ETV Bharat / bharat

Haryana Beef Blamed: ଗୋମାଂସ ଖାଇବା ସନ୍ଦେହରେ ପ୍ରବାସୀ ଶ୍ରମିକଙ୍କୁ ପିଟି ପିଟି ହତ୍ୟା! ମୁଖ୍ୟମନ୍ତ୍ରୀ କହିଲେ ତାଙ୍କୁ ରୋକିବ କିଏ - Murder On Eating Beef Suspension - MURDER ON EATING BEEF SUSPENSION

Murder On Eating Beef Suspension in Haryana: ହରିୟାଣାରୁ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ଘଟଣା । ପଶ୍ଚିମବଙ୍ଗର ଜଣେ ପ୍ରବାସୀ ଶ୍ରମିକଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ଲୋକେ । ଯାହାକୁ ନେଇ ଭୟର ବାତାବରଣ ଥିବାବେଳେ ପୋଲିସ ପ୍ରବାସୀଙ୍କ ପରିବାରର ସୁରକ୍ଷା ଉପରେ ଗୁରୁତ୍ବ ଦେଇଛି । ପୂରା ଖବର ପଢନ୍ତୁ

Haryana Murder
Haryana Murder (ETV Bharat Haryana)
author img

By ETV Bharat Odisha Team

Published : Sep 1, 2024, 8:15 AM IST

ଚଣ୍ଡିଗଡ଼: ଗୋମାଂସ ଖାଇବା ସନ୍ଦେହରେ ପ୍ରବାସୀଙ୍କୁ ପିଟି ପିଟି ହତ୍ୟା । ହରିୟାଣାରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ପୋଲିସ ଘଟଣାକୁ ଗୁରୁତର ସହ ନେଇ ଏହି ମାମଲାରେ ୭ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ମଧ୍ୟ ରହିଛନ୍ତି । ସେପଟେ ଏଭଳି ଘଟଣାକୁ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନି ।

କାହିଁକି ଘଟିଲା ହତ୍ୟାକାଣ୍ଡ?

ସୂଚନା ଅନୁସାରେ, ହରିୟାଣାର ଚରଖି ଦାଦ୍ରିର ବାଢଡାରେ ଜଣେ ପ୍ରବାସୀଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଗୋମାଂସ ଖାଇବା ସନ୍ଦେହରେ ଏପରି କରାଯାଇଥିବା ଜଣାପଡ଼ିଛି । ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଯେଉଁ ବ୍ୟକ୍ତିଙ୍କୁ ମାଡ଼ ମରାଯାଉଥିଲା ଶେଷରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଆଉ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତଦେହ ଭାଣ୍ଡୱା ଅଞ୍ଚଳରୁ ଉଦ୍ଧାର କରାଯାଇଛି । ଏହି ମାରପିଟ୍ ଘଟଣା ଗତ ୨୭ ତାରିଖରେ ହୋଇଥିବା କୁହାଯାଉଛି ।

ପୋଲିସର କାର୍ଯ୍ୟାନୁଷ୍ଠାନ:

ଭିଡିଓ ଭାଇରାଲ ହେବା ମାତ୍ରେ ଆକ୍ସନ ମୋଡକୁ ଆସିଛି ପୋଲିସ । ମୃତକଙ୍କ ସମ୍ପର୍କୀୟଙ୍କ ଏତଲା ଆଧାରରେ ପୋଲିସ ମାମଲା ରୁଜୁ କରିଛି । ଏହାସହ ସମ୍ପୃକ୍ତ ଥିବା ୭ ଜଣଙ୍କୁ ଗିରଫ ଗିରଫ କରିଛି ପୋଲିସ । ସେପଟେ ପ୍ରବାସୀଙ୍କ ମଧ୍ୟରେ ଭୟର ବାତାବରଣ ଥିବାବେଳେ ପୋଲିସ ପକ୍ଷରୁ ସେମାନଙ୍କ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଡିଏସପି ଭାରତ ଭୂଷଣ କହିଛନ୍ତି, "ଏପରି ଘଟଣାର ଯେପରି ପୁନରାବୃତ୍ତି ନହେବା ସେଥିପ୍ରତି ପୋଲିସ ସଜାଗ ରହିଛି ।"

ଏହା ବି ପଢନ୍ତୁ...'ମୁଁ ମୋ ମାଆଙ୍କୁ ହତ୍ୟା କରିଛି'; Sorry ମାଆ.., ଜନ୍ମଦାତ୍ରୀକୁ ଗଳାକାଟି ହତ୍ୟା କରିବା ପରେ ସୋସିଆଲ ମିଡିଆରେ କ୍ଷମା ମାଗିଲା ପୁଅ - Son Killed Mother

ଘଟଣାକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ:

ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନି ଏହି ଘଟଣାକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି, "ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ । ଗୋମାତାଙ୍କ ସୁରକ୍ଷା ପାଇଁ ଆଇନ ଅଛି । ଯଦି କାହାରିକୁ ଗୋମାତା ଅସୁରକ୍ଷିତ ଥିବା ମନେ ହେଉଛି, ତେବେ ସେମାନେ ଆଇନର ଆଶ୍ରୟ ନେଇପାରିବେ । ହେଲେ ତଥାପି ଯଦି ସେମାନଙ୍କୁ ଏମିତି ଲାଗିବ କିଏ ତାଙ୍କୁ ରୋକିବ? ଗୋମାତାଙ୍କ ପ୍ରତି ଗାଁ ଲୋକଙ୍କ ଏତେ ଶ୍ରଦ୍ଧା ଯେ ଏଭଳି ଖବର ସେମାନେ ପାଇ ଉତ୍ତ୍ୟକ୍ତ ହେଲେ ଗାଁ ଭିତରେ କ'ଣ ହେଉଛି କ'ଣ ନହେଉଛି ସେକଥା କେମିତି ବା ଜଣାପଡିବ? ହେଲେ ଏଭଳି ଘଟଣାକୁ ମୁଁ ତୀବ୍ର ନିନ୍ଦା କରୁଛି ।" ଗୋଟିଏ ପଟେ ନିର୍ବାଚନ ହାତ ପାହାନ୍ତାରେ ଥିବାବେଳେ ଏଭଳି ହିଂସାକାଣ୍ଡ ବର୍ତ୍ତମାନ ପୋଲିସର ଚିନ୍ତା ବଢାଇ ଦେଇଛି ।

ଏହା ବି ପଢନ୍ତୁ...Bhubaneswar Murder:ନାବାଳକର ନାରକୀୟ କାଣ୍ଡ; ପ୍ରେମରେ କଣ୍ଟା ସାଜିଲେ ଯୁବତୀଙ୍କ ଦାଦା, ଶରୀରରୁ ଅଲଗା କରିଦେଲା ମୁଣ୍ଡ - Minor Boy Killed Lovers Uncle

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.