ETV Bharat / bharat

ସ୍ମୃତି ସଭାକୁ ଗଲେନି ବୋଲି..ନାବାଳକକୁ ଅର୍ଦ୍ଧ ଉଲଗ୍ନ କରି ସହରରେ ଚଲାଇଲେ ହଷ୍ଟେଲ ଛାତ୍ର

author img

By ETV Bharat Odisha Team

Published : Jan 28, 2024, 9:28 AM IST

Minor paraded half naked in Karnataka: ଜଣେ ନାବାଳକଙ୍କ ଛାତ୍ରଙ୍କୁ ଅର୍ଦ୍ଧ ଉଲଗ୍ନ କରି ମୁଣ୍ଡରେ ଆମ୍ବେଦକରଙ୍କ ଫଟୋ ରଖି ରାଜରାସ୍ତାରେ ଚଲାଇଲେ 15ରୁ 20 ଜଣ ହଷ୍ଟେଲ ଛାତ୍ର । କର୍ଣ୍ଣାଟକରେ ଘଟିଛି ଏହି ଲଜ୍ଜାଜନକ ଘଟଣା । ଅଧିକ ପଢନ୍ତୁ

Minor paraded half naked in Karnataka
କର୍ଣ୍ଣାଟକରେ ଲଜ୍ଜା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଲଜ୍ଜା । ଜଣେ ନାବାଳକ ଛାତ୍ରଙ୍କୁ ଅର୍ଦ୍ଧ ଉଲଗ୍ନ କରି ତାଙ୍କ ମୁଣ୍ଡରେ ବି ଆର ଆମ୍ବେଦକରଙ୍କ ଫଟୋ ସହର ସାରା ଚଲାଇବା ଭଳି ଘଟଣା ସାମ୍ନାକୁ ଆସିଛି । ଏନେଇ ପୀଡିତ ନାବାଳକଙ୍କ ଥାନାରେ ଅଭିଯୋଗ ପରେ ପାଖାପାଖି 20 ଜଣ ଛାତ୍ରଙ୍କ ନାଁରେ ପୋଲିସ ମାମଲା ଦାୟର କରିବା ସହ ଘଟଣାର ତଦନ୍ତ ଜାରି ରଖିଛି । ଜଣେ ନାବାଳକଙ୍କୁ ନାବାଳକ ମୁଣ୍ଡରେ ବି ଆର ଆମ୍ବେଦକରଙ୍କ ଫଟୋ ରଖି ତାଙ୍କୁ ସହର ସାରା ଅର୍ଦ୍ଧ ଉଲଗ୍ନ କରି ବୁଲାଇଥିବା ଅଭିଯୋଗ ହୋଇଛି ।

ତେବେ ପୀଡିତ ଛାତ୍ରଙ୍କ ଅଭିଯୋଗ ଅନୁଯାୟୀ, କର୍ଣ୍ଣାଟକର କାଲାବୁରାଗି ଜିଲ୍ଲାର ଏକ ଛାତ୍ରାବାସରେ ପ୍ରତି ରବିବାର ଦିନ ସମ୍ୱିଧାନର ପ୍ରଣେତା ଡ. ବି ଆର ଆମ୍ବେଦକରଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇଥାଏ । ତେବେ କୌଣସି କାରଣବଶତଃ ଛାତ୍ରଜଣକ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମନା କରିବାରୁ ହଷ୍ଟେଲ ପରିସରରେ ଉତ୍ତେଜନା ସ୍ଥିତି ସୃଷ୍ଟି ହୋଇଥିଲା । ହଷ୍ଟେଲର ପାଖାପାଖି 15ରୁ 20 ଜଣ ଛାତ୍ର ଏଥିରେ ଉତକ୍ଷିପ୍ତ ହୋଇ ତାଙ୍କୁ ମାରପିଟ କରିବା ସହ ତାଙ୍କ ମୁଣ୍ଡରେ ଆମ୍ବେଦକରଙ୍କ ଫଟୋ ରଖି ଅର୍ଦ୍ଧ ଉଲଗ୍ନ କରି କାଲାବୁରାଗି ସହର ସାରା ବୁଲାଇଥିଲେ ।

ଏହାମଧ୍ୟ ପଢନ୍ତୁ.. ପୁଅର ପ୍ରେମ ପାଇଁ ମା’ ଉପରେ ଅମାନବୀୟ ଅତ୍ୟାଚାର; ରାସ୍ତାରେ ଉଲଗ୍ନ କରି ଚଳାଇଲେ, ଖୁଣ୍ଟରେ ବାନ୍ଧି ମାଡ

ଏହି ଘଟଣା ପରେ ପୀଡିତ ଛାତ୍ରଙ୍କ ବାପା ସ୍ଥାନୀୟ ଅଶୋଗ ନଗର ଥାନାରେ 15ରୁ 20 ଜଣ ଛାତ୍ରଙ୍କ ନାଁରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଆଇପିସି ଧାରା 341, 323, 504, 505(2) ଓ 506ରେ ମାମଲା ରୁଜ୍ଜୁ କରି ପୋଲିସ ତଦନ୍ତ ଜାରି ରଖିଛି । ତେବେ ଏନେଇ ଏକ ଭିଡିଓ କ୍ଲିପ ଅଶୋକ ନଗର ଥାନା ପୋଲିସ ହାତରେ ଲାଗିଥିବା ସୂଚନା ରହିଛି । ଗୁରୁବାର ଦିନ ଥାନାରେ ଅଭିଯୋଗ କରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା ।

ସୂଚନା ଯୋଗ୍ୟ, ଜାନୁଆରୀ 22 ତାରିଖ ଦିନ ରାତିରେ କୋଟନୁର(ଡି) ଗାଁରେ ଲୁମ୍ବିନି ଗାର୍ଡେନରେ ଥିବା ଆମ୍ବେଦକର ପ୍ରତିମୂର୍ତ୍ତିରେ କିଛି ଅଜଣା ବ୍ୟକ୍ତି ଜୋତାମାଳ ପିନ୍ଧାଇ ଦେଇଥିଲେ । ଯାହାକୁ ନେଇ ଗାଁରେ ବିବାଦ ଦେଖିବାକୁ ମିଳିଥିଲା । 23 ଜାନୁଆରୀରେ ଦଳିତ ସଂଗଠନ ଏହି ଘଟଣାକୁ ବିରୋଧ କରିବା ସହ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ । ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ହିଂସାର ବାତାବରଣ ସୃଷ୍ଟି ହୋଇଥିବା ବେଳେ ହଷ୍ଟେଲରେ ଏଭଳି ଘଟଣା ଘଟିଛି । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.