକୁ ନେଇ ଉତ୍ତେଜନା ଦେଖାଯାଇଥିଲା । ଏହା ପରେ କିଛି ଛାତ୍ର ଏହି ବିଦେଶୀ ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ କରିବା ସହ ହଷ୍ଟେଲରେ ଭଙ୍ଗାରୁଜା କରିଥିଲେ ।

ଆହତ ଛାତ୍ରମାନେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ପୋଲିସରେ ଅଭିଯୋଗ ହେବା ପରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । ବିଦେଶୀ ଛାତ୍ରଙ୍କୁ ଆକ୍ରମଣ ଘଟଣାକୁ ଗୁଜରାଟ ସରକାର ଗମ୍ଭୀରତାର ସହ ନେଇଛନ୍ତି । ରାଜ୍ୟ ଗୃହମନ୍ତ୍ରୀ ହର୍ଷ ସିଙ୍ଘଭି ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ସହ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଆହତ ଛାତ୍ରଙ୍କ ମଧ୍ୟରେ ଆଫଗାନିସ୍ତାନ, ଶ୍ରୀଲଙ୍କା, ତୁର୍କମେନିସ୍ଥାନରୁ ଜଣେ ଲେଖାଏଁ ଥିବାବେଳେ ଅନ୍ୟ ଦୁଇ ଛାତ୍ର ଆଫ୍ରିକୀୟ ଦେଶରୁ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଆଜି ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାର ଶେଷ ଦିନ; ମୁମ୍ବାଇରେ ରାଲି କରିବ ଇଣ୍ଡିଆ ମେଣ୍ଟ

ଆହତ ଛାତ୍ରଙ୍କ ବୟାନ ଅନୁସାରେ, କ୍ୟାମ୍ପସ ନିକଟବର୍ତ୍ତୀ ଏରିଆରେ କୌଣସି ମସଜିଦ ନଥିବାରୁ ସେମନେ ବାଧ୍ୟ ହୋଇ ହଷ୍ଟେଲ କ୍ୟାମ୍ପସରେ ନମାଜପାଠ ପାଇଁ ଏକାଠି ହୋଇଥିଲେ । ଏହି ସମୟରେ ଅନ୍ୟ ଛାତ୍ରଙ୍କ ଏକ ଗୋଷ୍ଠୀ ସେଠାରେ ପହଞ୍ଚି ସେମାନଙ୍କୁ ଆକ୍ରମଣ କରିଥିଲେ । ସେମାନଙ୍କୁ ସଂଘବଦ୍ଧ ମାଡ ମାରିବା ସହ ମୋବାଇଲ ଲାପଟପ ଅନ୍ୟ ସାମଗ୍ରୀ ମଧ୍ୟ ଭାଙ୍ଗି ଦେଇଥିଲେ । ବେଶ କିଛି ସମୟ ଧରି ଏହି ଉତ୍ତେଜନା ଜାରି ରହିଥିବା ବେଳେ ପୋଲିସ ପହଞ୍ଚିବା ପରେ ଆକ୍ରମଣକାରୀ ଛାତ୍ରଗୋଷ୍ଠୀ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ଆହତ ବିଦେଶୀ ଛାତ୍ରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି କ୍ୟାମ୍ପସରେ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି । ସ୍ଥାନୀୟ ଜିଲ୍ଲାଧିକାରୀ ଓ ପୋଲିସ ଅଧିକାରୀ ବିଶ୍ବବିଦ୍ୟାଳୟ ଭିସିଙ୍କ ସହ ବୈଠକ କରିଛନ୍ତି । ତଦନ୍ତ ଜାରି ରହିଛି, ଭିଡହିଂସାରେ ସମ୍ପୃକ୍ତ ଛାତ୍ରଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରହିଛି । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.