ETV Bharat / bharat

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କଲା ସାଙ୍ଗର ବାପା - Rape in Himachal

author img

By ETV Bharat Odisha Team

Published : Mar 24, 2024, 8:57 AM IST

Rape in Himachal: ସାଙ୍ଗ ଘରକୁ ବୁଲିବାକୁ ଯାଇଥିବା ବେଳେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କଲା ସାଙ୍ଗର ବାପା । ହିମାଚଳ ପ୍ରଦେଶରେ ଘଟିଛି ଏଭଳି ଅମାନୁଷିକ ଘଟଣା । ଅଧିକ ପଢନ୍ତୁ

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କଲା ସାଙ୍ଗର ବାପା

ଶିମଲା: ହିମାଚଳ ପ୍ରଦେଶ ଉନ୍ନା ଜିଲ୍ଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି । ଦୁଷ୍କର୍ମ କରିଥିବା ବ୍ୟକ୍ତି ହେଉଛି ଝିଅଟିର ସାଙ୍ଗର ବାପା । ସ୍କୁଲ ଛୁଟି ପରେ ସେ ସାଙ୍ଗ ସହ ତାଙ୍କ ଘରକୁ ବୁଲିବାକୁ ଯାଇଥିବା ବେଳେ ସେଠାରେ ସାଙ୍ଗର ବାପା ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପୀଡିତାଙ୍କ ମାଆ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ସୈତାନ ସାଜିଲା ସାଙ୍ଗର ବାପା: ପୀଡିତାଙ୍କ ମାଆ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅ ବଙ୍ଗାଣା ଅଞ୍ଚଳର ଗୋଟିଏ ସରକାରୀ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢେ । ବୁଧବାର ଦିନ ଝିଅ ତା'ର ଜଣେ ସାଙ୍ଗ ଘରକୁ ବୁଲିବାକୁ ଯାଇଥିଲା । ଦୁଇ ତିନି ଘଣ୍ଟା ରହିବା ପରେ ସେ ଘରକୁ ଫେରିବାକୁ କହିଥିଲା । କିନ୍ତୁ ଅଧିକ ସମୟ ହୋଇଯାଇଥିବାରୁ ଘରକୁ ଆସି ପାରିନଥିଲା । ଏହାପରେ ଯେତେବେଳେ ସେ (ମାଆ) ନିଜ ଝିଅକୁ ଫୋନ କଲେ, ସାଙ୍ଗର ବାପା ତା' ସହିତ ଖରାପ କାମ କରିଥିବା ସେ ଜଣାଇଥିଲା । ଏହା ଶୁଣି ମହିଳା ନିଜ ଭାଇଙ୍କୁ ନେଇ ସଙ୍ଗେ ସଙ୍ଗେ ସାଙ୍ଗ ଘରେ ପହଞ୍ଚିଥିଲେ ଏବଂ ଝିଅକୁ ଧରି ଘରକୁ ଆସିଥିଲେ ।

ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ: ଏହାପରେ ଥାନାରେ ପହଞ୍ଚି ଝିଅ ସାଙ୍ଗର ବାପାଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ । ଅଭିଯୋଗ କ୍ରମେ ପୋଲିସ ପୋକ୍ସୋ ଆକ୍ଟ ଅନୁସାରେ ଏଫଆଇଆର ରୁଜୁ କରି ମାମଲାର ଛାନଭିନ୍ କରୁଛି । ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । କିନ୍ତୁ ଏ ଯାଏଁ ଅଭିଯୁକ୍ତକୁ ଗିରଫ କରାଯାଇନି । ଏନେଇ ଉନ୍ନା ଏସପି ରାକେଶ ସିଂହ କହିଛନ୍ତି, ''ପୋଲିସ ଅଭିଯୋଗ ଆଧାରରେ ପୋକ୍ସୋ ଆକ୍ଟରେ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଛି । ଘଟଣାର ତଦନ୍ତ କରାଯାଉଛି ।''

ତେବେ ହିମାଚଳ ପ୍ରଦେଶରେ ନାବାଳିକା ଓ ମହିଳାଙ୍କ ବିରୋଧରେ ଅପରାଧିକ ମାମଲା ବଢିବାରେ ଚାଲିଛି । ଅନେକ ସମୟରେ ବିଭିନ୍ନ ସ୍ଥାନରୁ ଦୁଷ୍କର୍ମ ମାମଲା ସାମ୍ନାକୁ ଆସୁଛି । ଏବେ ଉନ୍ନାରେ ଷଷ୍ଠ ଶ୍ରେଣୀ ଛାତ୍ରୀ ନିଜ ସାଙ୍ଗର ବାପା ଦ୍ବାରା ଦୁଷ୍କର୍ମର ଶିକାର ହେବା ଚାରିଆଡେ ଆଲୋଡନ ସୃଷ୍ଟି କରିଛି ।

ଏହା ମଧ୍ୟ ପଢନ୍ତୁ: ସୀମା ଟପିଲା ଘୃଣ୍ୟ ମାନସିକତା: ICUରେ ଚିକିତ୍ସାଧୀନ ଗୁରୁତର ମହିଳାଙ୍କୁ ଦୁଷ୍କର୍ମ କଲା ନର୍ସିଂ ଷ୍ଟାଫ

ଏହା ମଧ୍ୟ ପଢନ୍ତୁ: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, 63 ବର୍ଷୀୟ ବୃଦ୍ଧ ଗିରଫ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.